କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

March 30, 2020, ଓଡ଼ିଶା, , Anupambharat News Bureau


କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌
Anupambharat News Bureau
March 30, 2020

ଧର୍ମଶାଳା, ୩୦ା୩(ଅନୁପମମିଡ଼ିଆ): କରୋନା ମୁକାବିଲା ନିମନ୍ତେ ଦେଶଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟବ୍ୟସ୍ତ । ଏହି କରୋନା ମୁକାବିଲାରେ ଅବହେଳା ପାଇଁ ପାଞ୍ଚ ଜଣ ଆରଏମସି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୨ଜଣ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ସେହିପରି ଦାନଗଦୀ ଏବିଡିଓ ଅଜୟ କୃଷ୍ଣ ଦ୍ୱିବେଦୀଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି ବୋଲି ଜିଲ୍ଳାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଆଜି ସକାଳେ ଜିଲାପାଳ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବଡଚଣା ବ୍ଲକ ଚଣ୍ଡିଖୋଲ ଛକ ମାର୍କେଟ ପରିଦର୍ଶନ କରିବା ସହ ସାମାଜିକ ଦୂରତା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ସାମାଜିକ ଦୂରତ୍ୱ ନିୟମ ପାଳନରେ ଅନିୟମିତା ହେଉଥିବାର ଅନୁଭବ କରି ପାଞ୍ଚ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି । ସେମାନେ ହେଲେ ସାମନ୍ତ ଭିକାରୀ ଚରଣ ଧିର, ନରେଶ ଚନ୍ଦ୍ର ସାହୁ, ସହଦେବ ମଲିକ, ଗଦାଧର ସାହୁ ଓ ଚିତ ରଞ୍ଜନ ନାୟକ ପ୍ରମୁଖ ।
ସେହିପରି ଗତକାଲି ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀ ଗସ୍ତ ବେଳେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ.ହେମନ୍ତ କୁମାର ନାୟକ ଅନୁପସ୍ଥିତ ଥିବାର ଦେଖିଥିଲେ ଓ ଏଭଳି ପରିସ୍ଥିତିରେ ଅନୁପସ୍ଥିତ ରହିବା କାରଣରୁ ଜିଲ୍ଳାପାଳ ଦାସ ଡ. ନାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅପରପକ୍ଷେ କାର୍ଯ୍ୟରେ ଅସହଯୋଗ ଅଭିଯୋଗରେ ଧର୍ମଶାଳା ବ୍ଲକ ସିଡିପିଓ ସଂଯୁକ୍ତା ସାହୁ ଓ ଯାଜପୁର ସିଡିପିଓ ସରିତା ନାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେହିପରି ଦାନଗଦୀ ଏବିଡିଓ ଅଜୟ କୃଷ୍ଣ ଦ୍ୱିବେଦୀ ମଧ୍ୟ କାର୍ଯ୍ୟ ପରିଚାଳନାରେ ଅସହଯୋଗ କରୁଥିବାରୁ ତାଙ୍କୁ ନିଲମ୍ବନ ପାଇଁ ସୁପାରିଶ କରାଯାଇଛି । ଏଥି ସହ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାଟର ନ ଛାଡି ଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସରକାର କ୍ରିଟିକାଲ, ଆଂଶିକ କ୍ରିଟିକାଲ ଓ ନନ୍‌ କ୍ରିଟିକାଲ ବୋଲି ତିନୋଟି ସ୍ତର ଧାର୍ଯ୍ୟକରି କର୍ମଚାରୀମାନଙ୍କୁ ଆସିବା ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା  ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Read More...

 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page