୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

March 30, 2020, ବିଦେଶ, , Anupambharat News Bureau


 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା
Anupambharat News Bureau
March 30, 2020

ଟୋକି ଓ / ମେଲବର୍ଣ୍ଣ,୩୦ା୩: କୋଭିଡ୍‌ ୧୯ ବିଶ୍ୱ ମହାମାରୀ ଓ ସାଉଦି ଆରବ-ରୁଷ ମଧ୍ୟରେ ଦର ଲଢେଇ ଶେଷ ହେବାର କୌଣସି ସଙ୍କେତ ନମିଳିବା ପରେ କ୍ରୁଡ୍‌ ଓଏଲ ବେଞ୍ଚମାର୍କ ବ୍ରେଣ୍ଟ ସୋମବାର ନିମ୍ନକୁ ଖସି ଆସିଛି । ଏହା ୨୦୦୨ ନଭେମ୍ବର ପରଠୁ ସବୁଠୁ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ୨୦୦୨ ନଭେମ୍ବର ପରେ ସବୁଠୁ କମ ବ୍ୟାରେଲ୍‌ ପିଛା ୨୩.୦୩ ଡଲାରକୁ ଖସିବା ପରେ ବ୍ରେଂଟ ଫୁ୍ୟଚର୍ସ ବ୍ୟାରେଲ ପ୍ରତି ୨୩.୨୫ ଡଲାରରେ କାରବାର କରୁଥିଲା । ଆମେରିକା ପଶ୍ଚିମି ଟେକ୍ସାସ ଇଣ୍ଟରମିଡିଏଟ୍‌ କ୍ରୁଡ ଚଳିତ ମାସର ପ୍ରାରମ୍ଭରେ ୧୮ ବର୍ଷର ସବୁଠୁ ନିମ୍ନ ସ୍ତର ୧୯.୯୨ ଡଲାର ପର୍ଯ୍ୟନ୍ତ ଖସିବା ପରେ ବ୍ୟାରେଲ୍‌ ପ୍ରତି ୨୦.୩୪ ଡଲାରରେ କାରବାର କରୁଥିଲା । କୋଭିଡ୍‌-୧୯ ମହାମାରୀ କାରଣରୁ ଚାହିଦା ହ୍ରାସ ଓ ସାଉଦି ଆରବ-ରୁଷ ମଧ୍ୟରେ ମୂଲ୍ୟ ଲଢେଇ କାରଣରୁ ଅଶୋଧିତ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ସାଉଦି ଆରବ ଓ ରୁଷ ବଜାରରେ ଅତିରିକ୍ତ ଉପଲବ୍ଧତା ଏବଂ ଉପିାଦନ ହ୍ରାସ କରିବା ବୁଝାମଣା ନେଇ ସମ୍ମତି ନହେବାରୁ ତୈଳ ଦର ହ୍ରାସ ପାଇବାରେ ଲାଗିଛି ।
ବିଶ୍ଳେଷକଙ୍କ କହିବା କଥା ଚଳିତ ବର୍ଷ ଅଶୋଧିତ ତୈଳ ଦରର ଚାହିଦ ପ୍ରତି ଦିନ ୧୫ କିମ୍ବା ୨୦ ମିଲିୟନ ବ୍ୟାରେଲ୍‌ ପର୍ଯ୍ୟନ୍ତ ହ୍ରାସ ପାଇବାର ଅନୁମାନ କରାଯାଉଛି । ତୈଳ ଦରକୁ ସ୍ଥିର ରଖିବା ପାଇଁ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ଓପେକ୍‌ ବଡ ଧରଣର ତୈଳ ଉପିାଦନ ହ୍ରାସ କରିବାକୁ ପଡିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

Read More...

୧ .୫ ଲକ୍ଷ କୋଟି ଅନୁମୋଦିତ

୧ .୫ ଲକ୍ଷ କୋଟି ଅନୁମୋଦିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page