ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

January 18, 2020, ଦେଶ, , Anupambharat News Bureau


ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’
Anupambharat News Bureau
January 18, 2020

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମାମାଲାର ଦୋଷୀଙ୍କୁ କ୍ଷମା ଦେବା ପାଇଁ ଆଶା ଦେବୀ (ନିର୍ଭୟାଙ୍କ ମା)ଙ୍କୁ ପରାମର୍ଶ ଦେଇଥିଲେ । ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଚିଡ଼ିଯାଇଛନ୍ତି । ଜବାବରେ ସେ କହିଛନ୍ତି ପରାମର୍ଶ ଦେବାକୁ ଇନ୍ଦିକା କିଏ ?
ସମସ୍ତ ଦୋଷୀଙ୍କୁ ଫାଶୀ ହେଉ ବୋଲି ସାରା ଦେଶ ଚାହୁଁଛିଛ ଏଭଳି କିଛି ଲୋକଙ୍କ ପାଇଁ ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି । ଭଗବାନ କହିଲେ ମଧ୍ୟ ମୁଁ କ୍ଷମା ଦେବିନି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି ।
ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦାହରଣ ଦେବାକୁ ଯାଇ କହିଥିଲେ, ‘ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧି କ୍ଷମା ଦେଇଛନ୍ତି । ଏହି ଭାବରେ ନିର୍ଭୟାଙ୍କ ମା’ ମଧ୍ୟ କ୍ଷମା ଦେବା ଦରକାର’ । ଯାହାର ଜବାବ ଦେଇ ଆଶା ଦେବୀ କହିଛନ୍ତି, ‘ମୋର ବିଶ୍ୱାସ ହେଉନି । ଏଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟ ସିଂହଙ୍କର କେମିତି ସାହାସ ହେଉଛି? ସୁପ୍ରିମକୋର୍ଟରେ ଅନେକ ଥର ତାଙ୍କ ସହ ଏହି ମାମଲାରେ ଦେଖା ସାକ୍ଷାତ ହୋଇଛି । ହେଲେ କେବେ ମୋର ହାଲଚାଲ ବାବଦରେ ପଚାରି ନାହାନ୍ତି ।
ଏବେ ଏଭଳି ପରାମର୍ଶ ଦେବାକୁ ସାହାସ କେମିତି ହେଲା? ଏଭଳି ବ୍ୟକ୍ତି ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ନିଜ ଜୀବିକାକୁ ବଞ୍ଚାଇ ରଖୁଛନ୍ତି । ଏଥିପାଇଁ ଦୁଷ୍କର୍ମ ଘଟଣାରେ ରୋକ୍‌ ଲାଗୁନି’ । ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ର୍ନିଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା କରିଛନ୍ତି । ଜାନୁଆରୀ ୨୨ ଫାଶୀ ଦିଆଯିବାର ତାରିଖ ଉପରେ ରୋକ୍‌ ଲାଗିବା ପରେ କୋର୍ଟ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତିଛ ଆସନ୍ତା ଫେବୃଆରୀ ୧ ତାରିଖରେ ୪ ଜଣ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ । ସେହିଦିନ ସକାଳ ୬ଟା ବେଳକୁ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ ।
ଉଲ୍ଲେଖଥାଉକି ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ସମୟରେ ଦୋଷୀ ପୱନ ନାବାଳକ ଥିଲା କି ନାହିଁ ସେ ବିଷୟରେ ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ସ୍ପେଶିଆଲ୍‌ ଲିବ ପିଟିସନ୍‌ ଉପରେ ଶୁଣାଣୀ କରାଯିବ । ଜାନୁଆରୀ ୨୦ ତାରିଖରେ ଏହାର ଶୁଣାଣୀ ହେବ । ଦିଲ୍ଲୀ ହାଇକୋର୍ଟରେ ପୱନର ଓକିଲ ପକ୍ଷରୁ ଦାୟର ଲିବ୍‌ ପିଟିସନ୍‌କୁ ଅଦାଲତ ଖାରଜ କରି ଦେଇଥିଲେ । ଦୋଷୀଙ୍କ ଓକିଲ ଏପି ସିଂ ହାଇକୋର୍ଟଙ୍କ ଫୈସାଲା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ତଳ କୋର୍ଟ ଦୋଷୀମାନଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି ।
ଫେବ୍ରୁଆରୀ ୧ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି । ଗୃହମନ୍ତ୍ରାଳୟ ମୁକେଶର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ସହ ଏହାକୁ ଖାରଜ କରିବା ପାଇଁ ସୁପାରିଶ କରିଥିଲେ ।
୨୦୧୨ ମସିହାରେ ଏହି ଦୋଷୀମାନେ ଏକ ଚଳନ୍ତା ବସ୍‌ରେ ନିର୍ଭୟା ଗଣ ବଳାତ୍କାର କରିବା ସହ ବିଭତ୍ସ ଭାବେ ହତ୍ୟା କରିଥିଲେ । ମୁକେଶ ସିଂ କିଛିଦିନ ତଳେ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଜାନୁଆରୀ ୨୨ ତାରିଖରେ ଏମାନଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି କରାଯାଇଥିଲା । ମାତ୍ର ରାଜକ୍ଷମା ଆବେଦନ ଖାରଜ ହେବାପରେ ପୁଣିଥରେ ଡେଥ୍‌ ୱାରେଣ୍ଟ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

Read More...

 ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ

ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page