୬ ବର୍ଷ ପରେ ‘ବିଧବା’ ହେଲେ ସଧବା

January 04, 2020, ଦେଶ, , Anupambharat News Bureau


୬ ବର୍ଷ ପରେ ‘ବିଧବା’ ହେଲେ ସଧବା
Anupambharat News Bureau
January 04, 2020

ଡେରାଡୁନ: ନୂଆବର୍ଷରେ ସମସ୍ତେ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ହେଲେ ଯଦି ଏମିତି କିଛି ଘଟଣା ଘଟିବ ଯାହା ଜଣେ ବ୍ୟକ୍ତି କେବେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବ । ଏଭଳି କିଛି ଘଟଣା ଖାଲି ନୂଆବର୍ଷ ନୁହେଁ ଯେକୌଣସି ଦିନରେ ଘଟିଲେ ମଧ୍ୟ ସେହି ବ୍ୟକ୍ତି ପାଇଁ ଅଭୁଲା ହୋଇ ରହିବ ।
ଦେଶ ଯେତେବେଳେ ନୂଆ ବର୍ଷ ପାଳନ କରୁଥିଲା ସେହି ସମୟରେ ଜଣେ ବିଧବା ମହିଳାଙ୍କୁ ଜଣେ ବ୍ୟକ୍ତି ଫୋନ୍‌ କରିଥିଲେ । ଆଉ ଏହି ବ୍ୟକ୍ତି ହେଉଛନ୍ତି ତାଙ୍କର ସ୍ୱାମୀ ଯିଏକି ୬ ବର୍ଷ ତଳେ ଏକ ଘଟଣାରେ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କର ଖୋଜ୍‌ ଖବର ନମିଳିବା ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ଭାବି ସେ ବିଧବା ହୋଇ ପଡ଼ିଥିଲେ ।
ଉତ୍ତରାଖଣ୍ଡର ଉଧମସିଂହ ନଗର ଜିଲ୍ଲାର ସତାରଗଞ୍ଜରେ ଏଭଳି ଘଟଣା ଘଟିଛି । ୨୦୧୩ରେ କେଦାରନାଥ ଭୂÕଳନ ସମୟରେ ୬୨ ବର୍ଷୀୟ ମୋବିନ ଅନସାରୀ କେଦାରନାଥ ଦୁର୍ଘଟଣାରେ ନିଜ ସ୍ୱାମୀ ୬୫ ବର୍ଷ ବୟସ୍କ ଜମିଲ ଅହମଦ ଅନସାରୀଙ୍କୁ ହରାଇଥିଲେ । ଏହାପରେ ସେ ତାଙ୍କ ସ୍ୱାମୀଙ୍କୁ ଅନେକ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ଖୋଜଖବର ପାଇନଥିଲେ । କିଛି ବର୍ଷ ଅପେକ୍ଷା କରିବା ପରେ ଅହମଦଙ୍କର ମୃତ୍ୟୁ ଘଟିଥିବା ଚିନ୍ତାକରି ସେ ବିଧବା ହୋଇପଡ଼ିଥିଲେ । ତେବେ ଅହମଦ ନିଖୋଜ ହୋଇଥିବା ନେଇ ପୁଲିସରେ ମାମଲା ଦିଆଯାଇଥିଲା । ତେଣୁ ପୁଲିସ ସୋଶାଲ ମିଡିଆରେ ତାଙ୍କ ଫଟୋ ଶେୟାର କରି ଅପରେଶନ ସ୍ମାଇଲ ଜରିଆରେ ତାଙ୍କ ପାଖରେ ପହଞ୍ଚିଥିଲା ।
ସବ-ଇନସପେକଫର ନୀତିନ ବିଷ୍ଟ କହିଛନ୍ତି, ୨୦୧୩ରେ ଅହମଦ ଲଂବାଗଡରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ସେହି ସମୟରେ କେଦାରନାଥରେ ବନ୍ୟା ସାଙ୍ଗକୁ ଭୂÕଳନ ହୋଇଥିଲା । ଏହି ସମୟରେ ସେ ଭାସିଯାଇ ନିଜର ସ୍ମରଣଶକ୍ତି ହରାଇଥିଲେ । ଏହା ପରେ ଏକ ସେଲଟର ହୋମରେ ଅହମଦଙ୍କୁ ଦେଖିବାକୁ ମିଳିଥିଲା । ସେତେବେଳେ ଅହମଦ ଜାହିର ଖାନ ବୋଲି କହୁଥିଲେ । ହେଲେ ଚଳିତ ମାସ ଡ଼ିସେମ୍ବରରେ ସେ କହିଥିଲେ ତାଙ୍କ ନାମ ଜମିଲ ଅହମଦ । ପୁଲିସ ତାଙ୍କ ଫଟୋ ଓ ନାଁ ସୋଶାଲ ମିଡିଆରେ ଶେୟାର କରିଥିଲା ।
ଏହାପରେ ଅହମଦଙ୍କ ଭଣଜା ତାଙ୍କୁ ଚିହ୍ନିପାରିଥିଲେ । ସେ ପୁଲିସଙ୍କୁ ତାଙ୍କ ମାଇଁ ମୋବିନ ଓ ତାଙ୍କ ପୁଅ ଗୋପେଶ୍ୱରର ନମ୍ବର ଦେଇଥିଲେ । ନୂଆ ବର୍ଷ ଦିନ ଅହମଦ ଭିଡିଓ କଲ୍‌ ଜରିଆରେ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହୋଇଥିଲେ । ପୁଲିସ ଏହାପରେ ଅହମଦଙ୍କୁ ତାଙ୍କ ପରିବାର ନିକଟରେ ପହଁଞ୍ଚାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

Read More...

ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page