୧୧ ତାରିଖ ଯାଏ ପର୍ଯ୍ୟଟନଙ୍କୁ ସାତକୋଶିଆ ମନା n ଆଜିଠୁ ପକ୍ଷୀ, ୯ରୁ କୁମ୍ଭୀର ଗଣନା

January 03, 2020, ଓଡ଼ିଶା, , Anupambharat News Bureau


୧୧ ତାରିଖ ଯାଏ ପର୍ଯ୍ୟଟନଙ୍କୁ ସାତକୋଶିଆ ମନା n ଆଜିଠୁ ପକ୍ଷୀ, ୯ରୁ କୁମ୍ଭୀର ଗଣନା
Anupambharat News Bureau
January 03, 2020

ଅନୁଗୁଳ,୩ା୧ (ଅନୁପମ ମିଡିଆ): ସାତକୋଶିଆ ଅଭୟାରଣ୍ୟରେ ଶୁକ୍ରବାରଠାରୁ ପକ୍ଷୀ ଗଣନା ହେବ । ଏଥିସହିତ ଆସନ୍ତା ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ଗୁରୁବାର ଟିକରପଡା ରେଞ୍ଜ କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ସମ୍ମିଳନୀ ଗୃହରେ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସୌମ୍ୟକ ସାମନ୍ତରା ଅତିଥି ଭାବେ ଏଥିରେ ଯୋଗଦେଇଥିଲେ । ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା କୁମ୍ଭୀର ଗଣନା ଓ ଏସିଏଫ ସରୋଜ ପଣ୍ଡା ପକ୍ଷୀ ଗଣନା ତାଲିକ ପ୍ରଦାନ କରିଥିଲେ । ଆଠମଲ୍ଲିକ ଏସିଏଫ ରାଜେନ୍ଦ୍ର ଗୋଚ୍ଛାୟତ ୟୁନିଟ୍‌ ଗଠନ କରିଥିଲେ । ସାତକୋଶିଆ ମହାନଦୀ ଗଣ୍ଡର ୨୧ କିଲୋମିଟର, ଶିଶୁ ପଥର ଡ଼୍ୟାମ୍‌, ଆଠମଲ୍ଳିକର ବେଲପୁଞ୍ଜି ମଠ, ମାନଯୋର ପ୍ରୋଜେକଫ, କଦଳୀଖୋଲ, ରାଉତପଡ଼ା ବନ୍ଧ, ଜାମଡ଼ୋଳି ବନ୍ଧ ଆଦି ଅଞ୍ଚଳରେ ପକ୍ଷୀ ଓ କୁମ୍ଭୀର ଗଣନା କରାଯିବ । କୁମ୍ଭୀର ଗଣନା ପାଇଁ ମୋଟ ୧୩ଟି ୟୁନିଟ୍‌ ମଧ୍ୟରୁ ସାତକୋଶିଆରେ ୫ଟ. ମହାନଦୀରେ ୫ଟି ଓ ଆଠମଲ୍ଲିକରେ ୩ଟି ୟୁନିଟ୍‌ ଗଣନା କରିବେ । ସେହିପରି ପକ୍ଷୀ ଗଣନା ପାଇଁ ୧୫ଟି ୟୁନିଟ୍‌ ଗଠନ କରାଯାଇଛି । ଟିକରପକ୍ଷାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡ଼ାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ଆଠମଲ୍ଲିକ ହରଭଙ୍ଗାରୁ ଅଏଡ଼ା, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁ ପଥର ଡ଼୍ୟାମ ଅଞ୍ଚଳର ବିଭିନ୍ନ ଜଳାଶୟରେ ଏହି ଗଣନା କରାଯିବ । ଏଥିପାଇଁ ମୋବାଇଲ ଟ୍ରାକିଙ୍ଗ, ଜିପିଏସ, ବାଇନା କୁଲର ଓ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ୧୧ ତାରିଖ ଏହି ଗଣନା ସରିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରଖାଯାଇଛି । ଟିକରପଡ଼ା, କମଳାଡ଼ିହ, ଆଠମଲ୍ଲିକର ସମସ୍ତ ମସି୍ୟଜୀବୀଙ୍କୁ ନଦୀ ଭିତରକୁ ଯିବାକୁ ବାରଣ କରାଯାଇଛି । ବୈଠକରେ ଟିକରପଡ଼ା ରେଞ୍ଜର ହେମନ୍ତ ପଟ୍ଟନାୟକ, ପୁରୁଣାକୋଟ ରେଞ୍ଜର ଗଜେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଫରେଷ୍ଟର ଓ ଗାର୍ଡ଼ ଯୋଗଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଣାର୍କ ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

କୋଣାର୍କ ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

Read More...

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାମୁହିଁ ଧMା, ଦୁଇ ମୃତ, ୧୦ ଗୁରୁତର

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାମୁହିଁ ଧMା, ଦୁଇ ମୃତ, ୧୦ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page