ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ପ୍ରଥମ, ଆମେରିକା ଦ୍ୱିତୀୟ

January 02, 2020, ଦେଶ, , Anupambharat News Bureau


ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ପ୍ରଥମ, ଆମେରିକା ଦ୍ୱିତୀୟ
Anupambharat News Bureau
January 02, 2020

ନୂଆଦିଲ୍ଲୀ: ଦେଶ ଏବେ ଡିଜିଟାଲ ମୁହାଁ । ହାତରେ ମୋବାଇଲ ଅଛି ମାନେ ଦୁନିଆ ଏବେ ହାତ ମୁଠାରେ । ହେଲେ ଡିଜିଟାଲ ଯୁଗରେ ହାତରେ ସ୍ମାର୍ଟଫୋନ ଧରୁଥିବା ବ୍ୟକ୍ତି ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି ।
୨୦୧୯ରେ ସ୍ମାର୍ଟ ଫୋନରେ ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ଏକ ନମ୍ବର ହୋଇଛି । ଦେଶର ୮୯ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖିଛନ୍ତି । ଏହି ସଂଖ୍ୟା ୨୦୧୭ ତୁଳନାରେ ୩ ପ୍ରତିଶତ ଅଧିକ ରହିଛି । ୨୦୧୯ରେ ସାରା ଦୁନିଆରେ ଏହାର ପ୍ରତିଶତ ୭୭ ପ୍ରତିଶତ ରହିଛି । ୨୦୧୮ରେ କି;ୁ ଏହା ୬୭ ପ୍ରତିଶତ ଥିଲା । ଆଡ଼ଲଫ ଏଣ୍ଟରଟେନମେଣ୍ଟ ସାଇଟ୍‌ ପର୍ଣ୍ଣହବର ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ୪ ଜଣ ମୋବାଇଲ ଧରୁଥିଲେ ୩ ଜଣ ସେହି ମୋବାଇଲରେ ପର୍ଣ୍ଣ ଦେଖୁଛନ୍ତି । ଅର୍ଥାତ୍‌ ପର୍ଣ୍ଣ ଦେଖିବା ପାଇଁ ଏବେ ଡେସ୍କଟପ ଓ ଲାପଟପକୁ ଦ୍ୱିତୀୟ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି ଲୋକମାନେଛ ସେହିପରି ଗୁଗୁଲ ଆଣ୍ଡ୍ରୋଏଡ ମୋବାଇଲ ଫୋନରେ ୪୬.୬ ପ୍ରତିଶତ ଲୋକ ପର୍ଣ୍ଣ ଭିଡିଓ ଦେଖିଥିବା ବେଳେ ୫୨.୮ ପ୍ରତିଶତ ଲୋକ ଆଇଓଏସରେ ଦେଖୁଛନ୍ତି ।
ଭାରତ ପରେ ପର୍ଣ୍ଣ ଭିଡିଓ ଦେଖିବାରେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକାର ୮୧ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଦେଖୁଥିୁବା ବେଳେ ବ୍ରାଜିଲ ୭୯ ପ୍ରତିଶତ ସହ ତୃତୀୟ ନମ୍ବର ରହିଛି । ଏହାପରେ ୭୦ ପ୍ରତିଶତ ସହ ଜାପାନ ଏବଂ ୭୪ ପ୍ରତିଶତ ସହ ୟୁକେ ରହିଛି । ପର୍ଣ୍ଣ ହବର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୩ରେ ସାରା ବିଶ୍ୱରେ ୪୦ ପ୍ରତିଶତ ଲୋକ ପର୍ଣ୍ଣ ଭିଡିଓ ମୋବାଇଲେ ଦେଖୁଥିଲେ । ଏହି ସମସ୍ତ ତଥ୍ୟ ସମସ୍ତ ପର୍ଣ୍ଣ ସାଇଟର ଟ୍ରାଫିକ ଅନୁଯାୟୀ ପ୍ରସ୍ତୁତ କରିଛି ପର୍ଣ୍ଣ ହବ । ସେହିପରି ଏହି ପ୍ରସଙ୍ଗରେ ନିକଟରେ ସ୍ୱିଡ଼େନ୍‌ରେ ମୋବାଇଲ ନିର୍ମାତା କମ୍ପାନୀ ଏରିକସନ କହିଥିଲା, ମୋବାଇଲ ଡାଟା ବ୍ୟବହାରରେ ଭାରତ ନମ୍ବର ୧ରେ ରହିଛି ।
ପ୍ରତି ମୋବାଇଲରୁ ଏବେ ହାରାହାରି ମାସିକ ୯.୮ ଜିବି ଡାଟା ଖର୍ଚ୍ଚ ହେଉଛି । ୨୦୨୪ ବେଳକୁ ଏହି ସଂଖ୍ୟା ୧୮ ଜିବି ହୋଇଯିବ । ଭାରତରେ ଡିଜିଟାଲ ଟ୍ରାଞ୍ଜାକସନକୁ ଗୁରୁତ୍ୱ ଦିଆ ଯାଉଥିବାରୁ ୨୦୨୧ ସୁଦ୍ଧା ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୮୨୯ ମିଲିଅନ ପହଞ୍ଚିଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଜିତ ପାୱାରଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ଓ ପର୍ଯ୍ୟଟନ

ଅଜିତ ପାୱାରଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ଓ ପର୍ଯ୍ୟଟନ

Read More...

 ଗୁରୁଙ୍କ ବଂଶ ବୁଡ଼ାଇ ଦେଲା ଶିଷ୍ୟ

ଗୁରୁଙ୍କ ବଂଶ ବୁଡ଼ାଇ ଦେଲା ଶିଷ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page