ଲାଞ୍ଚ ନେଇ ଆଇଏଏସ୍‌ ଅଧିକାରୀ ନିଲମ୍ବିତ

December 30, 2019, ଓଡ଼ିଶା, , Anupambharat News Bureau


 ଲାଞ୍ଚ ନେଇ ଆଇଏଏସ୍‌ ଅଧିକାରୀ ନିଲମ୍ବିତ
Anupambharat News Bureau
December 30, 2019

ଭୁବନେଶ୍ୱର,୩୦ ।୧୨(ଅନୁପମ ମିଡିଆ): ଲଞ୍ଚ ନେଇ ଧରାପଡ଼ିଛନ୍ତି ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟ । ଏହି ମାମଲାରେ ଭିଜିଲାନ୍ସ ଉପାଧ୍ୟାୟଙ୍କୁ ଗିରଫ କରିବା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି । ଗତ କିଛି ମାସ ହେଲା ଏହି ଆଇଏଏସ୍‌ ଅଧିକାରୀଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ସୋମବାର ଆଇଏଏସ୍‌ ଅଧିକାରୀ ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ସୂଚନା ପାଇ ସେଠାରେ ଉପସ୍ଥିତ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । ଏକ ବିଲ୍‌ ପାସ୍‌ କରିବା ପାଇଁ ସେ ଲାଞ୍ଚ ମାଗିଥିଲେ ।
ଏହାପରେ ତାଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଉପାଧ୍ୟାୟ ବର୍ତ୍ତମାନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଏହାପରେ ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପାଧ୍ୟାୟଙ୍କୁ ନିଲମ୍ବନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଉକ୍ତ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ସ୍ୱଚ୍ଛତା ହେଉଛି ଏହି ସରକାରର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଦୁର୍ନୀତିରେ ସାମିଲ ଥିବା କାହାରିକୁ ଛଡାଯିବ ନାହିଁ ବୋଲି ସେଥିରେ ଉଲ୍ଲେଖ ଥିଲା । ମୋ ସରକାର ଲାଗୁ ପରଠାରୁ ଏହା ହେଉଛି ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ । ୧୦ ବର୍ଷହେଲା ଚାକିରି କରୁଥିବା ଉପାଧ୍ୟାୟ ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିଥିବା ନେଇ ବହୁ ଅଭିଯୋଗ ଆସିଥିଲା । ଶେଷରେ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରି ଗିରଫ କରିଛି । ଏତଦ୍‌ବ୍ୟତୀତ ଉପାଧ୍ୟାୟଙ୍କ ସୋର ସ୍ଥିତ ବାସଭବନ ସମେତ ତାଙ୍କ ଶ୍ୱଶୁର ଘର ଏବଂ ଉଦ୍ୟାନ କୃଷି ବିଭାଗର କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଆଜି ଚଢ଼ାଉ କରିଛି । ତେବେ ଚଢ଼ାଉରେ କ’ଣ ଜବତ ହୋଇଛି ସେ ନେଇ ଭିଜିଲାନ୍ସ ପକ୍ଷରୁ କିଛି କୁହାଯାଇ ନାହିଁ । ତେବେ ଲାଞ୍ଚ ନେଇ ଜଣେ ଆଇଏଏସ୍‌ ଅଧିକାରୀ ଧରାପଡ଼ିବା ଆଜି ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ତୃତୀୟ

ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ତୃତୀୟ

Read More...

କାମରେ ଆସୁନି ଜନନୀ ଏକ୍ସପ୍ରେସ : ଚାଳକ ଓ  ଆଶାକର୍ମୀଙ୍କ ବିରୋଧରେ ଫେରାଦ ହେଲେ ମହିଳା

କାମରେ ଆସୁନି ଜନନୀ ଏକ୍ସପ୍ରେସ : ଚାଳକ ଓ ଆଶାକର୍ମୀଙ୍କ ବିରୋଧରେ ଫେରାଦ ହେଲେ ମହିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page