ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ

December 29, 2019, ଓଡ଼ିଶା, , Anupambharat News Bureau


ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ  ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ
Anupambharat News Bureau
December 29, 2019

କଟକ, ୨୯ ।୧୨ (ଅନୁପମ ମିଡିଆ): ସରକାର ଗାଁ କୁ କାମ ମା’ କୁ ସମ୍ମାନ ନାରା ଦେଉଥିବା ବେଳେ ଖୋଦ କଟକ ସହରରେ ଏହାର ବିପରୀତ ଦେଖିବାକୁ ମିଳିଛି । ଏହାର ଜ୍ୱଳନ୍ତ ଉଦାହରଣ ଦୀର୍ଘଦିନ ଧରି ଦୋଳମୁଣ୍ଡାଇସ୍ଥିତ ବ୍ରିଟିସ ରେଡ଼ିଓ ହାଉସର ଅନ୍ତେବାସୀ ସୁବାଶ ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ରାଜେନ୍ଦ୍ର ଆଚାର୍ଯ୍ୟ ଓ ଜିତେନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ତାଙ୍କର ଅନ୍ୟ ସମର୍ଥକ ମାନେ ବଡ଼ବୋହୁ ଧରିତ୍ରୀ ମିଶ୍ରଙ୍କ ଉପରେ ଦୀର୍ଘବର୍ଷ ଧରି ଯୌତୁକ ଜନିତ ନିର୍ଯ୍ୟାତନା, ମାଡ଼ମାରି ରକ୍ତାକ୍ତ କରି ଘରୁ ତଡ଼ିବା, ଜୀବନରୁ ମାରିଦେବାକୁ ଉଦ୍ୟମ ଆଦି ଚରମ ସୀମାରେ ପହଁଚିଛି । ଏହି ଘଟଣାକୁ ନେଇ ପିଡ଼ିତା ପୁରୀଘାଟ ଥାନାରୁ ନ୍ୟାୟ ନପାଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ସେସନ କୋର୍ଟ ଓ ହାଇକୋର୍ଟ ପିଡ଼ିତା ରେସିଡ଼େନ୍‌ସିଆଲ୍‌ ଅର୍ଡ଼ର ପାଇଥିଲେ ଓ ମାନ୍ୟବର କୋର୍ଟ ମାମଲା ନଂ-୬୬୬/୨୦୧୮ ଏବଂ ୬୯୦/୨୦୧୮ ର ଶୁଣାଣି କରି ଧରିତ୍ରୀ ମିଶ୍ରଙ୍କୁ ତାଙ୍କ ଶଶ୍ୱìରଘରେ ଛାଡ଼ିବା ପାଇଁ ପୁରୀଘାଟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୋଲିସ ଭିନ୍ନ ଉଦ୍ଦ୍ୟେଶ ରଖି କଥାକଥିକ ଭାବେ ପ୍ରଭାବଶାଳୀ ବ୍ୟକ୍ତୀଙ୍କ ପ୍ରରୋଚନାରେ ମାନ୍ୟବର କୋର୍ଟଙ୍କ ଆଦେଶକୁ ଆଜି ପର୍ଯ୍ୟନ୍ତ ଅବମାନନା କରିଆସୁଛନ୍ତି ।
ଏପରିକି କୋର୍ଟଙ୍କ ନିର୍ଦ୍ଦେଶ ଥାଇ ମଧ୍ୟ ପୋଲିସ ବିଭିନ୍ନ ଆଳ ଦେଖାଇ ପିଡ଼ିତାଙ୍କୁ ତାଙ୍କ ଶ୍ୱଶìରଘରେ ଛାଡ଼ିବାକୁ ଅକ୍ଷମ ହେବା ସହିତ ପୋଲିସ ଜାଣତରେ ଶଶ୍ୱìରଘରର ସମସ୍ତ ସଦସ୍ୟ ଘର ଭିତରେ ଲୁଚି ରହି ବାହାର କବାଟରେ ତାଲା ପକାଇ ନାଟକ ବାଜୀ କରୁଛନ୍ତି । ବର୍ତମାନ ପରିସ୍ଥିତିରେ ହାଇକୋର୍ଟଙ୍କ ଆଦେଶ ବଳରେ ପିଡ଼ିତା ଶ୍ୱଶୁରଘରେ ରହିବାକୁ ହକଦାର ବୋଲି କୋର୍ଟ ଆଦେଶ କାର୍ଯ୍ୟକାରୀ କରାଇବାକୁ ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ପିଡ଼ିତାଙ୍କ ଶଶ୍ୱìର ସୁବାଶ ଆଚାର୍ଯ୍ୟ ଦିନ ଦ୍ୱିପ୍ରହରରେ ଖୋଲମଖୁଲା ତାଙ୍କ ବ୍ୟବସାୟ ଦୋକାନ ନିଜ ଘରେ ଖୋଲି ବସିଥିଲେ ମଧ୍ୟ ଥାନା ଅଧିକାରୀଙ୍କୁ ଏତେ ଡ଼ର କାହିଁକି ବୋଲି ପିଡ଼ିତା ପ୍ରଶ୍ନ କରିବା ସହିତ ଆଗାମୀ ଦିନରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆରକ୍ଷୀ ମହାନିର୍ଦ୍ଦେଶକ ଓ ଡ଼ିସିପିଙ୍କୁ ସାକ୍ଷାତ କରି କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଡ଼ିଭି କେଶ ନଂ-୨୯୪/୨୦୧୪ର ଶୁଣାଣି କରି ମାନ୍ୟବର କୋର୍ଟ ପିଡ଼ିତାଙ୍କୁ ଭରଣ ପୋଷଣ ପାଇଁ ମାସିକ ୧୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଶଶ୍ୱìରଘର ଲୋକ ତାହା ମଧ୍ୟ ପାଳନ କରୁନଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

Read More...

 ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ  ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି

ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page