ଯୁବତୀଙ୍କୁ ଚୁମ୍ବନ ଦେଇ ଗିରଫ ହେଲା ପ୍ରେମିକ

May 15, 2019, ଓଡ଼ିଶା, , Anupambharat News Bureau


  ଯୁବତୀଙ୍କୁ ଚୁମ୍ବନ ଦେଇ  ଗିରଫ ହେଲା ପ୍ରେମିକ
Anupambharat News Bureau
May 15, 2019

ଭଞ୍ଜନଗର,୧୪ ।୫(ଅନୁପମ ମିଡ଼ିଆ) : ଏକତରଫା ପ୍ରେମରୁ ଅଘଟଣ । ଯୁବତୀକୁ ଏକା ପାଇଁ ଗାଢ ଚୁମ୍ବନ ଦେଲା ହତାଶ ପ୍ରେମିକ । ଚୁମ୍ବନ ଦେଇ ଓଠକୁ କାମୁଡି ଛିଣ୍ଡାଇ ଦେଇଥିବା ହତାଶ ପ୍ରେମିକକୁ ଶେଷରେ ପୋଲିସ କାବୁ କରିଛି ।
ଏଭଳି ଏକ ମାମଲା ଭଞ୍ଜନଗର ଥାନା ଇଲାକାରେ ଘଟିଯାଇଛି । ପୁଲିସ ସୁତ୍ରରୁ ମିଳିଥିବା ସୁଚନା ପ୍ରକାରେ ନିକଟସ୍ଥ ଗାମୁଣ୍ଡି ଗ୍ରାମର ଜନୈକ ଏକ ଯୁବତୀକୁ ସେହି ଗ୍ରାମର ସିତୁନ୍‌ କର ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା । ବାରମ୍ବାର ଯୁବତୀ ଜଣକୁ ସେ ମୋବାଇଲରେ ବିଭିନ୍ନ ବାଜେ କଥା କହୁଥିଲା । ଏସଂପର୍କରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଜଣାଇବାପରେ ସିତୁନ୍‌ କୁଆଡେ ସଂପୃକ୍ତ ଯୁବତୀ ଉପରେ ରାଗ ପଡିଥିଲା । ଗତ ୧୦ ତାରିଖ ଖରାବେଳେ ଗ୍ରାମର ଶିବ ମନ୍ଦିରକୁ ଯୁବତୀ ଜଣକ ଏକ ଛୋଟ ଝିଅ ସହ ଯାଉଥିବା ଦେଖି ସିତୁନ୍‌ ସଂପୃକ୍ତ ଯୁବତୀକୁ ଜୋର ଜାବୁଡି ଧରିବାସହ ତାର ଓଠକୁ ଚୁମ୍ବନ ଦେବା ନାଁରେ କାମୁଡି ରକ୍ତାକ୍ତ କରି ପକାଇଥିଲା । ଯୁବତୀ ଜଣକ ପାଟି କରିବାରୁ ସିତୁନ୍‌ ଘଟଣାସ୍ଥଳରୁ ଦୌଡି ପଳାଇଥିଲା । ଏସଂପର୍କରେ ଯୁବତୀଙ୍କ ପରିବାର ଲୋକଙ୍କ ପକ୍ଷରୁ ଭଞ୍ଜନଗର ଥାନରେ ଏତଲା ଦିଆଯାଇଥିଲା । ପୁଲିସ ଥାନା କେଶ ନମ୍ବର- ୧୪୨/୧୯ ପ୍ରକାରେ ମାମଲା ରୁଜୁ କରିଥିବାବେଳେ ସୋମବାର ସିତୁନ୍‌ କରକୁ ଗିରଫ କରି କୋର୍ଟଚାଲଣ କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତୀ ଶାବକର ମୃତଦେହ ଉଦ୍ଧାର

ହାତୀ ଶାବକର ମୃତଦେହ ଉଦ୍ଧାର

Read More...

ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page