ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

November 25, 2019, ଦେଶ, , Anupambharat News Bureau


ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ
Anupambharat News Bureau
November 25, 2019

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଗ୍ୟାସ ଗ୍ୟାସ୍‌ଚାମ୍ବରରେ ଲୋକଙ୍କୁ ରଖିବା ଅପେକ୍ଷା ବିସ୍ପୋରଣ କରି କାହିଁକି ମାରି ଦଉନ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
ଆଜି ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତିଛ ଦିଲ୍ଲୀ, ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ନଡ଼ାରେ ନିଆଁ ଲାଗିବାରୁ ପ୍ରଦୂଷଣ ବଢ଼ିଛି । ଏହାକୁ କମ୍‌ କରିବା ପାଇଁ ରାଜ୍ୟ ସରକାରମାନେ ଇଚ୍ଛା ଶକ୍ତି ପ୍ରକାଶ କରି ନାହାନ୍ତି । ଏହା ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା ।
ତେଣୁ କାହିଁକି ରାଜ୍ୟ ସରକାରଙ୍କ ବିରୋଧରେ ଜୋରିମାନା ଲଗାନଯିବ ସେ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଶୁଣାଣି ବେଳେ ହରିଆନାର ଶାସନ ସଚିବ କହିଛନ୍ତି ରାଜ୍ୟ ସରକାର ପ୍ରଦୂଷଣ କମାଇବା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି । ଏହାପରେ ସାଟେଲାଇଟ ଫଟୋ ଦେଖାଇ ଜଷ୍ଟିସ ଅରୁଣ ମିଶ୍ରା ହରିଆଣା ସରକାର ବିରୋଧରେ ବର୍ଷିଥିଲେ । ଏହାପରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ କହିଥିଲେ, ଦିଲ୍ଲୀ ଉପରେ କେନ୍ଦ୍ର ଓ ରାଜ୍ୟର କ୍ଷମତା ରହିଛି ।
ଭିନ୍ନ କ୍ଷମତା ପାଇଁ ପ୍ରଦୂଷଣ ବାବଦରେ କୌଣସି ନିଷ୍ପତ୍ତି ନେଇ ହେଉ ନାହିଁ । ଏହାପରେ ଖଣ୍ଡପୀଠ କହିଥିଲ, ପ୍ରଦୂଷଣ ବାବଦରେ ସମସ୍ତ ବିବାଦ ଭୁଲି ଦୁଇ ସରକାର ଏକ ହେବାକୁ ପଡ଼ିବ । ଏମିତିକି ୧୦ ଦିନ ମଧ୍ୟରେ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବିଭିନ୍ନ ସ୍ଥାନରେ ବାୟୁ ଶୋଧନ ଟାୱାର ବସାଇବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଶେଷରେ ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଛନ୍ତି, ଲୋକଙ୍କ ଗ୍ୟାସ ଚ୍ୟାମ୍ବର ଭିତରେ ରଖିବା ପାଇଁ କାହିଁକି ବାଧ୍ୟ କରାଯାଉଛି । ବିସ୍ପୋରଣ କରି ଲୋକଙ୍କୁ ଶାନ୍ତିରେ ମରିବାକୁ କାହିଁକି ଦଉନ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶଙ୍କର ହତ୍ୟାକାଣ୍ଡ: ପୋଲିସ ହାତ ଖାଲି  ହତ୍ୟାର ଦୃଶ୍ୟ ଭାଇରାଲ

ଶଙ୍କର ହତ୍ୟାକାଣ୍ଡ: ପୋଲିସ ହାତ ଖାଲି ହତ୍ୟାର ଦୃଶ୍ୟ ଭାଇରାଲ

Read More...

ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page