ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

May 15, 2019, କ୍ରୀଡ଼ା, , Anupambharat News Bureau


ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ
Anupambharat News Bureau
May 15, 2019

ଦୁବାଇ,୧୪ ।୫: ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଜିଏସ୍‌ ଲକ୍ଷ୍ମୀ ଇତିହାସ ରଚିଛନ୍ତି । ସେ ପ୍ରଥମ ମହିଳା ଭାବେ ଆଇସିସି ମ୍ୟାଚ୍‌ ରେଫରୀ ପ୍ୟାନେଲ୍‌ରେ ସାମିଲ ହୋଇଛନ୍ତି । ଲକ୍ଷ୍ମୀ ଏବେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରେଫରୀ ଭାବେ ଦାୟିତ୍ୱ ତୁଲାଇବାକୁ ଯୋଗ୍ୟ ।
କିଛି ଦିନ ତଳେ କ୍ଲେର ପୋଲୋସାକ୍‌ ପ୍ରଥମ ମହିଳା ଭାବେ ଏକ ପୁରୁଷ ଦିନିକିଆରେ ଅମ୍ପାୟରିଂ କରିଥିଲେ । ଏବେ ଲକ୍ଷ୍ମୀ ପ୍ରଥମ ମହିଳା ରେଫରୀ ଭାବେ ଆଇସିସି ପ୍ୟାନେଲ୍‌ରେ ସାମିଲ ହେବା ଶୁଭଙ୍କର ବିଷୟ । ୫୧ ବର୍ଷୀୟା ଲକ୍ଷ୍ମୀ ପୂର୍ବରୁ ୨୦୦୮-୦୯ରେ ଘରୋଇ ମହିଳା କ୍ରିକେଟ୍‌ରେ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ମଧ୍ୟ ଏଯାବତ୍‌ ତିନୋଟି ମହିଳା ଅନ୍ତର୍ଜାତୀୟ ଦିନିକିଆ ଓ ସମାନ ସଂଖ୍ୟକ ମହିଳା ଟି୨୦ରେ ବି ମ୍ୟାଚ୍‌ ପରିଚାଳନା କରିଛନ୍ତି । ପ୍ରଥମ ମହିଳା ରେଫରୀ ଭାବେ ଆଇସିସି ପ୍ୟାନେଲ୍‌ରେ ସାମିଲ ହେବା ତାଙ୍କ ପାଇଁ ଏକ ବଡ଼ ସମ୍ମାନର ବିଷୟ । ଆଇସିସି ରେଫରୀ ପ୍ୟାନେଲ୍‌ରେ ତାଙ୍କ ନିଯୁକ୍ତି ତାଙ୍କ ଭଳି ଅନେକ ମହିଳାଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି ଲକ୍ଷ୍ମୀ କହିଛନ୍ତି । ଜଣେ କ୍ରିକେଟର ଓ ମ୍ୟାଚ୍‌ ରେଫରୀ ଭାବେ ତାଙ୍କର ଲମ୍ବା କ୍ୟାରିୟର ରହିଛି । ଅନ୍ତର୍ଜାତୀୟ ସ୍ତରରେ ମ୍ୟାଚ୍‌ ପରିଚାଳନା କରିବାରେ ତାଙ୍କ ଅଭିଜ୍ଞତା ସହାୟକ ହେବ ବୋଲି ଲକ୍ଷ୍ମୀ କହିଛନ୍ତି ।
ଅନ୍ୟପକ୍ଷେ ପୋଲୋସାକ୍‌ଙ୍କ ବ୍ୟତୀତ ଆଇସିସି ଅମ୍ପାୟର ପ୍ୟାନେଲ୍‌ରେ ଅଷ୍ଟ୍ରେଲିଆର ଆଉ ଜଣେ ମହିଳା ଏଲୋଇଜ୍‌ ଶେରିଡାନ୍‌ ମଧ୍ୟ ସାମିଲ ହୋଇଛନ୍ତି । ଶେରିଡାନ୍‌ଙ୍କ ନିଯୁକ୍ତି ସହ ଆଇସିସି ପ୍ୟାନେଲରେ ମହିଳା ଅମ୍ପାୟରଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।
ପୋଲୋସାକ୍‌ ଓ ଶେରିଡାନ୍‌ଙ୍କ ବ୍ୟତୀତ ମହିଳା ଅମ୍ପାୟର ପ୍ୟାନେଲ୍‌ର ଅନ୍ୟ ସଦସ୍ୟମାନେ ହେଲେ ଲୌରେନ୍‌ ଏଗେନ୍‌ବ୍ୟାଗ୍‌, କିମ୍‌ କଟନ୍‌, ଶିବାନୀ ମିଶ୍ରା, ସୁ୍ୟ ରେଡଫର୍ନ, ମ୍ୟାରୀ ୱାଲଡର୍ନ ଓ ଜାକଲିନ୍‌ ୱିଲିୟମ୍ସ । ଆଇସିସି ପ୍ୟାନେଲ୍‌ରେ ପ୍ରଥମ ମହିଳା ଅମ୍ପାୟର ଥିଲେ କ୍ୟାଥି କ୍ରସ୍‌, ଯିଏ କି ଗତବର୍ଷ ଅବସର ଗ୍ରହଣ କରିଥିଲେ । ମହିଳା ଅମ୍ପାୟର ପ୍ୟାନେଲ୍‌ର ସଦ୍ୟତମ ସଦସ୍ୟ ଶେରିଡାନ୍‌ ବିଗ୍‌ବାଶ୍‌ ଲିଗ୍‌ ୨୦୧୮-୧୯ର ଦୁଇଟି ମ୍ୟାଚ୍‌ ପାଇଁ ରିଜର୍ଭ ଅମ୍ପାୟର ଥିଲେ ।
ସେ ମହିଳା ବିଗ୍‌ବାଶ୍‌ ଲିଗ୍‌ର ୪ଟି ମ୍ୟାଚ୍‌ରେ ଅମ୍ପାୟରିଂ କରିଥିଲେ । ଅକେଫାବର ୨୦୧୮ରେ ଶେରିଡାନ୍‌ ଅଷ୍ଟ୍ରେଲିଆର ପ୍ରଥମ ମହିଳା ଭାବେ ଏକ ପ୍ରଥମ ଶ୍ରେଣୀ ପୁରୁଷ କ୍ରିକେଟ୍‌ ଫାଇନାଲ୍‌ରେ ଅମ୍ପାୟରିଂ କରିଥିଲେ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

Read More...

ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page