ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

November 19, 2019, ଓଡ଼ିଶା, , Anupambharat News Bureau


ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ
Anupambharat News Bureau
November 19, 2019

କଟକ,୧୯ା୧୧(ଅନୁପମ ମିଡିଆ): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ବାଲେଶ୍ୱର ଓ ସମ୍ବଲପୁର ଡିଭିଜନର ଅଧିକାରୀମାନେ ଲାଂଚ ନେବା ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୪ ସରକାରୀ ବାବୁଙ୍କୁ ଜାଲରେ ପକାଇଛନ୍ତି । ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ଧାମନଗର ଅଂଚଳର ଆରଡବ୍ଲì୍ୟ ଏସଏସରେ ଫିଟର ମିସ୍ତ୍ରୀ ଭାବେ ନିୟୋଜିତ ହୋଇଥିବା ଏସ. ନାରାୟଣ ମଲ୍ଲିକଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗକୁ ଭିତ୍ତି କରି ଆଜି ସକାଳ ସାଢେ ୫ଟା ବେଳେ ବାଲେଶ୍ୱର ଡିଭିଜନ ପକ୍ଷରୁ ତାଙ୍କ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ତେନ୍ତୁଳିଡିହିରେ ଥିବା ସଂପର୍କୀୟ ଘରଙ୍କ ସମେତ ଧାମନଗରରେ ଥିବା ସରକାରୀ କାର୍ଯ୍ୟାଳୟ ଓ ବାଲେଶ୍ୱର ଜିଲ୍ଲା ଧୁଷୁରି ଥାନା ଅନ୍ତର୍ଗତ ହାସନାବାଦ ଘର ଉପରେ ଏକକାଳୀନ ଚଢଉ କରାଯାଇଥିଲା । ବାଲେଶ୍ୱର ସ୍ୱତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢଉ ଚାଲିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସପତ୍ତିର ସଠିକ ଆକଳନ କରାଯାଇପାରିନାହିଁ ।ସେହିଭଳି କେଉଁଝର ଜିଲ୍ଲା ଘଷିପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସନ୍ତୋଷ କୁମାର ଧୀରଙ୍କୁ ୧ ହଜାର ଟଙ୍କା ଲାଂଚ ନେବା ବେଳେ ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଭାଗନାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକୁନ୍ଦ ଚରଣ ସାହୁଙ୍କ ବାର୍ଷିକ ବର୍ଦ୍ଧିତ ଦରମା ସର୍ଭିସ୍‌ ବୁକ୍‌ରେ ଏଣଫ୍ରି କରିବା ପାଇଁ ଶ୍ରୀ ଧୀର ୧ ହଜାର ଟଙ୍କା ଲାଂଚ ଦାବି କରିଥିଲେ ।
ଆଜି ଶ୍ରୀ ଧୀର ଏହି ଲାଂଚ ଟଙ୍କା ତାଙ୍କ କାର୍ଯ୍ୟାଳୟରେ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନଙ୍କ ଦ୍ୱାରା ଗିରଫ ହୋଇଛନ୍ତି । ସାକ୍ଷୀମାନଙ୍କ ଉପସ୍ଥିତିରେ ଏହି ଲାଂଚ ଟଙ୍କା ତାଙ୍କ ପ୍ୟାଣଫ ପକେଟରୁ ଜବତ କରାଯାଇଥିଲା ।ସେହିପରି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା କେସେଇବାହାଲସ୍ଥିତ ପ୍ରଭୁ ଦୟାଲ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଜୟପ୍ରକାଶ ପଟେଲଙ୍କ ଘରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ତାଙ୍କର କେସେଇବାହାଲ ବାସଭବନ ସହିତ ସେଠାରେ ଥିବା ୨ଟି ଦୁଇ ମହଲା କୋଠା ଓ ସରକାରୀ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢଉ କରାଯାଇଛି । ତେବେ ଚଢଉ ଜାରି ରହିଥିବା ବେଳେ ସଂପତ୍ତିର ଆକଳନ ଜଣାପଡିିନାହିଁ ।ଅନୁରୂପ ଭାବେ ମଧ୍ୟ ୧୫ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ବରଗଡ ଜିଲ୍ଲା ପଦ୍ମପୁର ସବ କଲେକଫର ଅଫିସ୍‌ରେ କାର୍ଯ୍ୟରତ ସହକାରୀ କିରାଣୀ ଦିଲେଶ୍ୱର ଭୋଇଙ୍କୁ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି । ପ୍ରକାଶ ଯେ, ଖାରବନ୍ଧ ଥାନା ଅନ୍ତର୍ଗତ ସୁଖଡୁଙ୍ଗୁରି ଗ୍ରାମର ଗିରିବାଳା ଚନ୍ଦ୍ର ସାହୁଙ୍କୁ ଷ୍ଟାମ୍ପ ଭେଣ୍ଡର ଲାଇସେନ୍ସ କରାଇଦେବା ପାଇଁ ଶ୍ରୀ ଭୋଇ ୧୫ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଆଜି ଶ୍ରୀ ଭୋଇ ଅପରାହ୍ନ ୩ଟା ବେଳେ ତାଙ୍କ କାର୍ଯ୍ୟାଳୟରେ ଏହି ଲାଂଚ ଟଙ୍କା ନେବା ବେଳେ ସେଠାରେ ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ । ସାକ୍ଷୀମାନଙ୍କ ଉପସ୍ଥିତିରେ ଏହି ଲାଂଚ ଟଙ୍କା ତାଙ୍କ ନିିିକଟରୁ ଜବତ କରାଯାଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ପଦ୍ମପୁରସ୍ଥିତ ଭଡା ଘରେ ଚଢଉ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମେଣ୍ଟମରାକୁ ନେଇ ଦୁଇଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ

କମେଣ୍ଟମରାକୁ ନେଇ ଦୁଇଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ

Read More...

ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page