ଜୀବିତ ବୋଲି ଜୁଇରୁ ଉଠାଇ ଆଣିଲେ ଡାକ୍ତର ମୃତ ଘୋଷଣା ପରେ ଶବ ସତ୍କାର

November 17, 2019, ଓଡ଼ିଶା, , Anupambharat News Bureau


ଜୀବିତ ବୋଲି ଜୁଇରୁ ଉଠାଇ ଆଣିଲେ ଡାକ୍ତର ମୃତ ଘୋଷଣା ପରେ ଶବ ସତ୍କାର
Anupambharat News Bureau
November 17, 2019

ପୋଲସରା,୧୭ା୧୧(ଅନୁପମ ମିଡ଼ିଆ): ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମପଞ୍ଚାୟତ ଅଧିନରେ ଥିବା କଣିଆପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜୀବିତ ବୋଲି ପରିବାର ଲୋକ ଜୁଇରୁ ଶବ ଉଠାଇ ଆଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ମୃତ ଘୋଷଣା ପରେ ଶବ ସତ୍କାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶଯେ, ଗ୍ରାମର ଶତ୍ରୁଘ୍ନ ବେହେରାଙ୍କ ୪ଝିଅ । ଶତ୍ରୁଘ୍ନ ଓ ତାଙ୍କ ସ୍ତ୍ରୀଙ୍କ ମୃତୁ୍ୟ ପରେ ୪ ଝିଅ ଜମ୍ଭୁ, ସୁଶୀଳା, ଦୁଃଖି ଏବଂ କକି ଅବିବାହି ଭାବେ ଜୀବନ ଯାପନ କରୁଥିଲେ । । ତେବେ ଇତିମଧ୍ୟରେ କକିର ଦେହ ଖରାପ ପରେ ତାଙ୍କର ଭୁବନେଶ୍ୱରରେ ଅସ୍ତ୍ରୋପଚାର ପରେ ସମସ୍ତ ଭଉଣୀ ଭୟଭୀତ ଏବଂ ଚିନ୍ତିତ ରହିଥିଲେ । ଆଜି ସଂକ୍ରାନ୍ତି ଥିବାରୁ ସକାଳେ ବଡ଼ ଭଉଣୀ ସମସ୍ତଙ୍କୁ ଉଠ ମନ୍ଦିର ଯିବା କହିଥିଲେ । ତେବେ ଦୁଃଖୀ ଉଠିନଥିଲା । ଏହି ଖବର ପ୍ରଚାର ପରେ ଗ୍ରାମର କିଛି ଲୋକ ପହଞ୍ଚି ଦୁଃଖୀର ଶ୍ୱାସକ୍ରିୟା ବନ୍ଦ ଥିବା ଅନୁଭବ କରି ତାର ମୃତୁ୍ୟ ଘଟିଥିବା ପ୍ରକାଶ କରିଥିଲେ । ଏହାପରେ ଦୁଃଖୀକୁ ଗାଁ ଶ୍ମଶାନକୁ ଦାହ ପାଇଁ ନେଇଥିଲେ । ସେଠାରେ ଜୁଇ ଉପରେ ଶବ ଲଦିବା ବେଳେ କୁଆଡ଼େ ଦୁଃଖୀର ହାତର ଆଙ୍ଗୁଠି ହଲିବାରୁ ସେ ଜୀବତ ଥିବା ଆଶଙ୍କାରେ ତାକୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ପି୍ରୟଦର୍ଶିନୀ ଆଚାରୀ ପରୀକ୍ଷା କରିବା ପରେ ସେ ମୃତ ବୋଲି ଘୋଷଣା କରିଥିଲେ । ସେଠାରୁ ପୁଣି ଗ୍ରାମକୁ ନେଇ ଶବଦାହ କରାଯାଇଥିଲା । ଏହି ଖବର ପ୍ରଚାରିତ ପରେ ବହୁ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗି ରହିଥିଲା । ଦୁଃଖୀଙ୍କ ପରିବାରକୁ ପୂର୍ବରୁ ଇନ୍ଦିରା ଆବାସ ମିଳିଥିବା ବେଳେ ଅନ୍ତୋଦ୍ୱୟ ଯୋଜନାରେ ୩୫କିଲୋ ଚାଉଳ ମିଳୁଛି । ଖବରପାଇ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ଜେନା ହରିଶ୍ଚନ୍ଦ୍ର ବାବଦକୁ ୨ହଜାର ଟଙ୍କା ସାହାଯ୍ୟ କରିବା ସହ ମେଡିକାଲ୍‌ରୁ ପୁଣି ଅଟୋ ଯୋଗେ ଶବ ଗାଁକୁ ନେବାର ବ୍ୟବସ୍ଥା କରିଥିଲେ । ଶବ ନେବା ପରେ ପରିବାରର ସମ୍ପର୍କିୟ ଦାଦାଙ୍କ ପୁଅ ମୁଖାଗ୍ନି ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

Read More...

ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ପଶି ପୋଲିସକୁ ପିଟିଲେ

ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ପଶି ପୋଲିସକୁ ପିଟିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page