ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

November 11, 2019, ଦେଶ, , Anupambharat News Bureau


ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ
Anupambharat News Bureau
November 11, 2019

ନୂଆଦିଲ୍ଲୀ: ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ ଆସିବା ପରେ ଦୀର୍ଘ ଦିନର ବିବାଦରେ ଅନ୍ତ ଘଟିଛି । ଏହା ଅଯୋଧ୍ୟା ସହରବାସୀଙ୍କୁ ଆଶ୍ୱସ୍ତ କରିବା ସହ ସମଗ୍ର ଭାରତ ବର୍ଷ ପାଇଁ ଗ୍ରହଣୀୟ ହୋଇପାରିଛି ।
ଲୋକଙ୍କ ଧାର୍ମିକ ଭାବନା, ପ୍ରସଙ୍ଗର ସମ୍ବେଦନ ଶୀଳନତା ଏବଂ କୌଣସି ହିଂସାକୁ ଆଖି ଆଗରେ ରଖି ଏହି ରାୟ ପୂର୍ବରୁ ସାରା ଦେଶରେ କଡ଼ା ସୁରକ୍ଷା ଗ୍ରହଣ କରା ଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ କୌଣସି ଧାର୍ମିକ ହିଂସା ଏବଂ ଅଶାନ୍ତି ଦେଖିବାକୁ ମିଳିନି । ବିନା କୌଣସି ଶୋଭାଯାତ୍ରା ଏବଂ ବାଣଫୁଟାରେ ସମସ୍ତେ ଶାନ୍ତିର ସହ ଏହି ରାୟକୁ ସ୍‌ୱାଗତ କରିଛନ୍ତି ।
ସୁପ୍ରିମ୍‌କୋର୍ଟ ଶନିବାର ଅଯୋଧ୍ୟା ପ୍ରସଙ୍ଗରେ ରାୟ ଦେଇ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିବା ସହ ମସଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦିଆଯିବ ବୋଲି କହିଛନ୍ତି । ଏହା ପରେ ଯଦିଓ କିଛି ମନ୍ଦିରରେ ଜୟ ଶ୍ରୀରାମ ନାରା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି, କୌଣସି ବଡ଼ ଉତ୍ସବ ବା ସ୍ୱାଗତ ଦେଖିବାକୁ ମିଳିନି । କି;ୁ ବେଶ୍‌ କିଛି ସ୍ଥାନରେ ଏହାକୁ ନେଇ ଆଲୋଚନା ଦେଖିବାକୁ ମିଳୁଛି । ରାୟ ଆସିବା ପୂର୍ବରୁ କଡ଼ା ସୁରକ୍ଷା ତ ନିଶ୍ଚୟ ଶାନ୍ତ ପରିବେଶ ବଜାୟ ରଖିବାରେ ବଡ଼ ଭୂମିକା ନେଇଛି ।
ଏଥିସହ ବିଭିନ୍ନ ଅନୁଷ୍ଠାନ, ଧାର୍ମିକ ନେତା ଏବଂ ରାଜନୀତିକ ବ୍ୟକ୍ତିମାନଙ୍କର ଆହ୍‌ୱାନ ଶାନ୍ତି ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେଇପାରିଛି । କୌଣସି ଉତ୍ସବରୁ ବିରତ ରହିବା ଏବଂ ସଦ୍ଭାବନା ବଜାୟ ରଖିବାକୁ ଏମାନଙ୍କ ଆହ୍ୱାନ ଆଇନ ଶୃଙ୍ଖଳା ଓ ଶାନ୍ତି ବଜାୟ ରଖିବାରେ ସହାୟକ ହୋଇଛି । ରାମ ଜନ୍ମଭୂମି କୁହାଯାଉଥିବା ଅଯୋଧ୍ୟାରେ ମଧ୍ୟ ଶାନ୍ତ ପରିବେଶ ଦେଖିବାକୁ ମିଳିଛି ।
ଏପରିକି ଦେଶର ରାଜଧାନୀ ଏବଂ ଅନ୍ୟ ପ୍ରାନ୍ତରେ ମଧ୍ୟ ସ୍ଥିତି ସମାନ ରହିଛି । ଯଦିଓ ଅଯୋଧ୍ୟା ଲୋକେ ରାୟକୁ ସମର୍ଥନ ଜଣାଇଛନ୍ତି, ସେମାନେ କୌଣସି ବଡ଼ ଉତ୍ସବ ପାଳିନାହାନ୍ତିଛ ଏହି ସହରର ପ୍ରତିଟି ଗଳି କନ୍ଦିରେ ବର୍ତ୍ତମାନ ସୁରକ୍ଷା କଡ଼ାକଡ଼ି ରହିଛି । ଅଯୋଧ୍ୟା ଡିଭିଜିନାଲ କମିଶନର ମନୋଜ ମିଶ୍ର, ଆଇଜି ସଞ୍ଜୀବ ଗୁପ୍ତା, ମାଜିଷ୍ଟ୍ରେଟ୍‌ ଅନୁଜ ଝା ଏବଂ ଏସ୍ପି ଆଶିଷ ତିୱାରୀ ହେଲିକପଫର ଯୋଗେ ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ସର୍ଭେ କରିଛନ୍ତି ।
ଅଯୋଧ୍ୟାର କିଛି ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜା ବଦଳରେ କେବଳ ସାଧାରଣ ହୋମ ହେବାର ଅଛି । ଦିଲ୍ଲୀରେ ମଧ୍ୟ କଡ଼ା ସୁରକ୍ଷା କରାଯାଇଛି ଏବଂ ଡ୍ରୋନ୍‌ ଯୋଗେ ସୁରକ୍ଷା ସମୀକ୍ଷା କରାଯାଉଛି । ଦିଲ୍ଲୀର ଜାମା ମସଜିଦ୍‌ ନିକଟରେ ଚା’ ବିକ୍ରି କରୁଥିବା ନୱାଜୁଦ୍ଦିନ୍‌ ଆ³ାସ୍‌ କହିଛନ୍ତି, ମୁସଲିମ୍ମାନେ ବୁଝିଛନ୍ତି ଅଯୋଧ୍ୟା ପ୍ରସଙ୍ଗ ନିର୍ବାଚନ ଜିତିବା ପାଇଁ ବ୍ୟବହାର ହୋଇ ଆସିଛି ।
ବର୍ତ୍ତମାନ ଏହାର ସମାଧାନ ହୋଇଯିବା ପରେ ଏହାକୁ ନେଇ ଆଉ ରାଜନୀତି ଠିକ୍‌ ନୁହେଁ । ଉଲ୍ଲେଖଥାଉକି କିଛି ହିନ୍ଦୁ ସଂଗଠନ ଏବଂ ଦକ୍ଷିଣପନ୍ଥୀ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନର ସୀମା କାଶୀ ଏବଂ ମଥୁରା ଆଡ଼କୁ ବାଇବାକୁ ଉତ୍ସୁକ ଥିଲେ ହେଁ ଶନିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହାକୁ ନେଇ ମତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ସଂଘ ଏପରି କରିବନାହିଁ । ଏଥିସହିତ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ସମାନ ମତ ପୋଷଣ କରିଛି । କାଶୀରେ ଜ୍ଞାନବ୍ୟାପୀ ମସଜିଦ୍ର ଏକ କାନ୍ଥ କାଶୀ ବିଶ୍ୱନାଥଙ୍କ ମନ୍ଦିରକୁ ଲାଗିଛି ।
ସେହିଭଳି ଶାହି ଇଦVା ମସଜିଦ୍‌ କୃଷ୍ଣ ଜନ୍ମଭୂମି ମନ୍ଦିର ପଛ ଭାଗରେ ରହିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଭାଗବତଙ୍କୁ ପଚରାଯାଇଥିଲା, ଆରଏସ୍‌ଏସ୍‌ ଏହି ଆନ୍ଦୋଳନ କାଶୀ ଏବଂ ମଥୁରାକୁ ନେବ କି ନା । ସେ ଉତ୍ତରରେ କହିଥିଲେ, ସଂଘ କୌଣସି ଆନ୍ଦୋଳନରେ ସାମିଲ ହୁଏନିଛ ଆମେ ବ୍ୟକ୍ତି ର୍ନିମାଣ ଦିଗରେ କାମ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୯୦ ଲକ୍ଷ ଠକେଇ ମାମଲାରେ ଜଣେ ଗିରଫ

୯୦ ଲକ୍ଷ ଠକେଇ ମାମଲାରେ ଜଣେ ଗିରଫ

Read More...

ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page