 
      Anupambharat News Bureau
Anupambharat News Bureau
ଭୁବନେଶ୍ୱର,୫ ।୧୧(ଅନୁପମ ମିଡିଆ): ରାଜ୍ୟର ସୁବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି ଭୁବନେଶ୍ୱର । ଏବେ ଭୁବନେଶ୍ୱର ରହିଛି ପ୍ରଦୂଷଣ କବଳରେ । ରାଜଧାନୀ ଭୁବନେଶ୍ୱର ସମେତ କଟକ , ଅନୁଗୁଳ, ତାଳଚେର,ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସବୁୁ ଅଧିକ ପ୍ରଦୂଷିତ ।
ଅଙ୍ଗାରକାମ୍ଳର ପରିମାଣ ବଢ଼ୁଥିବ ଯୋଗୁଁ ଏବେ ବାୟୁ ମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର , ସଫେଇ ନହେବା ଏବଂ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ଏହାର ପ୍ରମୁଖ୍ୟ କାରଣ ବୋଲି ବୈଠକରେ ପ୍ରକାଶ ପାଉଛି । ସେହିପରି ରାଜ୍ୟର ୯ଟି ଅବବାହିକା ପ୍ରଦୂଷିତ ହୋଇଛି । ସେଥିରୁ ଗଙ୍ଗୁଆ ନାଳ ସର୍ବାଧିକ ପ୍ରଦୂଷିତ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ପରିବେଶ ସଂକ୍ରାନ୍ତୀୟ ଗୃହ କମିଟି ବୈଠକ ପରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଆଜି ଓଡ଼ିଶା ବିଧାନସଭାର ପରିବେଶ ପ୍ରଦୂଷଣ ସମ୍ପର୍କିତ ଗୃହକମିଟିଙ୍କ ବୈଠକ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ- ୫୪ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଶିଳ୍ପ କାରଖାନା ଦ୍ୱାରା ନଦୀ, କେନାଲ, ଜଳ ଉତ୍ସ ଓ ଚାଷଜମିରେ ବର୍ଜ୍ୟ ଜଳ ନିଷ୍କାସନ ଏବଂ ବିଭିନ୍ନ ସ୍ପଞ୍ଜ ଆଇରନ୍ କାରଖାନର କାର୍ବଟ ଏମିସନ୍କୁ ରୋକିବା ତଥା ନଗର, ସ୍ୱାୟତ ଶାସନ ସଂସ୍ଥା ଓ ଗ୍ରାମଗୁଡ଼ିକର ସଫେଇ ଓ ତତସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଇସ୍ପାତ ଓ ଖଣି, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସରକାରୀ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଷ୍ଣୁଚରଣ ସେଠୀ, ବ୍ରଜକିଶୋର ପ୍ରଧାନ, ପ୍ରଶାନ୍ତ କୁମାର ମୁଦୁଲି, ସୁଶାନ୍ତ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ସଞ୍ଜୀବ କୁମାର 
ମଲ୍ଲିକ, ସୌଭିକ ବିଶ୍ୱାଳ, ଦାଶରଥୀ ଗମାଙ୍ଗୋ, ପ୍ରକାଶ ସୋରେନ ଓ ଆଦିତ୍ୟ ମାଢ଼ୀଙ୍କ ସମେତ ବରିଷ୍ଠ ସଦସ୍ୟ ଅରୂପ ପଟ୍ଟନାୟକ ଏବଂ ଡ. ସ୍ୱୟଂପ୍ରକାଶ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ସ୍ୱତନ୍ତ୍ର ଶାସନ ସଚିବ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଭ୍ୟ ସଚିବ ଦେବୀଦତ ବିଶ୍ୱାଳ, ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
