୧୫ ହଜାର ଟଙ୍କା ଲାଂଚ ନେଇ ବିଡିଏ ଏନଫୋର୍ସମେଣଫ ଇନ୍ସପେକଫର ଗିରଫ

November 05, 2019, ଓଡ଼ିଶା, , Anupambharat News Bureau


୧୫ ହଜାର ଟଙ୍କା ଲାଂଚ ନେଇ ବିଡିଏ ଏନଫୋର୍ସମେଣଫ ଇନ୍ସପେକଫର ଗିରଫ
Anupambharat News Bureau
November 05, 2019

କଟକ,୫ା୧୧(ଅନୁପମ ମିଡିଆ): ଜୟଦେବ ବିହାରରେ ରହୁଥିବା ଜଣେ ଘର ମାଲିକଙ୍କ ଘରର ଆଂଶିକ ଭଙ୍ଗା ରିପୋର୍ଟ ପ୍ରଦାନ ପାଇଁ ୧୫ ହଜାର ଟଙ୍କା ଲାଂଚ ନେଇଥିବା ବିଡିଏ ଏନଫୋର୍ସମେଣଫ ଇନ୍ସପେକଫରଙ୍କ ପାଇଁ ମହଙ୍ଗା ପଡିଛି । ଏହି ରିପୋର୍ଟ ପ୍ରଦାନ ପାଇଁ ଜନୈକ ବ୍ୟକ୍ତିଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଦଉଡାଇବାରୁ ବ୍ୟକ୍ତିଜଣକ ଶେଷରେ ଭିଜିଲାନ୍ସର ଆଶ୍ରୟ ନେବା ପରେ ଭୁବନେଶ୍ୱର ଭିଜିଲାନ୍ସ ସେଲ ପକ୍ଷରୁ ଆଜି ତାଙ୍କୁ ଲାଂଚ ନେବା ବେଳେ ଗିରଫ କରାଯାଇଛି । ଭିଜିଲାନ୍ସ ସେଲ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଜୟଦେବ ବିହାରର ସମ୍ବିତ ପାଣିଗ୍ରାହୀ ଏହି ରିପୋର୍ଟ ପାଇବା ପାଇଁ ଏନଫୋର୍ସମେଣଫ ଇନ୍ସପେକଫର ପୁରୁଷୋତ୍ତମ ଜେନାଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ସେ ଏଥିପାଇଁ ୧୫ ହଜାର ଟଙ୍କା ଦାବି କରିଥିଲେ । ଫଳରେ ଏହି ଖବର ଭିଜିଲାନ୍ସ ସେଲ ଡିଭିଜନ ଏସପିଙ୍କ ପାଖରେ ପହଂଚିଥିଲା । ତା ପରେ ତାଙ୍କୁ ଜାଲରେ ପକାଇବାକୁ ଯୋଜନା କରାଯାଇଥିଲା । ଆଜି ଏହି ଲାଂଚ କାରବାର ହେଉଥିବା ବେଳେ ଶ୍ରୀ ଜେନାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଭୁବନେଶ୍ୱର ସତ୍ୟନଗର ପାଖରେ ଥିବା କାଳିମନ୍ଦିର ଅଂଚଳସ୍ଥିତ ୫୦୮/୧୧୬ ନମ୍ବର ପ୍ଲଟରେ ଥିବା ଶ୍ରୀ ଜେନାଙ୍କ ଭଡା ଘରେ ଚଢଉ କରାଯାଇଛି । ଏସଂପର୍କରେ ଭିଜିଲାନ୍ସ ସେଲ ଥାନାରେ ରୁଜୁ ହୋଇଥିବା ୧୮/୨୦୧୯ ନମ୍ବର ମାମଲାର ତଦନ୍ତ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଧୁକ ମୁନରେ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ

ବନ୍ଧୁକ ମୁନରେ ଲୁଟିନେଲେ ୨ କୋଟି ଟଙ୍କାର ସିଗାରେଟ

Read More...

 ଫସଲ ଚିନ୍ତା ମଞ୍ଚାରେ ବିତୁଛି ଜୀବନ

ଫସଲ ଚିନ୍ତା ମଞ୍ଚାରେ ବିତୁଛି ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page