ଭୂତ କହୁଛି ମୃତୁ୍ୟର କାହାଣୀ! ମହିଳାଙ୍କ ଅସ୍ୱାଭାବିକ ଆଚରଣ

November 02, 2019, ଓଡ଼ିଶା, , Anupambharat News Bureau


 ଭୂତ କହୁଛି ମୃତୁ୍ୟର କାହାଣୀ! ମହିଳାଙ୍କ ଅସ୍ୱାଭାବିକ ଆଚରଣ
Anupambharat News Bureau
November 02, 2019

ଅନୁଗୋଳ,୨ା୧୧(ଅନୁପମମିଡ଼ିଆ): ଆଧୁନିକ ଯୁଗରେ ମଧ୍ୟ ଭୂତ ଲାଗୁଥିବା ଘଟଣା ଲୋକଙ୍କ ମନରୁ ଲିଭି ପାରିନି । ଆଉ ମରି ଯାଇଥିବା ଏକ ଆତ୍ମା ଆସି ତାର ମୃତୁ୍ୟର କାରଣକୁ ବଖାଣି ଚାଲିଛି । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିିଛି ।
ଘଟଣାରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ନତଡ଼ା ଗାଁରେ ଜଣେ ମହିଳାଙ୍କ ଶରୀରରେ ଭୂତ ସବାର ହୋଇ ସେହି ଗାଁର ଏକ ହତ୍ୟା ଘଟଣାର ଚାଞ୍ଚଲ୍ୟକର ବୟାନ ଦେଉଛି । ଆଉ ମହିଳା ଜଣଙ୍କ ଚୁଟି କୁମୁଳା କରିବା ସହ ଇଆଡ଼ୁ ସିଆଡ଼ୁ ଗପିବାରେ ଲାଗିଛନ୍ତି । କେତେବେଳେ ବିଡ଼ି ଟାଣୁଛନ୍ତି ତ କେତେବେଳେ ହତ୍ୟା ଘଟଣାର ଗୁଢ଼ ରହସ୍ୟ ବଖାଣୁଛନ୍ତି । ଯାହାକି ତାଙ୍କର ଚାଲି ଚଳଣ କଥା ବାର୍ତ୍ତା ଅସ୍ୱାଭାବିକ ହୋଇପଡ଼ିଛି । ସେ କହୁଛନ୍ତି ମତେ ମାରି ଦିଆଯାଇଛି । ମାରିବା ପରେ ଏକ ପରିତ୍ୟକ୍ତ ପାଇଖାନାରେ ରଖିବା ସହ କୂଅକୁ ପିଙ୍ଗି ଦିଆଯାଇଛି । ମୋତେ ନ୍ୟାୟ ଦରକାର । ଲୋକଙ୍କ କହିବା ଅନୁଯାୟୀ ଏହି ମହିଳାଙ୍କ ଦେହରେ ଜଣେ ଯୁବକଙ୍କ ଭୂତ ଲାଗି ନିଜ ମୃତୁ୍ୟ କାହାଣୀ ଗାଁ ଲୋକଙ୍କ ଆଗରେ ପ୍ରକାଶ କରୁଛି । ଆଉ ତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରୁଛି । ସୂଚନା ଯେ, ଗତ ସେପେଫମ୍ବର ୧୮ ତାରିଖରେ ନତଡ଼ା ଗାଁର ଜଣେ ଯୁବକ ପଞ୍ଚାନନ ଖଟୁଆଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ଶବ ପଡ଼ୋଶୀଙ୍କ କୂଅରୁ ଉଦ୍ଧାର କରାଯାଇଥିଲା । ତେବେ ଦୁଇ ଦିନ ପୂର୍ବରୁ ସେ ନିଖୋଜ ଥିଲେ । କି;ୁ ଅଚାନକ ତାଙ୍କର ମୃତୁ୍ୟ ଘଟଣାକୁ ନେଇ ପରିବାର ଲୋକ ହତବାକ ହୋଇପଡ଼ିଥିଲେ । ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ପାଣିରେ ବୁଡ଼ି ପଞ୍ଚାନନଙ୍କ ମୃତୁ୍ୟ ଘଟିଛି । ଆହୁରୀ ଆଶ୍ଚର୍ଯ୍ୟର କଥା ହେଲା ପଞ୍ଚାନନଙ୍କ ଭୂତ ଗାଁର ୪ଜଣ ମହିଳାଙ୍କୁ ଜଣଙ୍କ ପରେ ଜଣଙ୍କୁ ଏହି ହତ୍ୟାକାଣ୍ଡର କାହାଣୀ କହି ସାରିଲାଣି । ତେଣୁ ଏହି ଘଟଣାକୁ ନେଇ କିଛି ଲୋକ ସତ୍ୟ ବୋଲି ବିବେଚନା କରିଥିବାବେଳେ ଆଉ କିଛି ଲୋକ ଏହା ଏକ ଅନ୍ଧବିଶ୍ୱାସ ବୋଲି କୁହାକୁହି ହେଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭିମସାରରେ ୧୨ ଘଣ୍ଟା ଧରି ପଡ଼ିରହିଲା ଏଚଆଇଭି ରୋଗୀଙ୍କ ମୃତଦେହ

ଭିମସାରରେ ୧୨ ଘଣ୍ଟା ଧରି ପଡ଼ିରହିଲା ଏଚଆଇଭି ରୋଗୀଙ୍କ ମୃତଦେହ

Read More...

ବିଶାଖା ଏକ୍ସପ୍ରେସ୍‌ ଦୁଇ ଭାଗ  ଏସି ବଗି ସହ ୨ କିମି ଗଡ଼ିଲା ଇଞ୍ଜିିନ୍‌

ବିଶାଖା ଏକ୍ସପ୍ରେସ୍‌ ଦୁଇ ଭାଗ ଏସି ବଗି ସହ ୨ କିମି ଗଡ଼ିଲା ଇଞ୍ଜିିନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page