ଏମିତି ବି ମୃତୁ୍ୟ ଆସେ, ଭାଇ ପଛରେ ଚାଲିଗଲା ଭାଇର ଜୀବନ

November 02, 2019, ଓଡ଼ିଶା, , Anupambharat News Bureau


ଏମିତି ବି ମୃତୁ୍ୟ ଆସେ, ଭାଇ ପଛରେ ଚାଲିଗଲା ଭାଇର ଜୀବନ
Anupambharat News Bureau
November 02, 2019

ପାଲଲହଡ଼ା,୨ ।୧୧(ଅନୁପମ ମିଡ଼ିଆ): ପାଲଲହଡ଼ା ରାଜବଂଶରେ ଗତକାଲି ଏକ ଅଭାବନୀୟକ ଘଟଣା ଘଟିଯାଇଛି । ସିତଙ୍ଗ ରାଜ ପରିବାରର ସ୍ୱର୍ଗତ ସାହେବଙ୍କର ବଡ଼ ପୁଅ ଦୀପକ କୁମାର ପାଳ(୬୨) କିଛିଦିନ ହେଲା କ୍ୟାନସର ରୋଗରେ ଚିକିତ୍ସିତ ହେଉଥିଲେ । ଗତକାଲି କଟକ ମେଡ଼ିକାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା । ପରେ ମୃତ ଦେହକୁ ସିତଙ୍ଗ ସ୍ମୃତି ବାସଭବନ ପହଞ୍ଚିବା ପରେ ସାନ ଭାଇ ତ୍ରିମ୍ବଳ ପ୍ରସାଦ ଲାଲ୍‌ କୋହଭରା ଦାଣ୍ଡରେ କାନ୍ଦି କାନ୍ଦ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ପାଲଲହଡ଼ା ଡ଼ାକ୍ତରଖାନାକୁ ଅଣାଯିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣାଟି ପ୍ରଚାର ହେବା ସଙ୍ଗେ ସଙ୍ଗେ ପାଲଲହଡ଼ା ଅଞ୍ଚଳରେ ଶୋକକୂଳ ପରିବେଷ ସୃଷ୍ଟି ହୋଇଯାଇଥିଲା । ବିଧାୟକ ମୁକେଶ କୁମାର ପାଳ ଗଭୀର ଶୋକପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମା’ ସାମ୍ନାରେ ଜଳିଗଲା ଝିଅ

ମା’ ସାମ୍ନାରେ ଜଳିଗଲା ଝିଅ

Read More...

ସ୍ମୀତାରାଣୀ ଘଟଣାରେ ଗିରଫ ରୂପେଶ ଭଦ୍ରକୁ ରଗଡି ଜେଲ୍‌ରେ ଭିଆଇପି ସୁବିଧା?

ସ୍ମୀତାରାଣୀ ଘଟଣାରେ ଗିରଫ ରୂପେଶ ଭଦ୍ରକୁ ରଗଡି ଜେଲ୍‌ରେ ଭିଆଇପି ସୁବିଧା?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page