ବିଧାନସଭା ନିର୍ବାଚନ, ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ

November 01, 2019, ଦେଶ, , Anupambharat News Bureau


ବିଧାନସଭା ନିର୍ବାଚନ,  ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ
Anupambharat News Bureau
November 01, 2019

ରାଞ୍ଚି, ୧ା୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି । ଝାଡ଼ଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟ ହେବ । ପ୍ରଥମେ ପର୍ଯ୍ୟାୟ ପାଇଁ ଭୋଟିଂ ନଭେମ୍ବର ୩୦ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ୧୨, ୪ର୍ଥ ପର୍ଯ୍ୟାୟ ୧୬ ଓ ଶେଷ ପର୍ଯ୍ୟାୟ ପାଇଁ ୨୦ ଡିସେମ୍ବରରେ ଭୋଟିଂ ହେବ । ସେହିପରି ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଆଜି ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି ଯେ, ବିଧାନସଭାର କାର୍ଯ୍ୟକାଳ ୨୦୨୦ ଜାନୁଆରୀ ୫ରେ ଶେଷ ହେବ ।
ଏଥିପାଇଁ ପରବର୍ତ୍ତୀ ବିଧାନସଭା ଗଠନ କାର୍ଯ୍ୟ ଏହା ପୂର୍ବରୁ ଶେଷ ହେବ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନରେ ଭୋଟ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି, ତୃତୀୟ ପର୍ଯ୍ୟାୟରେ ୧୭ଟି, ୪ର୍ଥ ପର୍ଯ୍ୟାୟରେ ୧୫ଟି ଓ ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଝାଡ଼ଖଣ୍ଡର ୧୯ଟି ଜିଲ୍ଲାକୁ ସମ୍ବେଦନଶୀଳ ଓ ୧୩ଟି ଜିଲ୍ଲାକୁ ଅତି ସମ୍ବେଦନଶୀଳ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିପୁଳ ପରିମାଣର କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ଏହି ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମୋଟ ୬୭ଟି ବିଧାନସଭା ଆସନ ରହିଛି । ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ୨.୨୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ପ୍ରଥମଥର ପାଇଁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ ବାଲଟ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ରାଜ୍ୟରେ ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୨.୧୯ ଲକ୍ଷ ଥିବା ବେଳେ ଦିବ୍ୟାଙ୍ଗଙ୍କ ସଂଖ୍ୟା ୨.୧୬ ଲକ୍ଷ ରହିଛି । ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଝାଡ଼ଖଣ୍ଡରେ କ୍ଷମତାରେ ରହିଛି । ୨୦୧୪ରେ ବିଜେପି ୩୭ଟି ଆସନ ଜିତିଥିବା ବେଳେ ତା’ର ସହଯୋଗୀ ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିଅନ ୫ଟି ଆସନ ଦଖଲ କରିଥିଲା । ଉଭୟ ଦଳ ମ୍ୟାଜିକ ନମ୍ବର ୪୧ ମଧ୍ୟ ଛୁଇଁଥିଲେ ଏବଂ ରଘୁବୀର ଦାସ ଝାଡ଼ଖଣ୍ଡର କମାଣ ସମ୍ଭାଳିଥିଲେ । ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୧୪ଟି ଲୋକସଭା ଆସନରୁ ୧୨ଟିରେ ବିଜୟ ଲାଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଆସୁଛି ଲଘୁଚାପ,  ୩ରୁ ବର୍ଷା ସମ୍ଭାବନା

ପୁଣି ଆସୁଛି ଲଘୁଚାପ, ୩ରୁ ବର୍ଷା ସମ୍ଭାବନା

Read More...

ଅମରେଶ ହତ୍ୟା ମାମଲା  ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ

ଅମରେଶ ହତ୍ୟା ମାମଲା ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page