ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !

November 01, 2019, ଦେଶ, , Anupambharat News Bureau


ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !
Anupambharat News Bureau
November 01, 2019

ମୁମ୍ବାଇ, ୧ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିବା ପରେ ସରକାର ଗଠନ ପ୍ରକି୍ରୟା ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ରାଜ୍ୟରେ ଭାରତୀୟ ଜନତାପାର୍ଟି (ବିଜେପି) ଓ ମହାରାଷ୍ଟ୍ରର ଏକ ପ୍ରମୁଖ ରାଜନୈତିକ ଦଳ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା । ତେବେ ନିର୍ବାଚନ ପରେ ଯଦିଓ ବିଜେପିକୁ ଅଧିକ ସଫଳତା ମିଳିଛି, ଆଇନ ଅନୁଯାୟୀ ବିଜେପି ହିଁ ସରକାର ଗଢ଼ିବା ପାଇଁ ଦାବି କରିଛି । ଅନ୍ୟପକ୍ଷରେ ଶିବସେନା ୫୦-୫୦ ପ୍ରତିଶତ ହାରରେ ସରକାର ଗଢ଼ିବା ପାଇଁ ଯେଉଁ ଦାବି କରିଛି ଏହାକୁ ବିଜେପି ସହଜରେ ଗ୍ରହଣ କରିପାରି ନାହିଁ । ତେଣୁ ରାଜ୍ୟରେ ସରକାର ଗଠନ ପ୍ରକି୍ରୟା ବିଳମ୍ବ ହେବାରେ ଲାଗିଛି । ରାଜ୍ୟ ବିଧାନସଭାର ଅବଧି ନଭେମ୍ବର ୮ ତାରିଖରେ ସଂପୂର୍ଣ୍ଣ ହେଉଛି । ତେଣୁ ୭ ତାରିଖ ସୁଦ୍ଧା କୌଣସି ସରକାର ଗଠନ ଚୂଡ଼ାନ୍ତ ନହେଲେ ହଠାତ୍‌ ୮ ତାରିଖରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଯିବ ବୋଲି ଅର୍ଥମନ୍ତ୍ରୀ ତଥା ବିଜେନି ନେତା ସୁଧିର ମୁଗାନ୍‌ ତିୱାର ସୂଚନା ଦେଇଛନ୍ତି । ଅକେଫାବର ୨୧ ତାରିଖରୁ ଯଦିଓ ଫଳାଫଳ ପ୍ରକାଶ ପାଇଲାଣି ତେବେ ଏତେ ବିଳମ୍ବ ହେଉଥିବା ଯୋଗୁଁ ଏହା ସାଧାରଣ ଜନତାଙ୍କ ପାଖରେ ସମାଲୋଚନା ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ଭୋଟରମାନେ ଯଦିଓ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସଂଖ୍ୟା ଗରିଷ୍ଠତାର ସୁଯୋଗ ଦେଇ ନାହାଁନ୍ତି ତେବେ ମେଣ୍ଟକୁ କିନ୍ତୁ ସମର୍ଥନ କରିଛନ୍ତି । ଅନ୍ୟପକ୍ଷରେ ଉଭୟ ଦଳର ନେତାମାନେ କହିବାରେ ଲାଗିଛନ୍ତି ଯେ ମେଣ୍ଟ ଫେଭିକଲ୍‌ ଓ ଅମ୍ବୁଜା ସିମେଣ୍ଟ ଠାରୁ ମଧ୍ୟ ଅଧିକ ମଜବୁତ୍‌ । ତେଣୁ ଅତିଶୀଘ୍ର ସରକାର ଗଠନ ହେବ ବୋଲି ମୁଙ୍ଗା ତିୱାର ବିଶ୍ୱାସ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅମରେଶ ହତ୍ୟା ମାମଲା  ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ

ଅମରେଶ ହତ୍ୟା ମାମଲା ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ

Read More...

ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page