ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

November 01, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ
Anupambharat News Bureau
November 01, 2019

ନୂଆଦିଲ୍ଲୀ: ଭାରତରେ ସେବା ନେଇ ଗୁଜବକୁ ଭୋଡାଫୋନ୍‌ ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି । ଏଜିଆର୍‌ ପ୍ରସଙ୍ଗ ନେଇ ସରକାରଙ୍କ ବୁଝାମଣା କରାଯିବ ବୋଲି କୁହାଯାଇଛି । ତେବେ ଭୋଡାଫୋନ୍‌ ଦେଶରେ ଟେଲିକମ୍‌ ସେବା ବନ୍ଦ କରିବା ନେଇ ଗୁଜବ ହୋଇଛି,ତାହାକୁ ଭୋଡାଫୋନ୍‌ ପକ୍ଷରୁ ଖଣ୍ଡନ କରାଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ପକ୍ଷରୁ ବିଭିନ୍ନ ଟେଲିକମ୍‌ କମ୍ପାନୀ ଗୁଡିକ ନିର୍ଦ୍ଦେଶକ୍ରମେ ଆକାଉଣ୍ଟ ଲାଇସେନ୍ସ ଫିଜ୍‌ ଜମା କରିବା ପାଇଁ କୁହାଯାଇଛି । ଯାହା ଗ୍ରାସ୍‌ ରାଜସ୍ୱ ସେୟାର୍‌ ରହିବା ସହ ଜଣାଯାଇଛି । ଗଣମାଧ୍ୟମ ରିପୋର୍ଟରେ ଭୋଡାଫୋନ୍‌ ଭାରତରେ ସେବା ବନ୍ଦ ହେବ ବୋଲି ଉଲ୍ଲେଖ ହୋଇଛି । ତେବେ ଏଭଳି ଗୁଜବକୁ ଭୋଡାଫୋନ୍‌ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛି । ଫଳରେ ଭାରତରେ ଭୋଡାଫୋନ୍‌ ବନ୍ଦ ହେବା ନେଇ ଯେଉଁ ସୂଚନା ମିଳିଛି,ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କୁହାଯାଇଛି । ସରକାରଙ୍କ ସହ ପ୍ରସଙ୍ଗ ଗୁଡିକରେ ବୁଝାମଣା ପାଇଁ ଆଲୋଚନା ହୋଇଛି ।ଭୋଡାଫୋନ୍‌ ଗ୍ରୁପ୍‌ ଭାରତରେ ପରିଚାଳିତ ହେବା ସହ ଆଦିତ୍ୟ ବିର୍ଲା ଗ୍ରୁପ ମାଲିକ୍‌ ଆଇଡିଆ ସହ ମିଶ୍ରଣ ହୋଇଛି ।
କମ୍ପାନୀ ପକ୍ଷରୁ ଜମା ସ୍ୱରୁପ ୨୮,୩୦୯ କୋଟି ଟେଲିକମ୍‌ ବିଭାଗ ପ୍ରଦାନ କରିବାକୁ ହେବ । ତେବେ ଯୁଗ୍ମ କାରବାର ହୋଇଥିବାରୁ ବିଲ୍‌ ବୃଦ୍ଧି ହେବ । କମ୍ପାନୀ ବହୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଭୋଡାଫୋନ୍‌ ଆଇଡିଆ ସମେତ ଅନ୍ୟ ଟେଲିକମ୍‌ ଅପରେଟର ଗୁଡିକ ସରକାରଙ୍କ ସହ ଜମା କରିବା ପ୍ରସଙ୍ଗରେ ଆଲୋଚନା ହୋଇଛି ।
ଅନ୍ୟ ଗୁଜବ ସ୍ୱରୁପ ଭୋଡାଫୋନ୍‌ ଯେଉଁ ଠାରୁ ଋଣ ହାସଲ କରିଛି, ତାହା ପରିଶୋଧ କମ୍ପାନୀ କରିନାହିଁ । ତେବେ କମ୍ପାନୀ ଏଭଳି ଗୁଜବକୁ ଖଣ୍ଡନ କରିଛି । ଭୋଡାଫୋନ୍‌ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ପ୍ରକାଶ କରିଛି । ତେବେ ଋଣ ପ୍ରଦାନକାରୀଙ୍କ ଠାରୁ ବକେୟା ଅର୍ଥ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଯେଉଁ ଋଣ ହାସଲ କରାଯାଇଛି, ତାହାର ସମ୍ପୂର୍ଣ୍ଣ ବକେୟା ପ୍ରଦାନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

Read More...

କଥକ ନାଚିବେ ସନ୍ନି ଲିଓନ

କଥକ ନାଚିବେ ସନ୍ନି ଲିଓନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page