ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର

November 01, 2019, ଦେଶ, , Anupambharat News Bureau


ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର
Anupambharat News Bureau
November 01, 2019

ନୂଆଦିଲ୍ଲୀ: ବଡ଼ ବନ ନେତାଙ୍କୁ କାର୍ଟୁନ୍‌ କରି ତେର୍ଛା ସାମଲୋଚନା କରି ଆସୁଥିବା ଶିବସେନା ଏବେ ନିଜେ କାର୍ଟୁନ୍‌ ମାଡ଼ରେ ଆହତ ହୋଇଛି । ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦ ପଲ ସିଂହ ବାଗା ଶିବସେନାକୁ କାର୍ଟୁନ୍‌ ମାଧ୍ୟମରେ ହିଁ ସମାଲୋଚନା କରିଛନ୍ତି ।
ଏକ ଟୁଇଟ୍‌ରେ ଶିବସେନାର ପ୍ରତୀକ ବାଘ ରହିଛି । ଏଥିସହିତ ହାତରେ ଫାସ ଧରିଥିବା ବିଜେପି ବିଧାୟକ ଦଳ ମୁଖ୍ୟ ତଥା ଭାବି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଅଛନ୍ତି । ଫଟୋ ଉପରେ ଲେଖାଯାଇଛି, ‘ଆଖିର ତୁହ୍ମେ ଆନା ହୈ ଜରା ଡେର ଲଗେଗି’ ବା ‘ତମେ ନିଶ୍ଚୟ ଆସିବ ଟିକେ ଡେରି ହୋଇପାରେ । ଏହା ଏକ ହିନ୍ଦୀ ସିନେମା ଗୀତ ଆଧାରରେ ଲେଖାଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଥିଲେ ଶିବସେନା ନିଜେ ମହାରାଷ୍ଟ୍ରରେ ସରକାର ଗିପାରିବ । ତେବେ ମହାରଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ କାର୍ଟୁନ୍‌ ଯୁଦ୍ଧ ମଧ୍ୟ ଚର୍ଚ୍ଚାରେ ରହିଆସିଛି । ସରକାର ଗଠନ ନେଇ ବର୍ତ୍ତମାନ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନଥିବା ବେଳେ ଯେଉଁଦିନ ନିର୍ବାଚନୀ ଫଳ ଆସିଥିଲା ସଞ୍ଜୟ ରାଉତ ସେଦିନ ମଧ୍ୟ ଏକ କାର୍ଟୁନ୍‌ ଛାଡ଼ିଥିଲେ ।
ଏଥିରେ ବାଘ (ଶିବସେନାର ପ୍ରତୀକ)ଟିଏ ହାତରେ ପଦ୍ମ (ବିଜେପିର ଚିହ୍ନ) ଧରିଥିଲା, କି;ୁ ବେକରେ ଘଣ୍ଟା ଟିଏ ମାଳ କରି ପିନ୍ଧିଥିଲାୟ । ଏହାର ପ୍ରତିକ୍ରିୟାରେ ତେଜିନ୍ଦର ଫଡ଼ନାଭିସ୍‌ଙ୍କ ଫଟୋ ସହ ଏକ ଟୁଇଟ୍‌ କରିଥିଲେ ଯେଉଁଥିରେ ଲେଖାଥିଲା ‘ମୋତେ ବଡ଼ ଭାଇ ଡାକ’ । ସାମଲୋଚନା କରି ଆସୁଥିବା ଶିବସେନା ଏବେ ନିଜେ କାର୍ଟୁନ୍‌ ମାଡ଼ରେ ଆହତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଥକ ନାଚିବେ ସନ୍ନି ଲିଓନ

କଥକ ନାଚିବେ ସନ୍ନି ଲିଓନ

Read More...

ବାଗଦାଦିର ମୃତ୍ୟୁକୁ ସ୍ୱୀକାର କଲା ଆଇଏସ୍‌  ନୂତନ ଉତ୍ତରାଧିକାରୀଙ୍କ ନାଁ ଘୋଷଣା

ବାଗଦାଦିର ମୃତ୍ୟୁକୁ ସ୍ୱୀକାର କଲା ଆଇଏସ୍‌ ନୂତନ ଉତ୍ତରାଧିକାରୀଙ୍କ ନାଁ ଘୋଷଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page