ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ

November 01, 2019, ଦେଶ, , Anupambharat News Bureau


ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ
Anupambharat News Bureau
November 01, 2019

ମୁମ୍‌ୱାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାରରେ ସାମିଲ୍‌ ହେବା ନେଇ ପାଗ ଭିଡ଼ିଲା କଂଗ୍ରେସ । ରାଜ୍ୟରେ ଶିବସେନା ନେତୃତ୍ୱରେ ସରକାର ଗଢ଼ିବା ପାଇଁ କଂଗ୍ରେସର ସହଯୋଗୀ ଦଳ ଏନସିପି ରାଜି ହୋଇଥିବା ସୂଚନା ରହିଛି । କେବଳ ଅପେକ୍ଷା କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ।
ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବରରେ ହେଉଛି ୧୪୬ । ବିଜେପି ପାଖରେ ୧୦୫ ବିଧାୟକ ଓ ୬ ଅନ୍ୟାନ୍ୟ ବିଧାୟକଙ୍କ ସମର୍ଥନ ରହିଛି । ଯଦି ଶିବସେନା ପ୍ରସ୍ତାବରେ କଂଗ୍ରେସ ରାଜି ହୁ ଏ ତାହାଲେ ତିନି ଦଳ ଏବଂ ଅନ୍ୟାନ୍ୟ ବିଧାୟକଙ୍କୁ ନେଇ ମେଣ୍ଟ ସରକାର ସମ୍ଭବ । ଏ ନେଇ ଆଜି ରାଜ୍ୟର କିଛି ହେବିେୱଟ ନେତା ଦିଲ୍ଲୀରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ଏହି ମେଣ୍ଟ ପଛରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କର ଏକ ବଡ଼ ଭୂମିକା ରହିଛି ବୋଲି ଜଣାପଡ଼ିଛି । ଗତକାଲି ଶିବସେନାର ପ୍ରମୁଖ ନେତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ । ଏହି ଅବସରରେ ଶିବସେନା ଏନସିପି ଓ କଂଗ୍ରେସ ସହ ମେଣc କରି ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥିବା ଆଲୋଚନା ହେଉଛି । ଏହାପରେ ଆଜି ମହାରାଷ୍ଟ୍ର କଂଗ୍ରେସ ନେତା ବାଲାସାହେବ ଥାରୋଟ୍‌, ଅଶୋକ ଚୌହାନ, ପୃଥୀରାଜ୍‌ ଚୌହାନ ଏବଂ ମାନିକ ରାଓ ଠାକରେ ଭଳି ପ୍ରମୁଖ ନେତା କଂଗ୍ରେସ ଅଧ୍ୟକ୍ଷାଙ୍କୁ ଭେଟିବାକୁ ଯାଉଛନ୍ତି ।
ଅନ୍ୟପଟେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ‘ଯଦି ଶିବସେନା ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ନେବ, ତାହାଲେ ସ୍ଥାୟୀ ସରକାର ଦେବା ପାଇଁ ଆବଶ୍ୟକ ବିଧାୟକ ସେ ନିଜ ସମର୍ଥନକୁ ଆଣିପାରିବ । ମହାରାଷ୍ଟ୍ରବାସୀ ସରକାର ଗଢ଼ିବା ପାଇଁ ୫୦:୫୦ ଫର୍ମୁଲା ଆଧାରରେ ଭୋଟ୍‌ ଦେଇଛନ୍ତି । ଶିବସେନାରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅ;ୁ ବୋଲି ମହାରାଷ୍ଟ୍ରବାସୀ ଚାହୁଁଛନ୍ତି ।
ଶିବସେନା ଯଦି ବିଜେପିକୁ ଛାଡ଼ି କଂଗ୍ରେସ-ଏନିସିପି ସହ ମେଣ୍ଟ କରିବ, ତା’ହେଲେ ହୁଏତ ସରକାର ଗଢ଼ିବ । କି;ୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ଶିବସେନା ଓ କଂଗ୍ରେସ ମଧ୍ୟରେ ଉଚିତ ବୁଝାମଣାର ଆବଶ୍ୟକ ରହିଛି । କାରଣ ଯେଉଁ ହିନ୍ଦୁତ୍ୱ ଆଭିମୁଖ୍ୟକୁ ନେଇ ଶିବସେନା ରାଜନୀତି କରୁଛି, କଂଗ୍ରେସ-ଏନସିପି ମେଣ୍ଟ ସେହି ଚିନ୍ତାଧାରାର ବିରୋଧୀ । ତେଣୁ ଶିବସେନା ସହ କଂଗ୍ରେସ ମେଣ୍ଟରେ ସାମିଲ୍‌ ହେବା ପୂର୍ବରୁ ବହୁତ କିଛି ଭାବିବାକୁ ପଡ଼ିବ । ଅନ୍ୟପଟେ ଉଦ୍ଧବ ଠାକରେଙ୍କ ପରିବାର ସହିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପାରିବାରିକ ସମ୍ପର୍କ ରହିଛି ।
ତେଣୁ ଏନସିପି ଶିବସେନା ସହ ମେଣcରେ ବିନା ଦ୍ୱନ୍ଦରେ ସାମିଲ୍‌ ହୋଇପାରେ । ନିର୍ବାଚନ ବେଳେ ଇଡି ଶରଦ ପାୱାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଶିବସେନା ମଧ୍ୟ ବିଜେପି ବିରୋଧରେ ବର୍ଷିଥିଲା । ଏବେ ଉଭୟ ଶିବସେନା ଏବଂ ଏନସିପି ଓ କଂଗ୍ରେସ ଯଦି ଏକାଠି ହେବେ ତାହାଲେ ମହାରାଷ୍ଟ୍ରରେ ଆଗଧାଡ଼ିର ଦଳ ଭାବେ ମାନ୍ୟତା ପାଇଥିବା ବିଜେପିକୁ ଉଚିତ ଜବାବ ଦେବା ପାଇଁ ସୁଯୋଗ ମିଳିବ ବୋଲି ମତ ପ୍ରକାଶ ପାଇଛି ।
ଶିବସେନା ବିଜେପି ସହ ସରକାର ଗଢ଼ିବା ପାଇଁ ୫୦:୫୦ ଫର୍ମୁଲା ପାଇଁ ଦାବି କରୁଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଆସନ ଅଢ଼େଇ ବର୍ଷ ଲେଖାଏଁ ଦୁଇ ଦଳ ପାଖରେ ରହିବ ବୋଲି ସର୍ତ୍ତ ରଖିଛି ଶିବସେନା । ଯାହାକୁ ଗ୍ରହଣ କରିନି ବିଜେପି ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ଆସନ ବିଶିଷ୍ଟ ବିଧାନସଭା ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୯ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ୨୯ ବିଧାୟକଙ୍କ ମଧ୍ୟରୁ ବିଜେପିକୁ ୬ ଜଣ ଓ ଶିବସେନାକୁ ୪ ଜଣ ସମର୍ଥନ ଦେଇସାରିଛନ୍ତି । ଏବେ ଶିବସେନା କଂଗ୍ରେସ-ଏନସିପି ଓ ଅନ୍ୟାନ୍ୟ ୧୯ ବିଧାୟକଙ୍କୁ ନେଇ ସରକାର ଗଢ଼ିବ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଗଦାଦିର ମୃତ୍ୟୁକୁ ସ୍ୱୀକାର କଲା ଆଇଏସ୍‌  ନୂତନ ଉତ୍ତରାଧିକାରୀଙ୍କ ନାଁ ଘୋଷଣା

ବାଗଦାଦିର ମୃତ୍ୟୁକୁ ସ୍ୱୀକାର କଲା ଆଇଏସ୍‌ ନୂତନ ଉତ୍ତରାଧିକାରୀଙ୍କ ନାଁ ଘୋଷଣା

Read More...

ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ  ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ

ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page