ଶିକୁଳିରେ ବନ୍ଧା ଶୈଶବ ଜୀବନ

November 01, 2019, ଓଡ଼ିଶା, , Anupambharat News Bureau


ଶିକୁଳିରେ ବନ୍ଧା ଶୈଶବ ଜୀବନ
Anupambharat News Bureau
November 01, 2019

ସିନାପାଲି, ୧ା୧୧ (ଅନୁପମ ମିଡିଆ): ସରକାର ମାନସିକ ଅନଗ୍ରସର ଗରିବ ଜନସାଧାରଣଙ୍କ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକରୀ କରୁଛନ୍ତି । ହେଲେ ସରକାରୀ ବାବୁମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଅନେକ ମହତ ଯୋଜନାରୁ ଲୋକେ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଏଭଳି ଏକ ଅଭାବୀୟ ଦୁର୍ବିସହ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି ସିନାପାଲି ବ୍ଲକ ଝାରବନ୍ଧ ଗ୍ରାମର ବୃନ୍ଦବାହାଲ ପଡାରେ । ଗ୍ରାମର ପୀତାମ୍ବର ମାଝୀ (୫୨) ସ୍ତ୍ରୀ ଗୋମତୀ ମାଝୀ (୫୦) ଓ ୪ ଟି ସନ୍ତାନକୁ ନେଇ ତାଙ୍କର ପରିବାର । ପରିବାରର ବଡଝିଅର ଇତି ମଧ୍ୟରେ ଅନ୍ୟ ଗ୍ରାମରେ ବିବାହ ହୋଇସାରିଛି । ବର୍ତ୍ତମାନ ଶିକୁଳୀରେ ବନ୍ଧା ଟୁନୁରାମ (୧୫) ଓ ତିନି ଭଉଣୀ ଘରେ ରହିଛନ୍ତି । ଟୁନୁରାମକୁ ଦୀର୍ଘ ୫ ହେଲା ହାତରେ ଶିକୁଳୀ ବାନ୍ଧି ରଖାଯାଇଛି, ଖାଇ ପାରୁନାହିଁ ସେ, ପାଖରେ ଯାହାକି ଖାଦ୍ୟ ରଖି ଦିଆଯାଏ ତାକୁ ବହୁ କଷ୍ଟରେ ଗ୍ରହଣ କରିଥାଏ । ପାଠ ପଢିବା ପାଇଁ ଗାଁ ସ୍କୁଲକୁ ଯାଉଥିଲା, ଚତୁର୍ଥ ଶ୍ରେଣୀ ପାଠପଢି ଆଗକୁ ପଢିପାରିଲା ନାହିଁ । ପାଠରେ ଡୋରୀ ବନ୍ଧା ହୋଇ ରହିଗଲା । ଏପଟେ ଆର୍ଥିକ ଅନଟନ ଯୋଗୁଁ ପାଠପଢା ପରିବର୍ତ୍ତେ ବାପାମାଆଙ୍କୁ କାମ କରିବାରେ ସହଯୋଗ କରିଆସୁଥିଲା । ହେଲେ ଭାଗ୍ୟର ବିଡମ୍ବନା କିଛି ବର୍ଷ ପରେ ଅଜଣା ରୋଗ କବଳରେ କବଳିତ ହୋଇପଡିରହିଲା । ମାନସିକ ଭାବରେ ଘରେ ଶିକୁଳୀ ବନ୍ଦୀ ଜୀବନ ବିତାଉଛି । ଏବେ ବାପା ବେସାହାରା । ଘରେ ସଂପତ୍ତି ବୋଲି ଖାଉଟି କାର୍ଡ ଖଣ୍ଡିଏ ଓ କିଛି ଜମିବାଡି ରହିଛି । ଯାହାବି ଅଛି ପରିବାର ପ୍ରତିପୋଷଣରେ ଅନିଣ୍ଟ ହୋଇପଡୁଛି । ବଡଝିଅ ବାହାଘର ପାଇଁ କିଛି ଜମକୁ ବନ୍ଧକ ପକାଇ କାର୍ଯ୍ୟ ସମାପନ କରାଯାଇଛି । ଏବେ ଘରେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିବା ଚିନ୍ତାରେ ପୀତାମ୍ବର ଭାଙ୍ଗି ପଡିଛନ୍ତି । ପୁଅ ମାନସିକ ଅନଗ୍ରସର ହୋଇଥିବା ବେଳେ, ପୁଅ ଚିନ୍ତାରେ ଭାଙ୍ଗିପଡି ମାଆ ଗୋମତୀ ମଧ୍ୟ ଅନଗ୍ରସର ହୋଇପଡିଛନ୍ତି । ଯାହାବି କହିଲେ କି ପଚାରିଲେ ଅନ୍ୟ ଭାବଭଙ୍ଗୀରେ ରହୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଘରେ ସମ୍ବଳ ବୋଲି କିଛି ନଥିବାରୁ ଟୁନୁରାମ ଓ ସ୍ତ୍ରୀ ଗୋମତୀର ଚିକିତ୍ସା କରାଇବା ସମ୍ଭବପର ହୋଇପାରୁନାହିଁ ବୋଲି ପୀତାମ୍ବର କ୍ଷୋଭର ସହ ପ୍ରକାଶ କରିଛନ୍ତି । ଉପାନ୍ତ ବର୍ତ୍ତୀ ସୀମାନ୍ତ ଝାରବନ୍ଧ ଗ୍ରାମପଞ୍ଚାୟତ ସଦର ସ୍ଥିତ ବୃନ୍ଦାବାହାଲ ପଡା ଏକ ସଂପୂର୍ଣ୍ଣ ଆଦିବାସୀବହୁଳ ପଡା । ଏଠାରେ ସଚେତନତାର ଅଭାବ ସାଙ୍ଗକୁ ଆଜି ବି ଦାରିଦ୍ର୍ୟ ସୀମା ରେଖା ତଳେ ରହି ଜୀବନ ଯାପନ କରୁଛନ୍ତି । ଆର୍ଥିକ ଅନଟନ ଯୋଗୁଁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ପରେ ରୋଜଗାର ପନ୍ଥା ନ ପାଇ ସୁଦୂର ଆନ୍ଧ୍ରପ୍ରଦେଶକୁ ଦାଦନ ଯିବା ପାଇଁ ବାଧ୍ୟ ହୋଇପଡୁଛନ୍ତି ବୋଲି ଗ୍ରାମର ଅନେକ ଲୋକ ପ୍ରକାଶ କରିଛନ୍ତି । ଟୁନୁରାମକୁ ଆଖପାଖ ଚିିକିତ୍ସାଳୟ ଓ ଚେରିମୁଳି ଔଷଧ ମଧ୍ୟ ଦିଆଯାଇଛି, ହେଲେ ଉଚ୍ଚ ଚିକିତ୍ସା ପାଇଁ ଆର୍ଥ ବାଧକ ସାଜିଛି । ଫଳରେ ସରକାରୀ ସାହାଯ୍ୟ ଜରୁରୀ ହୋଇପଡିଛି । ଏ ସଂପର୍କରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାସିନୀ ବ୍ରହ୍ମାଙ୍କୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ  ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ

ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ

Read More...

ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ

ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page