ଘାଟିରେ ଓଲଟିଲା ଇଷ୍ଟନ୍‌ ଅପେରାର ଟ୍ରକ୍‌ , ପାଞ୍ଚ ଗୁରୁତର

November 01, 2019, ଓଡ଼ିଶା, , Anupambharat News Bureau


ଘାଟିରେ ଓଲଟିଲା ଇଷ୍ଟନ୍‌ ଅପେରାର ଟ୍ରକ୍‌ , ପାଞ୍ଚ ଗୁରୁତର
Anupambharat News Bureau
November 01, 2019

ଆନନ୍ଦପୁର,୧ା୧୧(ଅନୁପମ ମିଡ଼ିଆ): କେନ୍ଦୁଝର ଓ ମୟୁରଭ ଜିଲ୍ଲା ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ୦୧ତାରିଖ ଶୁକ୍ରବାର ଅପରାହ@ ୨ଘଟିକା ସମୟରେ ଇଷ୍ଟନ୍‌ ଅପେରାର ଏକ ଟ୍ରକ୍‌ ଓଲଟି ୫ଜଣ ଗୁାରୁତର ହୋଇଥିବାର ଜଣାଯାଇଛି । ଖବରନେବାରୁ ଜଣାଯାଏ ଇଷ୍ଟନ୍‌ ଅପେରା ମୟୁରଭ ଜିଲ୍ଲା ରରୁଆଁ ଠାରେ ଯାତ୍ରା ସାରି ଯାତ୍ରାପାର୍ଟିର ପ୍ଲାଷ୍ଟିକ୍‌ ଚେୟାର ଧରି ଏକ ଟ୍ରକ ଯୋଗେ ଭଦ୍ରକ ଜିଲ୍ଲାକୁ ଆସୁଥିବା ବେଳେ ଶୁକ୍ରବାର ଦିନ ଗୋଡ଼ଭଙ୍ଗା ଘାଟିର ଠାକୁରାଣୀ ମନ୍ଦିର ସମ୍ମୁଖରେ ଟ୍ରକର ସମ୍ମୁଖ ଭାଗ ଚକ ଓ ଅଖ ଭାଙ୍ଗିଯିବାରୁ ଗାଡ଼ିଟି ପାଲଟି ଯାଇଥିଲା । ଯାହାଫଳରେ ଗାଡ଼ିରେ ବସିଥିବା ବିମଳ ହେମ୍ବ୍ରମ, କାଶିନାଥ ହେମ୍ବ୍ରମ, ସିମାଞ୍ଚଳ ପରିଡ଼ା, ଶଙ୍ଖେଶ୍ୱର ସୋରେନ୍‌, ପ୍ରସନ୍ନ ସଡ଼ଙ୍ଗୀ ପ୍ରମୁଖ ଗୁରୁତର ହୋଇଥିଲେ । ଖବର ପାଇ ଆନନ୍ଦପୁର ଦମକଳ ବାହିନୀର ଅଫିସର ପ୍ରତାପ କୁମାର ସିଂଙ୍କ ନେତୃତ୍ୱରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚିଥିଲେ । ଗୁରୁତରମାନଙ୍କୁ ଚିକିସିା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିସିାଳୟକୁ ଅଣାଯାଇଥିଲା । ତାଙ୍କର ଅବସ୍ଥା ସ୍ଥିର ଥିବାର ଜଣାଯାଇଛି । ବାରମ୍ବାର ସେହିସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ନଦେବା ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ

ମଧ୍ୟାହ୍ନଭୋଜନ ଖାଇଲେ ଶିକ୍ଷକ : ପିଲା ଉପାସ

Read More...

କୂଅରୁ ଉଦ୍ଧାର ହେଲା ଚୋରି ହେଇଥିବା ଗରୁଡ଼ ମୂର୍ତ୍ତି

କୂଅରୁ ଉଦ୍ଧାର ହେଲା ଚୋରି ହେଇଥିବା ଗରୁଡ଼ ମୂର୍ତ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page