ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

October 30, 2019, ଓଡ଼ିଶା, , Anupambharat News Bureau


ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ
Anupambharat News Bureau
October 30, 2019

ଭୁବନେଶ୍ୱର, ୩୦ ।୧୦(ଅନୁପମ ମିଡିଆ): ୧୦ ଜଣ ଅତି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୧୩ଟି ମେଡ଼ିକାଲ କଲେଜର ସଂଯୋଜକ ଦାୟିତ୍ୱରେ ରଖାଯାଇଛି । ଏ ସମ୍ପର୍କରେ ଏକ ଆଦେଶନାମା ବୁଧବାର ପ୍ରକାଶ ପାଇଛି ।
ସମ୍ପୃକ୍ତ ଅଧିକାରୀମାନେ ମେଡ଼ିକାଲ କଲେଜ ସଂଯୋଜକର ସାମଗ୍ରିକ ବିକାଶ (ଭିତ୍ତିଭୂମି), କାର୍ଯ୍ୟାବଳୀ, ଉଚିତ ପ୍ରଦର୍ଶନ ଦିଗରେ ଦୃଷ୍ଟି ଦେବେ । ଉକ୍ତ ଆଦେଶନାମା ଅନୁଯାୟୀ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ସୁନ୍ଦରଗଡ଼ ମେଡ଼କାଲ କଲେଜ ହସ୍ୱିଟାଲ ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନିଷ୍ଟିଚୁ୍ୟଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଦାୟିତ୍ୱରେ ରଖାଯାଇଛି । କୃଷି ଉପିାଦ କମିଶନର ପ୍ରଦୀପ କୁମାର ମହାପାତ୍ରଙ୍କୁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ହସ୍ପିଟାଲ ଏବଂ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଆଣ୍ଡ ହସ୍‌ପିଟାଲ ଦାୟିତ୍ୱରେ ରଖାଯାଇଥିଲା ବେଳେ ଇସ୍ପାତ ଓ ଖଣି ବିଭାଗର ସଚିବ ତଥା ଅତିରିକ୍ତ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କେଉଁଝର ସ୍ଥିତ ସରକାରୀ ମେଡ଼କାଲ କଲେଜ ଏବଂ ହସ୍ପିଟାଲ ଦାୟିତ୍ୱରେ ରଖାଯାଇଛି ।
ଏହା ବ୍ୟତୀତ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡକଫର ମୋନା ଶର୍ମାଙ୍କୁ ଯାଜପୁର ମେଡ଼ିକାଲ କଲେଜ ହସ୍ପିଟାଲ ଦାୟିତ୍ୱରେ ରଖାଯାଇଥିଲା ବେଳେ ଇଏସଆଇ ଆଣ୍ଡ ଡବ୍ଳୁ ଆଣ୍ଡ ସିଡ଼ି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ଅନୁଗୋଳ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ଦାୟିତ୍ୱରେ ରଖାଯାଇଛି । ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ କନ୍ଧମାଳ ମେଡ଼ିକାଲ କଲେଜ ହସ୍‌ପିିଟାଲ, ବଲାଙ୍ଗୀରସ୍ଥିତ ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିିଟାଲ ଦାୟିତ୍ୱରେ ରଖାଯାଇଛି । ଅର୍ଥ ବିଭାଗର ଅଶୋକ କୁମାର ମୀନାଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍‌ପିିଟାଲ ଦାୟିତ୍ୱରେ ରଖାଯାଇଛି ।
ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ମୟୂରଭଞ୍ଜ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍‌ପିିଟାଲ ଦାୟିତ୍ୱରେ ରଖାଯାଇଥିଲା ବେଳେ ବାଣିଜ୍ୟ ଏବଂ ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମାଙ୍କୁ ଭବାନୀପାଟଣାସ୍ଥିତ ସରକାରୀ ମେଡ଼ିକାଲ କଲେଜ ଓ ହସ୍‌ପିିଟାଲ ଓ ପର୍ତ୍ତ ବିଭାଗର ସଚିବ ଡଃ. କିଷନ କୁମାରଙ୍କୁ ପୁରୀ ଜଗନ୍ନାଥ ମେଡ଼ିକାଲ କଲେଜ ହସ୍‌ପିିଟାଲ ଦାୟିତ୍ୱରେ ରଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକ ଗିରଫ

ଭଦ୍ରକ ଡିଏସ୍‌ପି ଗୌତମ ମଲ୍ଲିକ ଗିରଫ

Read More...

 ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page