ଶିବସେନା ଛାଡ଼ିପାରିବ ନାହିଁ ବିଜେପି

October 30, 2019, ଦେଶ, , Anupambharat News Bureau


ଶିବସେନା ଛାଡ଼ିପାରିବ ନାହିଁ ବିଜେପି
Anupambharat News Bureau
October 30, 2019

ମୁମ୍ବାଇ: ଅକେcାବର ୨୧ରେ ଭୋଟ୍‌ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଛି । ବିଜେପି-ଶିବସେନା ମେଣ୍ଟ ସରକାରକୁ ମରାଠୀବାସୀ ଭୋଟ୍‌ ଦେଇଥିଲେ ମଧ୍ୟ ସରକାରରେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ତେଜିଛି ।
ଏହାରି ଭିତରେ ଶିବସେନା ଏନସିପି-କଂଗ୍ରେସ ମେଣ୍ଟ ଆଡ଼କୁ ଢ଼ଳିପାରେ ବୋଲି ଇଙ୍ଗିତ ଦେଇସାରିଛି । ହେଲେ ବିଜେପିକୁ କ୍ଷମତାରୁ ଦୂରେଇ ଦେବାକୁ ଯାଇ ଶିବସେନା ଏଭଳି ପଦକ୍ଷେପ ନେବା କେତେ ସମ୍ଭବ ତାହା ଏବେ ପ୍ରଶ୍ନବାଚୀ ।
ବିଜେପିର ଜଣେ ରାଷ୍ଟ୍ରୀୟ ମହାସଚିବ ଖବର ସରବାରହ ସଂସ୍ଥା ଆଇଏଏନଏସକୁ କହିଛନ୍ତି, ରାଜନୀତିରେ ଦାବି କରିବା କୌଣସି ଖରାପ କଥା ନୁହେଁ । ଶିବସେନାକୁ ସୁଯୋଗ ମିଳିଛି ତେଣୁ ସେ ଦାବି କରୁଛିଛ ହେଲେ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆମର (ବିଜେପି) କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି ପୂରଣ ନହେଲେ, ନୂଆ ସମ୍ଭାବିତ ମେଣ୍ଟକୁ ନେଇ ଶିବସେନା ଯେଉଁ ଇସାରା ଦେଇଛି ତାହା ବିଜେପି ପାଇଁ ନୂଆ କଥା ନୁହେଁଛ କାରଣ ୨୦୧୪ ନିର୍ବାଚନ ବେଳେ ବିନା ମେଣ୍ଟରେ ଦୁଇ ଦଳ ନିର୍ବାଚନ ଲଢ଼ିଥିଲେ । ହେଲେ ସରକାର ଗଢିବା ପାଇଁ ଉଭୟ ଦଳ ସାଙ୍ଗରେ ଆସିଥିଲେ । ଏହାପରେ ଉଭୟ ଦଳ ମେଣc କରି ସମୂର୍ଣ୍ଣ ସରକାର ଦେଇଛନ୍ତି । ସେତେବେଳେ ଶିବସେନା ସରକାରରେ ଥାଇ ମଧ୍ୟ ଅନେକ ଗାଳିଗୁଲଜ କରିଛି ବିଜେପିକୁ ।
ହେଲେ ବିଜେପି କେବେ କିଛି କହିନାହିଁଛ ଏଥର କି;ୁ ମିଶିକି ନିର୍ବାଚନ ଲଢ଼ିଛନ୍ତି । ଏଠି ବାହାଘର ପରେ ଛାଡ଼ପତ୍ର ଦେବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି । ଉଲ୍ଲେଖଥାଉ, ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହି ଛକାପrା ମଧ୍ୟରେ ଆଜି ନବ ନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ବସିଥିଲେ । ସର୍ବସମ୍ମତିକ୍ରମେ ଦେବେନ୍ଦ୍ର ଫଡନାଭିସ୍‌ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ।
ହେଲେ ଏକାକୀ ସରକାର ଗଠନ କରିବାକୁ ବିଜେପି ପାଖରେ ମ୍ୟାଜିକ ନମ୍ବର ନ ଥିବାରୁ ଦଳ ସହଯୋଗୀ ଖୋଜିବା ଆରମ୍ଭ କରିଛି । ଏହିକ୍ରମରେ ବିଜେପି ସହ ୬ ଜଣ ବିଧାୟକ ମିଶି ବିଜେପି ସପକ୍ଷରେ ୧୧୧ ଆସନ କରି ଦେଇଛନ୍ତି । ତଥାପି ଦଳ ମ୍ୟାଜିକ ନମ୍ବର ୧୪୫ ଠାରୁ ଦୂରରେ ରହିଛିଛ ନିର୍ବାଚନ ପରେ ବିଜେପି ଓ ଶିବସେନା ଏକାଠି ସରକାର ଗଠନ କରିବେ ବୋଲି ଯୋଜନା କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟାରା ଚାଲିଛି ।
ଶିବସେନା ନିର୍ବାଚନ ପୂର୍ବରୁ ହୋଇଥିବା ୫୦:୫୦ ଫର୍ମୁଲାକୁ ଲାଗୁ କରିବାକୁ କହୁଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ବୁଝାମଣା କରିବ ନାହିଁ ବୋଲି କହିଛି । ଫଳରେ ଦୁଇ ସହଯୋଗୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛ । ଏଭଳି ସ୍ଥିତିରେ ଆଜି ବିଜେପି ବିଧାୟକ ଦଳ ନେତା ହୋଇଥିବା ଦେବେନ୍ଦ୍ର ଫଡନାଭିସ୍‌ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ମହାରାଷ୍ଟ୍ରରେ ଆମେ ଖୁବଶୀଘ୍ର ସରକାର ଗଠନ କରିବାକୁ ଯାଉଛୁ । ଶିବସେନା ସହ ଆମେ ସରକାର ଗଠନ କରିବୁ ।
ଦୁଇ ସହଯୋଗୀଙ୍କ ମଧ୍ୟରେ ଯେଉଁ ସବୁ ମତ ପାର୍ଥକ୍ୟ ରହିଛି, ତା’କୁ ଆମେ ଆଲୋଚନା ଦ୍ୱାରା ସମାଧାନ କରିବୁ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ଦେବେନ୍ଦ୍ର ଫଡନାଭିସ୍‌ ବିଜେପି ବିଧାୟକ ଦଳ ନେତା ନିର୍ବାଚନ ହେବା ପରେ ଶିବସେନା କ୍ୟାମ୍ପରେ ମଧ୍ୟ ହଲଚଲ ଆରମ୍ଭ ହୋଇଯାଇଛି ।
ଆଜି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଓ ଅନୀଲ ଦେଶାଇ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ଉଦ୍ଧବ ଠାକରେଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଶିବସେନାର ବିଧାୟକ ଦଳ ବୈଠକ ଆସନ୍ତାକାଲି ଦିନ ୧୨ଟାରେ ବସିବ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ କରିବାର ସମ୍ଭାବନା ସୃଷ୍ଟି ହୋଇଛି । କଂଗ୍ରେସ ନେତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ୍‌ କହିଛନ୍ତି, ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ଆମକୁ ଏଯାଏ ଆସିନାହିଁ । ଶିବସେନା ପ୍ରସ୍ତାବ ଦେଲା ପରେ ଏନେଇ ହାଇକମାଣ୍ଡ ସହ ଆମେ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା  ବହୁ ଛାତ୍ରଛାତ୍ରୀ ଆହତ

ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା ବହୁ ଛାତ୍ରଛାତ୍ରୀ ଆହତ

Read More...

 ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page