ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌

October 30, 2019, ଓଡ଼ିଶା, , Anupambharat News Bureau


ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌
Anupambharat News Bureau
October 30, 2019

ତାଳଚେର,୩୦ା୧୦(ଅନୁପମ ମିଡିଆ): ଗତ କାଲିର ଘଟଣାକୁ କେନ୍ଦ୍ର କରି ଆଜି ବିଧାୟକ ଓ ଜମିହରା ପ୍ରଜାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅବିଚାର ଯୋଗୁଁ ଆଜି ତାଳଚେର ୧୨ ଘଂଟିଆ ବନ୍ଦ ସଫଳ ହୋଇଛି । ଏହି ବନ୍ଦ ପାଳନ ବେଳେ ତାଳଚେର କୋଇଲା ଖଣି ଅଂଚଳରେ ଥିବା ୧୦ଟି ଖଣିରୁ ଉପିାଦନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା ବେଳେ ଏମ୍‌ସିଏଲ୍‌ର ବିଭିନ୍ନ କାର୍ଯ୍ୟାଳୟକୁ ଅଚଳ କରିଦିଆଯାଇଥିଲା । ତାଳଚେରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ, ବ୍ୟାଙ୍କ, ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୁୟ ଗୁଡ଼ିକ ବନ୍ଦ ରହିଥିଲା । ବିଜେଡ଼ିର ଦଳୀୟ କର୍ମୀ ଓ ବିଭିନ୍ନ ଅଂଚଳର କ୍ଷତିଗ୍ରସ୍ତ ପ୍ରଜାମାନେ ତାଳଚେରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ଯାନବାହାନ ଚଳାଚଳକୁ ବନ୍ଦ କରିଦେଇଥିଲେ । ତାଳଚେର ଠାରୁ ରାଜ୍ୟର ବିଭିନ୍ନ ସ୍ଥନକୁ ଯାଉଥିବା ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଏହି ଆନ୍ଦୋଳନ ଯୋଗୁଁ ସମଗ୍ର ତାଳଚେର ଅଂଚଳ ସମ୍ପୁର୍ଣ୍ଣ ଠପ୍‌ ହୋଇଯାଇଥିଲା । ଆଜି ସକାଳୁ ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ପୀଠ ଠାରୁ ବିଧାୟକ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ବାହାରି ଅନୁଗୋଳ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ଏମ୍‌ସିଏଲ୍‌ର ଜମିହରା ପ୍ରଜାଙ୍କ ପ୍ରତି ଯେଉଁ ଅନ୍ୟାୟ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଛି ତାହାକୁ ବିଧାୟକ ତୀବ୍ର ସମାଲୋଚନା କରିବା ସହିତ ପୁଲିସ ପ୍ରଶାସନ ବିନା କାରଣରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରତି ବ୍ୟବହାରକୁ ସମାଲୋଚନା କରିଥିଲେ । ବିଭିନ୍ନ ଶିଳ୍ପ ସଂସ୍ଥା କୁ ଟ୍ରେନ୍‌ ଓ ଟ୍ରକ୍‌ ଯୋଗେ କୋଇଲା ଯୋଗାଣ ବାଧାପ୍ରାପ୍ତ ପାଇଥିଲା । ଆନ୍ଦୋଳନ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହେବା ସହିତ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଟ୍ରକ୍‌ ଛିଡା ହୋଇଥିଲା । ଏଥିପାଇଁ ଉଭୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇଥିବା ସୂଚନା ମିଳିଛି । ତେବେ ଅପରାହ୍ନ ୪ ଘଟିକା ଠାରୁ ଖଣି ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଖଣି କାର୍ଯ୍ୟ ସ୍ୱଭାବିକ ହୋଇଥିବା ପୋଲିସ୍‌ ସୂତ୍ରରୁ ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

Read More...

ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ  ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page