୧ରୁ ଏକକ ଷାଣ୍ମାସିକ ପରୀକ୍ଷା ଦୁଇଟି ସିଟିଂରେ ହେବ

October 29, 2019, ଦେଶ, , Anupambharat News Bureau


୧ରୁ ଏକକ ଷାଣ୍ମାସିକ ପରୀକ୍ଷା ଦୁଇଟି ସିଟିଂରେ ହେବ
Anupambharat News Bureau
October 29, 2019

ଭୁବନେଶ୍ୱର, ୨୯ା୧୦ (ଅନୁପମ ମିଡିଆ) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକକ ଷାଣ୍ମାସିକ ପରୀକ୍ଷା କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି ।
ପୂର୍ବରୁ ଅକେଫାବର ୨୯ରୁ ନଭେମ୍ବର ୨ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଏବେ ନଭେମ୍ବର ୧ରୁ ଆରମ୍ଭ ହେବ । ଲଗାଣ ବର୍ଷା ଯୋଗୁଁ ବହୁ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ପ୍ରଶ୍ନପତ୍ର ପହଞ୍ଚିପାରି ନପାରି ଜିଲ୍ଲାସ୍ତରରେ ଅଟକି ରହିଛି । ତେଣୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି । ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ନଭେମ୍ବର ୧ ଓ ୨ ରେ ହେବାକୁ ଥିବା ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ଓଡ଼ିଶା ସ୍କୁଲ ଏଜୁକେସନ ପୋଗ୍ରାମ ଆଥଲିଟି (ଓସେପ) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।
ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିଦିନ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପରୀକ୍ଷାର ସମୟ ସୀମା ୧ ଘଣ୍ଟା ୩୦ମିନିଟ୍‌ ରଖାଯାଇଛି । ଶନିବାର ପ୍ରଥମରୁ ୭ମ ଶ୍ରେଣୀ ସକାଳ ୭ଟାରୁ ୮.୩୦ ଓ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ । ୮ମ ଶ୍ରେଣୀର ସମସ୍ତ ବିଷୟରେ ପରୀକ୍ଷା ଦୁଇ ଘଣ୍ଟା ଲେଖାଏଁ ହେବ । ପ୍ରତିଦିନ ସକାଳ ୧୦ଟା ୩୦ରୁ ୧୨ଟା ୩୦ ଓ ଅପରାହ୍ନ ୧ଟାରୁ ୩ଟା ଯାଏ ପରୀକ୍ଷା ଚାଲିବ । ଶନିବାର ସକାଳ ୭ଟାରୁ ୯ଟା ଓ ପୂର୍ବାହ୍ନ ୯ଟା ୦ରୁ ୧୧ଟା ୩୦ ଯାଏ ପରୀକ୍ଷା ଚାଲିବା ସାରା ରାଜ୍ୟରେ ଗୋଟିଏ ସମୟରେ ପରୀକ୍ଷା ହେବ ।
ନଭେମ୍ବର ୧ ତାରିଖ ସକାଳ ୧୦ଟା ୩୦ରୁ ୧୨ଟା ଯାଏ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ , ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଇତିହାସ ଓ ଭୂଗୋଳ (ଲଖିତ) ପରୀକ୍ଷା କରାଯିବା ଅପରାହ୍ନ ୧୨ଟା ୩୦ରୁ ୨ଟା ପର୍ଯ୍ୟନ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର କୌଣସି ପରୀକ୍ଷା ନ ଥିବା ବେଳେ ୬ ଷ୍ଠ ୮ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଉର୍ଦ୍ଦ ପାର୍ସି ପରୀକ୍ଷା ରହିଛି । ୨ ତାରିଖରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପରୀକ୍ଷା ନାହିଁ । ୩ୟରୁ ୮ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରଥମ ସିଟିଂ ଇଂରାଜୀ (ଲିଖିତ) ପରୀକ୍ଷା ହେବା ଦ୍ୱିତୀୟ ସିଟିଂରେ ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ (ମୌଖିକ), ୬ ଷଷ୍ଠ ଓ ୭ମ ଶ୍ରେଣୀର ହିନ୍ଦୀ (ଲିଖିତ) ଓ ୮ମ ଶ୍ରେଣୀର ହିନ୍ଦୀ ସଂସ୍କୃତ ପାର୍ସି (ଲିଖିତ) ପରୀକ୍ଷା ଅନୁଷ୍ଠିତ ହେବ ।
ନଭେମ୍ବର ୪ରେ ପ୍ରଥମ ସିଟିଂରେ ସମସ୍ତ ଶ୍ରେଣୀର ମାତୃଭାଷା (ଲିଖିତ) ଓ ଦ୍ୱିତୀୟ ସିଟିଂରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା (ମୌଖିକ) ପରୀକ୍ଷା ହେବ । ୫ ତାରିଖର ପ୍ରଥମ ସିଟିଂରେ ସମସ୍ତ ଶ୍ରେଣୀର ଗଣିତ (ଲିଖିତ) ଓ ଦ୍ୱିତୀୟ ସିଟିଂରେ ପ୍ରଥମରୁ ୫ମ ଯାଏ ଗଣିତରେ (ମୌଖିକ)ପରୀକ୍ଷା ଏବଂ ୬ଷ୍ଠରୁ ୮ମ ଯାଏ ଚିତ୍ରାଙ୍କନ ପରୀକ୍ଷା କରାଯିବ । ୬ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ୪ର୍ଥ ଯାଏ ପରିବେଶ (ଲିଖିତ), ୫ମ ଶ୍ରେଣୀର ସାମାଜିକ ପାଠ ଓ ବିଜ୍ଞାନ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହେବ ଦ୍ୱିତୀୟ ସିଟିରେ ପ୍ରଥମରୁ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପରିବେଶ (ମୌଖିକ), ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାମାଜିକ ପା ଓ ବିଜ୍ଞାନ (ମୌଖିକ), ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସସ୍କୃତ (ଲିଖିତ) ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ  ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

Read More...

କୋରାପୁଟରେ ଖୋଲିବ ସିପେଟ୍‌

କୋରାପୁଟରେ ଖୋଲିବ ସିପେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page