ନଭେମ୍ବରରୁ ଅନୁଭୂତ ହେବ ଶୀତ

October 29, 2019, ଓଡ଼ିଶା, , Anupambharat News Bureau


ନଭେମ୍ବରରୁ ଅନୁଭୂତ ହେବ ଶୀତ
Anupambharat News Bureau
October 29, 2019

ଭୁବନେଶ୍ୱର, ୨୯ା୧୦(ଅନୁପମ ମିଡିଆ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରୁ ଶ୍ରୀଲଙ୍କା ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରାପଲାଇନ ସୃଷ୍ଟି ହୋଇଛି ।
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ବଳୟ ସୃଷ୍ଟି ହେବ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବରଂ ବେଙ୍ଗଲ , ତାମିଲନାଡ଼ୁ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ ନଭେମ୍ବର ମାସରୁ ରାଜ୍ୟରେ ଶୀତ ଅନୁଭୂତ ହେବ । ପ୍ରଥମ ସପ୍ତାହ ଶେଷ ରାତିର ତାପମାତ୍ରା ୨ରୁ ଡିଗ୍ରୀ ପର୍ଯ୍ୟନ୍ତ କମିବା ଦାରିଙ୍ଗବାଡ଼ି ସମେତ ଫୁଲବାଣୀ , କୋରାପୁଟ ପାରଦ ସର୍ବନିମ୍ନ ସ୍ତରକୁ ଖସି ଆସିବାର ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୩୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ଭାରତରେ ରହୁଥିବା ଗୁରୁଚାପର ସିଧାସଳଖ ପବନ ରାଜ୍ୟକୁ ବହିବା ଫଳରେ ଅକେଫାବର ୩୧ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ନଭେମ୍ବର ୧ରୁ ଭୁବନେଶ୍ୱର ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି କମିବା ତେବେ ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅପରିପର୍ତ୍ତିତ ରହିବ ।
୩୦ ଓ ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ଆଂଶିକା ମେଘୁଆ ରହିବ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବଙ୍ଗାପସାଗରର ପୂର୍ବରେ ଗତି କରିବା ଫଳରେ ଥାଇଲାଣ୍ଡ, ମିଆଁମାର ଓ ଉତ୍ତରପୂର୍ବ ଭାରତରେ ପ୍ରବଳ ବର୍ଷା ହେବ । ଏହାର ପ୍ରଭା ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି । ଗୁରୁଚାପ ପବନ ହେତୁ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋରାପୁଟରେ ଖୋଲିବ ସିପେଟ୍‌

କୋରାପୁଟରେ ଖୋଲିବ ସିପେଟ୍‌

Read More...

କ୍ରୀଡ଼ାବିତ୍‌ଙ୍କ ଭତ୍ତା ବଢ଼ିଲା

କ୍ରୀଡ଼ାବିତ୍‌ଙ୍କ ଭତ୍ତା ବଢ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page