ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ମୋଦି ସରକାର: ପ୍ରିୟଙ୍କା

October 26, 2019, ଦେଶ, , Anupambharat News Bureau


ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ମୋଦି ସରକାର: ପ୍ରିୟଙ୍କା
Anupambharat News Bureau
October 26, 2019

ନୂଆଦିଲ୍ଲୀ: ଚାଷୀଙ୍କ ପେଟକୁ ନାତ ମାରି ନିଜ ସହଯୋଗୀଙ୍କ ପକେଟ ଫୁଲ କରୁଛନ୍ତି କେନ୍ଦ୍ର ସରକାର । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟୁଇଟ କରି ମୋଦି ସରକାର ବିରୋଧରେ ଆଜି ବର୍ଷିଛନ୍ତି । ସଂସଦ ଭବନ, ଇଣ୍ଡିଆ ଗେଟ୍‌ ଆଦି ସ୍ଥାନର ନବୀକରଣ ପାଇଁ ଏଚସିପି କମ୍ପାନୀ କୁ କେନ୍ଦ୍ର ସରକାର ଠାକ ଦେଇଛନ୍ତି । ଏହି ଠିକା କମ୍ପାନୀ ଗୁଜରାଟର ।
ନିଜ ବନ୍ଧୁଙ୍କ ପକେଟ ଫୁଲ କରିବାକୁ ଯାଇ କେନ୍ଦ୍ର ସରକାର ଏଚପିସିକୁ ଠିକା ଦେଇଛନ୍ତି ବୋଲି ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି । ସେ ଆହୁରି କହିଛନ୍ତି ନବୀକରଣ ପାଇଁ କେନ୍ଦ୍ର ସରକାର ୧୨ ହଜାର ୪୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ହେଲେ ଉତ୍ତର ପ୍ରଦେଶରେ ଆଖୁ ଚାଷୀଙ୍କ ୭ହଜାର କୋଟି ଟଙ୍କାର କରଜ ଛାଡ଼ କରୁନାହାନ୍ତି ବୋଲି କହିଛନ୍ତି । ବିଜେପି ସରକାର ନିଜର ହୋସ୍‌ ହରାଇ ବସିଛି । ଖୁବଶୀଘ୍ର ଦେଶର ଚାଷୀ ଜାଗିବେ ବୋଲି ସେ କହିଛନ୍ତି । ସେତେ ପର୍ଯ୍ୟନ୍ତ ସାବଧାନ ରହିବାକୁ ମୋଦି ସରକାରକୁ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖେଳାଳିଙ୍କ ପାଇଁ ଡ୍ରିଙ୍କ୍ସ ନେଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

ଖେଳାଳିଙ୍କ ପାଇଁ ଡ୍ରିଙ୍କ୍ସ ନେଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

Read More...

ଏକତାଙ୍କ ମଜା ଉଡ଼ାଇଲେ ଦିଶା

ଏକତାଙ୍କ ମଜା ଉଡ଼ାଇଲେ ଦିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page