ଦଳ ଛାଡ଼ିଲେ ତେଜ୍‌ ବାହାଦୁର

October 26, 2019, ଦେଶ, , Anupambharat News Bureau


ଦଳ ଛାଡ଼ିଲେ ତେଜ୍‌ ବାହାଦୁର
Anupambharat News Bureau
October 26, 2019

ଚଣ୍ଡିଗଡ଼: ସ୍ୱାଭିମାନକୁ ବାଧିବାରୁ ଜନନାୟକ ଜନତା ପାର୍ଟିରୁ ଇସ୍ତଫା ଦେଲେ ତେଜ୍‌ ବାହାଦୁର । କରନାଲ ବିଧାନସଭା ଆସନରୁ ସେ ଜେଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବାହାଦୁର ଶୋଚନୀୟ ପରାଜୟ ହୋଇଥିଲେ । ନିର୍ବାଚନ ବେଳେ ସେ ଜେଜେପିରେ ଯୋଗ ଦେଇଥିଲେ । ହରିଆଣାରେ ନିର୍ବାଚନ ଫଳାଫଳ ଝୁଲା ରହିଛି । ଏଭଳି ସ୍ଥିତିରେ ଜେଜେପି ବିଜେପି ସହ ମେଣ୍ଟ କରି ସରକାରରେ ସାମିଲ ହେବ ବୋଲି ଘୋଷଣା ସରିଛି । ଯାହାକୁ ଗ୍ରହଣ କରିପାରି ନାହାନ୍ତି ତେଜ ବାହାଦୁର । ଏହାପରେ ଏକ ଭିଡିଓ ଜାରି କରି ବିଏସଏସଫର ଏହି ପୂର୍ବତନ ଯବାନ ଜେଜେପି ବିରୋଧରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ଦୁଷ୍ୟନ୍ତ ବିଜେପି ସହ ମେଣ୍ଟ କରିବା ବଦଳରେ ବିରୋଧୀ ଆସନରେ ବସିବାର ଥିଲାଛ ବିଜେପି ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ଗଢ଼ିବାକୁ ଯାଉଥିଲା ।
ଏଭଳି ସ୍ଥିତିରେ ବିଜେପିକୁ ସହଯୋଗ କରିବା ବଦଳରେ ବରୋଧୀ ଆସନରେ ବସିବା ଠିକ୍‌ ହୋଇଥାନ୍ତା । ହେଲେ ଜେଜେପି ଯେଉଁ ନିଷ୍ପତ୍ତି ନେଇଛି ତାହା ହରିଆଣା ବାସୀଙ୍କ ସହ ଧୋMା ବୋଲି ତେଜ ବାହାଦୁର କହିଛନ୍ତି । ବିଏସଏଫରୁ ବହିଷ୍କୃତ ହୋଇଥିବା ତେଜ ବାହାଦୁର ଆହୁରି କହିଛନ୍ତି ଯିଏ ବିଜେପି, ସିଏ ଜେଜେପି । ବିଜେପିର ଝିଅ ଜେଜେପି । ଏବେ ହରିଆଣାବାସୀ ସବୁ ଭିତିରିଆ ଡିଲ୍‌ ଜାଣିଲେ ବୋଲି କହିଛନ୍ତି । ପୂର୍ବରୁ ଏ ବାବଦରେ ସନ୍ଦେହ ପ୍ରକାଶ କରୁଥିଲେ ବୋଲି ତେଜ ବାହାଦୂର କହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।
ସମାଜବାଦୀ ପାର୍ଟିରୁ ସେ ନାମାଙ୍କନ ଭରିଥିଲେ । ହେଲେ ନିର୍ବାଚନ ଅଧିକାରୀ ତାଙ୍କ ନାମାଙ୍କନ ପତ୍ର ଖାରଜ କରି ଦେଇଥିଲେ । ଏହାପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଏସଏଫରେ ଥିବା ବେଳେ ତେଜ ବାହାଦୁର ଖରାପ ଖାଇବା ଦିଆ ଯାଉଥିବାର ଏକ ଭିଡିଓ ଜାରି କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ବିଏସଏଫ ତାଙ୍କୁ ବରଖାସ୍ତ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏକତାଙ୍କ ମଜା ଉଡ଼ାଇଲେ ଦିଶା

ଏକତାଙ୍କ ମଜା ଉଡ଼ାଇଲେ ଦିଶା

Read More...

ଆମର ସବୁ ଅଙ୍କ ଭୁଲ୍‌ ହୋଇଗଲା: ସୋନିଆ

ଆମର ସବୁ ଅଙ୍କ ଭୁଲ୍‌ ହୋଇଗଲା: ସୋନିଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page