ଆହୁରି ବର୍ଷିବ ଚାରି ଜିଲ୍ଲାରେ ଅରେଞ୍ଜ ଆଲର୍ଟ

October 25, 2019, ଓଡ଼ିଶା, , Anupambharat News Bureau


ଆହୁରି ବର୍ଷିବ  ଚାରି ଜିଲ୍ଲାରେ ଅରେଞ୍ଜ ଆଲର୍ଟ
Anupambharat News Bureau
October 25, 2019

ଭୁବନେଶ୍ୱର, ୨୫ା୧୦ (ଅନୁପମ ମିଡିଆ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଏବେ ଆନ୍ଧ୍ରପ୍ରଦେଶ ଉତ୍ତର ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସଗାର ଉପରେ ସ୍ଥିର ହୋଇ ରହିବା ସହ କ୍ରମଶଃ ଦୁର୍ବଳ ହେବାକୁ ଆରମ୍ଭ କରିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋବର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଶୁକ୍ରବାର କହିଛି । ଏଥିସହ, ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଜିଲ୍ଲାଗୁଡ଼ିକ ପାଇଁ ଅରଞ୍ଜେ ଆଲର୍ଟ ଜାରି କରିଥିବା ବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନାକଚ ଦୃଷ୍ଟିରେ ରଖି ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ । ସେହିପରି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟେଲୋ ଆଲର୍ଟ ଜାର ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର । ଗତ ଦୁଇ ଦିନ ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା । ତେବେ ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ସକାଳରୁ ଅପରାହ୍ନ ପର୍ଯ୍ୟନ୍ତ ପାଗ ଅନୁକୂଳ ରହିଥିଲା । ତେବେ ଅପରାହ୍ନ ପରଠାରୁ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୀତକାଳୀନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି  ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌

ଶୀତକାଳୀନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌

Read More...

ଲଗାଣ ବର୍ଷାରେ ଚୌଦ୍ୱାର ଅସ୍ତବସ୍ତ୍ୟ,ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

ଲଗାଣ ବର୍ଷାରେ ଚୌଦ୍ୱାର ଅସ୍ତବସ୍ତ୍ୟ,ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page