ହିନ୍ଦୁବାଦୀ ନେତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କରାଯାଇଥିଲା ହତ୍ୟା

October 23, 2019, ଦେଶ, , Anupambharat News Bureau


ହିନ୍ଦୁବାଦୀ ନେତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କରାଯାଇଥିଲା ହତ୍ୟା
Anupambharat News Bureau
October 23, 2019

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିୱାରୀଙ୍କ ହତ୍ୟା ଘଟଣାକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ କମଲେଶଙ୍କୁ ଯେଉଁଭଳି ଭାବେ ହତ୍ୟା କରିଥିଲେ, ସେକଥା ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ । ପ୍ରଥମେ ଦୁର୍ବୃତ୍ତମାନେ ତାଙ୍କୁ ୧୫ ଥର ଛୁରୀ ଭୁସିଥିଲେ । ତଥାପି ସେ କାଳେ ବଞ୍ଚିଯିବେ, ସେଥିପାଇଁ ତାଙ୍କ ମୁହଁକୁ ଗୁଳିମାଡ଼ ମଧ୍ୟ କରିଥିଲେ । ଲକ୍ଷ୍ନୌରେ ଗତ ୧୮ ତାରିଖରେ ହତ୍ୟାର ଶିକାର ହୋଇଥିବା କମଲେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଚ୍ଛଦ୍ମବେଶରେ ଆସିଥିବା ଦୁର୍ବୃତ୍ତମାନେ ମୁହଁର ହନୁହାଡ଼ ଠାରୁ ଛାତି ମଧ୍ୟରେ ହିଁ କମଲେଶଙ୍କୁ ୧୫ ଥର ଛୁରୀ ଭୁସିଥିଲେ । ପ୍ରତିଟି କ୍ଷତ ସ୍ଥାନ ୧୦ ସେମି ଗଭୀର ରହିଛି । ଅର୍ଥାତ ସମସ୍ତ ବଳ ଲଗାଇ ଦୁର୍ବୃତ୍ତମାନେ ତାଙ୍କୁ ଛୁରୀ ଭୁସିଥିଲେ । ସେହିପରି ତାଙ୍କ ବେକକୁ ଦୁଇ ଥର ଛୁରୀ ଦ୍ୱାରା କାଟି ଦେଇଛନ୍ତି । ସେ ଏପରି ଭୟଙ୍କର ଆକ୍ରମଣରେ ପ୍ରାଣ ହରାଇ ସାରିଥିଲେ ହେଁ ଦୁର୍ବୃତ୍ତମାନେ ତାଙ୍କ ମୁହଁକୁ ଗୋଟିଏ ଗୁଳି ମଧ୍ୟ ଚଳାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି

ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି

Read More...

ହରିଆଣାରେ ହେବ ଝୁଲା ବିଧାନସଭା!

ହରିଆଣାରେ ହେବ ଝୁଲା ବିଧାନସଭା!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page