ମୂଳପୋଛ ହେଲା ଅଲ-କାଏଦର ସହଯୋଗୀ ଆତଙ୍କୀ ସଂଗଠନ

October 23, 2019, ଦେଶ, , Anupambharat News Bureau


ମୂଳପୋଛ ହେଲା ଅଲ-କାଏଦର ସହଯୋଗୀ ଆତଙ୍କୀ ସଂଗଠନ
Anupambharat News Bureau
October 23, 2019

ଶ୍ରୀନଗର: କୁଖ୍ୟାତ ଆତଙ୍କୀ ସଂଗଠନ ଅଲ-କାଏଦର ସହଯୋଗୀ ଭାବେ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ଅନସାର ଘାଜୱାଟ ଉଲ ହିନ୍ଦ (ଏଜିଏଚ୍‌) ଏବେ ମୂଳପୋଛ ହୋଇଯାଇଛି । ଅଲ-କାଏଦର ସହଯୋଗୀ ଭାବେ ଏଜିଏଚ୍‌ କଶ୍ମୀରରେ ସକ୍ରିୟ ରହି ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ଓ ଯୁବକମାନଙ୍କୁ ନିଜ ସଂଗଠନରେ ସାମିଲ କରୁଥିଲା । ହେଲେ ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ଏଜିଏଚର ମୁଖ୍ୟ ଅବଦୁଲ ହମିଦ ଲେଲହାରି ନିପାତ ହେବା ପରେ ଏହି ସଂଗଠନ ଉପତ୍ୟକାରୁ ଶେଷ ହୋଇଯାଇଥିବା ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି ।
ସେ କହିଛନ୍ତି, ଅବଦୁଲ ସହ ଗତକାଲି ଆଉ ଦୁଇ ଜଣ ଆତଙ୍କୀ ନିହତ ହୋଇଥିଲେ । ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ଅଧିବାସୀ । ଏଜିଏଚର ମୁଖ୍ୟ ଜାକିର ମୂଷାର ମୃତ୍ୟୁପରେ ଅବଦୁଲ ହିଁ ଏହି ସଂଗଠନର ଉତ୍ତରାଧିକାରୀ ହୋଇଥିଲା । ସେ କଶ୍ମୀର ଯୁବକଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରି ନିଜ ସଂଗଠନରେ ସାମିଲ କରୁଥିଲା ।
ଏଥିସହ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ମଧ୍ୟ ଥିଲା । ତେବେ ତା’ର ମୃତୁ୍ୟ ସହ ବର୍ତ୍ତମାନ ସ୍ଥିତିରେ ଏଜିଏଚ୍‌ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ଅବନ୍ତିପୁରାରେ ହୋଇଥିବା ଏନକାଉଣ୍ଟରରେ ଅବଦୁଲ ଓ ତା’ର ଦୁଇ ସହଯୋଗୀ ପ୍ରାଣ ହାରାଇଥିଲେ । ଅଲକାଏଦା ସହ ସମ୍ପର୍କ ରଖିଥିବା ଏହି ସଂଗଠନର ସଦସ୍ୟମାନେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ସହ ମିଶି କାମ କରୁଥିଲେ ।
ଜାକିର ମୂଷା ନିହିତ ହେବା ପରେ ଅବଦୁଲ ହିଁ ଏହି ସଂଗଠନକୁ ଚଳାଉଥିଲା । ୨୦୧୬ରୁ କଶ୍ମୀରରେ ସକ୍ରିୟ ଥିବା ଅବଦୁଲ ଏକାଧିକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା । ସେ ଓ ତା’ର ଦୁଇ ସହଯୋଗୀ ଟ୍ରାଲରେ ଲୁଚି ଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଅବଦୁଲ ଓ ତା’ର ସହଯୋଗୀ ନିହତ ହୋଇଛନ୍ତି । ଏବେ ଜମ୍ମୁ-କଶ୍ମୀର ଯୁବକମାନଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରାଯିବାକୁ ଉସକା ଯାଉଛି । ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଯୁବକମାନଙ୍କୁ ମିଛ କୁହାଯାଇ ଭାରତ ସରକାରଙ୍କ ବିରୋଧରେ କାର୍ଯ୍ୟ କରିବାକୁ କୁହାଯାଉଛି । ଏଥିପାଇଁ କିଛି ଯୁବକ ସେମାନଙ୍କ ଘର ଛାଡ଼ି ଚାଲି ଯାଇଛନ୍ତି । ହେଲେ ସେମାନେ ସମସ୍ତେ ଯେ ଆତଙ୍କୀ ସଂଗଠନରେ ସାମିଲ ହୋଇଛନ୍ତି, ତାହା ଭାବିବା ମଧ୍ୟ ଭୁଲ ବୋଲି ସେ କହିଛନ୍ତି । ପାକିସ୍ତାନ ପ୍ରସଙ୍ଗରେ ମତଦେଇ ସେ କହିଛନ୍ତି, ପାକିସ୍ତାନ ସେନା ଓ ଆଇଏସ୍‌ଆଇ ଭାରତରେ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛନ୍ତି । ପିଓକେରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡVୁଡ଼ିକୁ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି ବୋଲି ସେ କହିଛନ୍ତି ।
ଜମ୍ମୁ-କଶ୍ମୀରରେ ଛୋଟ ଛୋଟ ପିଲାଙ୍କୁ ଅଗଷ୍ଟ ୫ ପରେ ଅଟକ ରଖାଇଥିବା ପ୍ରସଙ୍ଗରେ ସେ କହିଛନ୍ତି, ଅନେକ ସମୟରେ କଶ୍ମୀରକୁ ନେଇ ଭୁଲ ତଥ୍ୟ ପ୍ରଚାର କରାଯାଉଛି । ଏହା ପଛରେ କିଛି ଲୋକ ଏବଂ ଦାୟିତ୍ୱହୀନ ଭାବେ ଖବର ପ୍ରସାରଣ କରୁଥିବା ମିଡିଆ ମଧ୍ୟ ଏହା ପଛରେ ରହିଛନ୍ତି । ତଥାପି କଶ୍ମୀରରେ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ସମସ୍ତଙ୍କ ମଙ୍ଗଳ ପାଇଁ କରାଯାଇଛି । କାହାକୁ ଏଠାରେ ନିର୍ଯାତନା ଦିଆଯାଉନାହିଁ । ଯୁବକ, ଟିନଏଜର ଓ ନାବାଳକଙ୍କୁ ଆମ ପକ୍ଷରୁ ଗିରଫ କରାଯାଇନାହିଁ । ନାବାଳିକାମାନେ ଯେଉଁଠି ଗିରଫ ହୁଅନ୍ତି, ସେଠାରେ ନାବାଳକ ଜଷ୍ଟିସ ଆଇନ୍‌ କଡ଼ାକଡ଼ି ଭାବେ ପାଳନ କରାଯାଏ । ଯେତେବେଳେ କଶ୍ମୀରର ଯୁବକମାନେ ଆତଙ୍କବାଦର ପଥାକୁ ଅନୁସରରଣ କରିବେ ନାହିଁ, ସେତେବେଳେ ଉପତ୍ୟକାରେ ଶାନ୍ତି ସ୍ଥାପନ ହୋଇପାରିବ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି  ମୋଦିଙ୍କୁ ଧମକ ଦେଲେ ପାକ୍‌ ସିଙ୍ଗର

ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି ମୋଦିଙ୍କୁ ଧମକ ଦେଲେ ପାକ୍‌ ସିଙ୍ଗର

Read More...

ମୋଦିଙ୍କ ଦିଲ୍ଲୀ କାର୍ଡ  ୪୦ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବେ

ମୋଦିଙ୍କ ଦିଲ୍ଲୀ କାର୍ଡ ୪୦ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page