ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ - ମହିଳା ସଂଘ

October 23, 2019, ଓଡ଼ିଶା, , Anupambharat News Bureau


ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ - ମହିଳା ସଂଘ
Anupambharat News Bureau
October 23, 2019

ଭଦ୍ରକ,୨୩ା୧୦(ଅନୁପମ ମିଡିଆ): ଭଦ୍ରକ ପୌରାଞ୍ଚଳରେ ଥିବା ବିଭିନ୍ନ ମହିଳା ସଂଘ ପକ୍ଷରୁ ଜିଲାପାଳ ଜ୍ଞାନ ଦାସଙ୍କୁ ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଭଦ୍ରକ ଐତିହାସିକ କାଳୀପୂଜାରେ ଯାତ୍ରା କଳାକାର ରାନୀ ପଣ୍ଡାଙ୍କୁ ମଂଚରେ ନଗ୍ନ ନୃତ୍ୟ ପରିବେଷଣ କରିବାକୁ ଅନୁମତି ଦିଆନଯିବାକୁ ଅନୁରୋଧ କରିଛନ୍ତି ମହିଳା ସଂଘ । ନହେଲେ ଐତିହାସିକ କାଳୀପୂଜାରେ କଳଙ୍କ ଲାଗିବ । ଯାହାକି ନାରୀ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା ହେବ । ଯଦି ରାନୀ ପଣ୍ଡାଙ୍କୁ ନଗ୍ନ ନୃତ୍ୟ କରିବାର ସୁଯୋଗ ଦିଆଯାଏ, ତାହେଲେ ନାରୀ ସୁରକ୍ଷା ମଂଚ, ଅର୍ଦ୍ଧନାରୀ କିନ୍ନର ସଂଘ ଓ ମାତୃଶକ୍ତି ସ୍ୱୟଂ ସହାୟକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓମଫେଡ୍‌ ପାର୍ଲରୁ ୪୦ ହଜାର ଟଙ୍କା ଲୁଟ୍‌

ଓମଫେଡ୍‌ ପାର୍ଲରୁ ୪୦ ହଜାର ଟଙ୍କା ଲୁଟ୍‌

Read More...

ସୌରଶକ୍ତି ସାହାଯ୍ୟରେ କାର୍‌ ଚଳାଇବା କଳା ଶିଖାଉଛନ୍ତି ଜନାର୍ଦ୍ଦନ

ସୌରଶକ୍ତି ସାହାଯ୍ୟରେ କାର୍‌ ଚଳାଇବା କଳା ଶିଖାଉଛନ୍ତି ଜନାର୍ଦ୍ଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page