ସରିଲା ଭୋଟ, ୨୪କୁ ଅପେକ୍ଷା

October 21, 2019, ଓଡ଼ିଶା, , Anupambharat News Bureau


ସରିଲା ଭୋଟ, ୨୪କୁ ଅପେକ୍ଷା
Anupambharat News Bureau
October 21, 2019

ଭୁବନେଶ୍ୱର, ୨୧ ।୧୦(ଅନୁପମ ମିଡିଆ): ସୋମବାର ବିଜେପୁର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଶେଷ ହୋଇଛି । ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ୫ ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଭୋଟିଂ ହାର ବୃଦ୍ଧିପାଇପାରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ମତଦାନ ଶେଷ ହେବା ପରେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଓ ଅନ୍ୟ ସାମଗ୍ରୀ ଦାଖଲ କରିବେ । ନିର୍ବାଚନ ଫଳାଫଳ ଅକେଫାବର ୨୪ରେ ପ୍ରକାଶ ପାଇବ । ଭୋଟ ଗଣତି ଅକେଫାବର ୨୪ରେ ପଦ୍ମପୁରସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ପୂର୍ବାହ୍ନ ୮ଟାରୁ ଆରମ୍ଭ ହେବ ।
ଆଜିସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ମତଦାତାମାନେ ଶାନ୍ତିଶୃଙ୍ଖଳାର ସହ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ । ସକାଳୁ ସକାଳୁ ବୁଥରେ ଭିଡ ପରିଲକ୍ଷିତ ହୋଇ ନଥିଲେ ବି ପରେ ପରେ ମତଦାତାଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ବିଶେଷ କରି ମହିଳା ଭୋଟରମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସେମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଭୋଟ୍‌ ଦେଇଥିଲେ । ଅନ୍ୟପଟେ ସାଧାରଣ ଭୋଟରଙ୍କ ସହିତ ଧାଡ଼ିରେ ଛିଡା ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରିଥିଲେ ଜିଲ୍ଲାର ଜଣାଶୁଣା ନେତା । ବିଜେଡି ପ୍ରାର୍ଥୀ ରୀତା ସାହୁ , ବିଜେପି ପ୍ରାର୍ଥୀ ସନତ ଗଡତିଆ ଓ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମଧ୍ୟ ଧାଡିରେ ଠିଆ ହୋଇ ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ । ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା ବେଳେ ଦିନ୧୧ଟା ସୁଦ୍ଧା ୨୫.୭% ମତଦାନ ହୋଇଥିଲା । ସେହିପରି ଦିନ ଗୋଟାଏ ସୁଦ୍ଧା ୩୭.୧୦% ଏବଂ ୩ ଟା ସୁଦ୍ଧା ୫୬.୫ % ମତଦାନ ହୋଇଥିଲା । ସୂଚନାଯୋଗ୍ୟ ଯେ ବିଜେପୁରରେ ମୋଟ ୨୮୫ଟି ବୁଥରେ ଭୋଟ୍‌ ଗ୍ରହଣ କରାଯାଇଥିଲା । ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ମୋଟ ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ବିଜେପୁରରେ ମୁଖ୍ୟତଃ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଏହି ଲଢେଇ ହେଉଛି । ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଭୋଟ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା,ଅଭିଯୁକ୍ତ ଗିରଫ

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା,ଅଭିଯୁକ୍ତ ଗିରଫ

Read More...

 ରୋଗୀପୁତ୍ରଙ୍କୁ ଡାକ୍ତରଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ ମାଡ଼ ମାରି, କାନ ଧରି ମୁଣ୍ଡିଆ ମରାଇଲେ

ରୋଗୀପୁତ୍ରଙ୍କୁ ଡାକ୍ତରଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ ମାଡ଼ ମାରି, କାନ ଧରି ମୁଣ୍ଡିଆ ମରାଇଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page