ମହଙ୍ଗା ପଡିଲା ମଦ୍ୟପାନ, ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

May 14, 2019, ଓଡ଼ିଶା, , Anupambharat News Bureau


ମହଙ୍ଗା ପଡିଲା ମଦ୍ୟପାନ,   ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ
Anupambharat News Bureau
May 14, 2019

ସମ୍ବଲପୁର,୧୪ା୫ (ଅନୁପମ ମିଡିଆ): ବିବାହ ଏକ ସାମାଜିକ ବନ୍ଧନ ଅଟେ । ସାତ ଜନମ ପାଇଁ ସାଥୀ କରିବାକୁ ବର ନିଜର ଆତ୍ମିୟ ସ୍ୱଜନଙ୍କ ସହ କନ୍ୟା ଘରେ ପହଞ୍ଚିଥିବା ବେଳେ ମଦ୍ୟପାନ ମହଙ୍ଗା ପଡିଛି । ମଦ୍ୟପାନ ବରକୁ ଦେଖି କନ୍ୟା ବେଦିରୁ ଉଠିଯିବା ଭଳି ଘଟଣା ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗୋବର୍ଦ୍ଧନ ବଡମାଲ ଗ୍ରାମର ଭିକ ଭୁଏଙ୍କ ଦ୍ୱିତୀୟ ଝିଅ ମମତାଙ୍କର ନାକଟିଦେଉଳ ବ୍ଲକ ଅଞ୍ଚଳର ଏକ ଗାଁରେ ବିବାହ ସ୍ଥିର ହୋଇଥିଲା । ନିର୍ଦ୍ଧାରିତ ତିଥି ଲଗ୍ନ ଅନୁସାରେ ବରପକ୍ଷ ବରଯାତ୍ରୀ ସହ ଆସି ପହଞ୍ଚିଥିଲେ । ରୋଷଣୀ ସହ ଭୋଜିଭାତ ମଧ୍ୟ ଶେଷ ହୋଇଥିଲା । କିନ୍ତୁ ବେଦିକୁ ଯିବା ବେଳକୁ ବରପିଲା ସୁରେନ୍ଦ୍ର ନିଶାସକ୍ତ ହୋଇ ଝୁଲୁଥିଲା । ମଝିରେ ମଝିରେ ବର ମଧ୍ୟ ବେଦିରୁ ଖସି ପଡୁଥିଲେ । ଏପରିକି ସେ କନ୍ୟାପକ୍ଷକୁ ଗାଳିଗୁଳଜ ମଧ୍ୟ କରୁଥିଲେ । ଏଭଳି ଅବସ୍ଥା ଦେଖି କନ୍ୟା ବିବାହ ନ କରିବା ପାଇଁ ନିଷ୍ପତ୍ତି ନେଇ ବେଦିରୁ ଉଠି ଯାଇଥିଲେ ।
ଶେଷରେ ଜାତି ଭାଇଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା । ବୈଠକରେ ମମତାଙ୍କୁ ବାହାଘର ସମ୍ପର୍କରେ ମତାମତ ନିଆଯାଇଥିଲା । ମାତ୍ର ସେ ଏଭଳି ମଦ୍ୟପ ଯୁବକକୁ ବିବାହ କରିବେନି ବୋଲି ରୋକ୍‌ଠୋକ୍‌ କହିଥିଲେ । ତେବେ ନିଶା ଓହ୍ଲାଇବା ପରେ ବର ବିବାହ ହେବାକୁ ନେହୁରା କରିଥିଲେ । କିନ୍ତୁ ମଦ୍ୟପ ବରକୁ ବିବାହ କରିବେନି ବୋଲି କନ୍ୟା ଜିଦ୍‌ରେ ଅଟଳ ରହିଥିଲେ । ଫଳରେ କାନମୁଣ୍ଡା ଆଉଁଶି ବର ଶିଶୁପାଳ ହୋଇ ଫେରିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଛଳରେ ଚର୍ଚ୍ଚାର ବିଷୟ ପାଲଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନ୍ଦରୀ ପାଇଁ ମଇଁଷି ଶିକାର...

ସୁନ୍ଦରୀ ପାଇଁ ମଇଁଷି ଶିକାର...

Read More...

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page