ସରିଲା ପ୍ରଚାର , ସୋମବାର ଭୋଟ୍‌

October 19, 2019, ଓଡ଼ିଶା, , Anupambharat News Bureau


ସରିଲା ପ୍ରଚାର , ସୋମବାର ଭୋଟ୍‌
Anupambharat News Bureau
October 19, 2019

ଭୁବନେଶ୍ୱର, ୧୯ ।୧୦(ଅନୁପମ ମିଡିଆ): ବିଜେପୁର ଉପନିର୍ବାଚନ ପାଇଁ ଶନିବାର ପ୍ରଚାର ଶେଷ ହୋଇଛି । ସୋମବାର ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବାହାରର ସମସ୍ତ ନେତାଙ୍କୁ ଅଞ୍ଚଳ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି । ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ବିଜେପୁର ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହେବ । ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଏବଂ ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର ରହିଛନ୍ତି । ଜଣେ ମହିଳା ପ୍ରାର୍ଥୀ ଏବଂ ୪ ଜଣ ପୁରୁଷ ପ୍ରାର୍ଥୀ ମୋଟ୍‌ ୫ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ । ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ୧୨୯ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମୋଟ ୧୮୯୫ଜଣ କର୍ମଚାରୀଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରେ ନିୟୋଜିତ କରାଯାଇଛି । ନିର୍ବାଚନମଣ୍ଡଳୀରେ ୬ଟି ବୁଥ୍‌ ନକ୍ସଲ ପ୍ରବଣ ଅଞ୍ଚଳରେ ହୋଇଥିବାବେଳେ ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ଓ ୨୮ଟି ବୁଥରେ େୱବକାଷ୍ଟିଙ୍ଗ୍‌ କରାଯିବ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।ଅପନ୍ୟପକ୍ଷରେ ରାଜ୍ୟ ସରକାର ବିଜେପୁର ଉପନିର୍ବାଚନ ପାଇଁ ୨୧ତାରିଖକୁ ସବୈତନିକ ଛୁଟି ଘୋଷଣା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଚିକିତ୍ସାଧିନ ଅବସ୍ଥାରେ କଏଦୀ ମୃତ  ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଚିକିତ୍ସାଧିନ ଅବସ୍ଥାରେ କଏଦୀ ମୃତ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

Read More...

ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ

ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page