ଅନୁଗୋଳ,୧୭ା୧୦(ଅନୁପମ ମିଡିଆ): ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଇଛନ୍ତି । ଏହି ସେବା ଗୁଡ଼ିକ କିପରି ସେମାନଙ୍କ ନିକଟରେ ସହଜରେ ଉପଲବ୍ଧ ହୋଇ ସରକାରଙ୍କ ୫ଟି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ସେ ସମ୍ପର୍କରେ ଏକ ଦିନିକିଆ ସଚେତନତା କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁୂଗୋଳ ଓ ତାଳଚେର ଶ୍ରମ ଜିଲା ଦ୍ୱାରା ଜିଲା କାର୍ଯ୍ୟାଳୟ କକ୍ଷରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ କର୍ମଶାଳାରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ଏହାକୁ ଉଦଘାଟନ କରିବା ସହ ୫ଟିରେ ଅନ୍ତର୍ଭୁକ୍ତ ଥିବା ପ୍ରତ୍ୟେକ ସେବାକୁ ସଠିକ ସମୟରେ ନିର୍ମାଣ ଶ୍ରମିକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ମାଣ ଶ୍ରମିକମାନେ ଦୈନିକ ମଜୁରୀ ଠିକ ଭାବେ ପାଉଛନ୍ତି କି ନାହିଁ ଓ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାର୍ଯ୍ୟ କରି ଶୋଷଣର ଶିକାର ହେଉଛନ୍ତି ସେ ସମ୍ପର୍କରେ ତଦାରଖ କରି ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ପଞ୍ଜୀକରଣ କରିବା ସହ ସୁରକ୍ଷା ଓ ଆନୁସଙ୍ଗୀକ ବ୍ୟବସ୍ଥା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ନିର୍ମାଣ ଶ୍ରମିକ ଓ ସେମାନଙ୍କର ପରିବାକରୁ ଯୋଗାଇ ଦିଆଯାଉଥିବା ସମସ୍ତ ସହାୟତାକୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଉପଲବ୍ଧ କରାଇବା ସହ ନିର୍ମାଣ ବାବଦରେ ମିଳୁଥିିବା ୧ ପ୍ରତିଶତ ସେସ୍କୁ ନିୟମିତ ସଂଗ୍ରହ କରି ଜମା କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକମରେ ମଣ୍ଡଳସ୍ତରୀୟ ଶ୍ରମ କମିଶନର ଜିତ୍ ହାଁସଦା ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କର ସୁରକ୍ଷା ଓ ସେମାନଙ୍କର ପରିବାରର ସ୍ୱାସ୍ଥ୍ୟ ଓ ସହାୟତା ନିମନ୍ତେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଯୋଜନା ଗୁଡ଼ିକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ସଠିକ ସମୟରେ ସେବା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଜଣେ ନିର୍ମାଣ ଶ୍ରମିକ ବର୍ଷକୁ ଅତି କମରେ ୯୦ ଦିନ କାର୍ଯ୍ୟ କରିବା ସହ ୧୮ରୁ ୬୦ବର୍ଷ ବୟସ ମଧ୍ୟରେ ଥିବା ଶ୍ରମିକମାନଙ୍କୁ ପଞ୍ଜୀକରଣ କରି ବିଭିନ୍ନ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ଅନୁଗୋଳ ଜିଲା ଶ୍ରମ ଅଧିକାରୀ ଶିବ ଶଙ୍କର ମିଶ୍ର ପାୱାରପଏଣ୍ଟ ମାଧ୍ୟମରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସେସ୍ ଆଇନ୍ ୧୯୯୬ ଓ ନିର୍ମାଣର ମୂଲ୍ୟ ବାବଦରେ ୧ ପ୍ରତିଶତ ସେସ୍ ସଂଗ୍ରହ ଉପରେ ଆଲୋକପାତ କରିଥିଲେ । ନିର୍ମାଣ ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ଶିକ୍ଷା ସହାୟତା ୨ ହଜାରରୁ ୪୦ ହଜାର ଦୁଇଟି ପିଲା ପାଇଁ, ବିବାହ ସହାୟତା (ଦୁଇଟି ଝିଅ ପାଇଁ) ପ୍ରତ୍ୟେକଙ୍କୁ ୫୦ ହଜାର, ସାଇକେଲ କ୍ରୟ ସହାୟତା ନିମନ୍ତେ ୪ ହଜାର, କାର୍ଯ୍ୟ କରିବା ପାଇଁ ଯନ୍ତ୍ରପାତି କ୍ରୟ ନିମନ୍ତେ ୪ ହଜାର, ସୁରକ୍ଷା ଉପକରଣ ବାବଦରେ ୧ ହଜାର, ପ୍ରସବ କାଳିନ ସହାୟତା (୨ଟି ପିଲା ପାଇଁ) ପ୍ରତ୍ୟେକଙ୍କୁ ୧୦ ହଜାର ଲେଖାଏଁ, ଗୁରୁତର ଅସୁସ୍ଥମାନଙ୍କ ଚିକିସିା ଓ ଦୁର୍ଘଟଣା ଜନିତ ସହାୟତା ପ୍ରଦାନ ନିର୍ମାଣ ଶ୍ରମିକ ପMା ଘର ଯୋଜନା, ନିର୍ମାଣ ଶ୍ରମିକ ପେନସନ ଯୋଜା, ମୃତ୍ୟୁକାଳିନ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ୧୪୦୮ କୋଟି ଆର୍ଥିକ ସହାୟତା ଓ ୨୦,୩୪ ଲକ୍ଷ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ଅନୁଗୋଳ ଶ୍ରମ ଜିଲାରେ ୩୭,୩୭୯ ଜଣ ଓ ତାଳଚେର ଶ୍ରମ ଜିଲାରେ ୫୧,୮୦୦ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସମୁଦାୟ ୩୧କୋଟି ୩୩ ଲକ୍ଷ ୬୮ ହଜାର ୬୯୬ଟଙ୍କାର ଆର୍ଥିକ ସହାୟତା ସହ ୭୯,୬୫୫ ( ୩୩୭୯୫ ଓ ୪୫୮୬୦) ଜଣ ହିତାଧିକାରୀ ଏହି ୨ଟି ଶ୍ରମ ଜିଲାରେ ଉପକୃତ ହୋଇଛନ୍ତି । ଏହି କର୍ମଶାଳାରେ ତାଳଚେର ଜିଲା ଶ୍ରମ ଅଧିକାରୀଣୀ ଇତିଶ୍ରୀ ଗାଗରାଇଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ ଶ୍ରମ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।