ପୁଣି ବଜାରକୁ ଆସୁଛି ବଜାଜ ଚେତକ

October 14, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପୁଣି ବଜାରକୁ ଆସୁଛି ବଜାଜ ଚେତକ
Anupambharat News Bureau
October 14, 2019

ନୂଆଦିଲ୍ଲୀ : ବଜାଜ ଏବେ ଏହାର ନୂଆ ସ୍କୁଟରକୁ ନେଇ ଚର୍ଚ୍ଚାରେ ରହିଛି । ଆସନ୍ତା ୧୬ ତାରିଖରେ ବଜାଜ ପକ୍ଷରୁ ଏହି ସ୍କୁଟରକୁ ଲଞ୍ଚ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସମେତ ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତ ସାମିଲ ହେବେ । ବଜାଜ ପକ୍ଷରୁ ଲଞ୍ଚ କରାଯାଉଥିବା ଏହି ସ୍କୁଟର କମ୍ପାନୀର ପ୍ରଥମ ଇଲେକ୍‌ଟ୍ରୋନିକ୍‌ ସ୍କୁଟର ହେବ ।
ମିଳିଥିବା ସୂଚନା ମୁତାବକ ଏହି ସ୍କୁଟରର ନାମ ଚେତକ ଚିକ ରଖାଯାଇଥିବାବେଳେ ବହୁ ଆକର୍ଷଣୀୟ ବୈଶିଷ୍ଟ୍ୟ ଏହି ସ୍କୁଟରରେ ରହିବ । ଏହି ସ୍କୁଟରରେ ଇନଟିଗ୍ରେଟେଡ଼ ବ୍ରେକିଙ୍ଗ ସିଷ୍ଟମ ରହିବା ସହ ନାଭିଗେସନ ଓ ବ୍ଲୁ ଟୁଥ ସୁବିଧା ମଧ୍ୟ ରହିବ ।
ଏହି ସ୍କୁଟରର ମୂଲ୍ୟ ବାବଦରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ବି କୁହାଯାଉଛି ଏହାର ମୂଲ୍ୟ ୧ ଲକ୍ଷ ଟଙ୍କା ପାଖାପାଖି ରହିବ । ଏଠାରେ ସୂଚନା ଥାଉ କି ବଜାଜ ପକ୍ଷରୁ ୨୦୦୬ ମସିହାରେ ଚେତକ ସ୍କୁଟରର ନିର୍ମାଣ ବନ୍ଦ କରିଦିଆଯାଇଥିଲା କି;ୁ ଏବେ ବଜାରରେ ସ୍କୁଟର ବାଇକର ଚାହିଦା ବଢ଼ିଥିବାର ନଜରରେ ରଖି ପୁଣି ନୂଆ ଭାବରେ ଚେତକକୁ ଲଞ୍ଚ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

Read More...

ମାଲେସିଆ ଉପରେ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇପାରେ ଭାରତ

ମାଲେସିଆ ଉପରେ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇପାରେ ଭାରତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page