ଆଗାମୀ ଫିଲ୍ମରେ ହ ୍ରିତିକ୍‌ ଙ୍କ ହିରୋଇନ୍‌ ହେବେ ଅନୁସ୍କା

October 14, 2019, ଦେଶ, , Anupambharat News Bureau


ଆଗାମୀ ଫିଲ୍ମରେ ହ ୍ରିତିକ୍‌ ଙ୍କ ହିରୋଇନ୍‌ ହେବେ ଅନୁସ୍କା
Anupambharat News Bureau
October 14, 2019

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି । ଫିଲ୍ମଟି ବକ୍ସ ଅଫିନ୍‌ରେ ବ୍ଳକ୍‌ଷ୍ଟର ହୋଇଛି । ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି । ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି ।
ସୂଚନା ଅନୁଯାୟୀ, ଫର୍ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍‌ କାମ କରିବେ । ଏଥିରେ ତାଙ୍କ ସହିତ ସ୍କ୍ରିନ୍‌ ଶେଆର୍‌ କରିବେ ଅନୁଷ୍କା । ଯଦି ଏ ଖବର ସତ ହୁଏ, ତା’ହେଲେ ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ଓ ଚୁଲବୁଲି ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଆଉ ଏହି ନୂଆ ଯୋଡ଼ିଙ୍କ ଆକ୍ସନ୍‌ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ମଧ୍ୟ ଆଶା କରାଯାଉଛି ।
ଫର୍ହା ଏ ଫିଲ୍ମର ନିର୍ଦ୍ଦେଶନା ଭାର ନେଇଥିବା ବେଳେ ହ୍ରିତିକ୍‌ ଓ ଅନୁଷ୍କାଙ୍କୁ ନେଇ ଷ୍ଟାର୍କାଷ୍ଟ୍‌ ବି ଫାଇନାଲ୍‌ କରି ସାରିଛନ୍ତି ବୋଲି ଜଣାପଡ଼ିଛି । ତାଙ୍କର ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍‌ ସେଟ୍ଟୀ । ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ । ଫର୍ହା ଏହାକୁ ୨୦୨୧ ପ୍ରାରମ୍ଭରେ ରିଲିଜ୍‌ କରାଇବାକୁ ଚାହୁଁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଲେସିଆ ଉପରେ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇପାରେ ଭାରତ

ମାଲେସିଆ ଉପରେ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇପାରେ ଭାରତ

Read More...

ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ,  ଚିନ୍ତାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌

ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ, ଚିନ୍ତାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page