ଧାମରା ବନ୍ଦରରେ ଅଘଟଣ, ବିଦ୍ୟୁତ ସର୍ଟ ସର୍କିଟରେ ୩ ଗୁରୁତର, ୧ ମୃତ

October 12, 2019, ଓଡ଼ିଶା, , Anupambharat News Bureau


ଧାମରା ବନ୍ଦରରେ ଅଘଟଣ, ବିଦ୍ୟୁତ ସର୍ଟ ସର୍କିଟରେ ୩ ଗୁରୁତର, ୧ ମୃତ
Anupambharat News Bureau
October 12, 2019

ଭଦ୍ରକ,୧୨ା୧୦(ଅନୁପମ ମିଡିଆ): ଧାମରା ବନ୍ଦରରେ ପୁଣି ଏକ ଅଘଟଣ ଘଟି ଜଣେ ବିହାରୀ ନିବାସୀ ଜଣେ ଶ୍ରମିକର ଚିକିସିାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ତେବେ ବିଦ୍ୟୁତ ସର୍ଟ ସର୍କିଟରେ ରାଜାରାମଙ୍କ ବ୍ୟତୀତ ୩ଜଣ ବାହାର ରାଜ୍ୟର ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ । ସେମାନଙ୍କୁ କଟକ ପ୍ରାଇଭେଟ ନର୍ସିଂ ହୋମକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ଯାଇଛି । ଆଜି ସକାଳ ୬ଟା ସମୟରେ ଧାମରା ବନ୍ଦର ସାର ଗୋଦାମରେ ସାର ବସ୍ତା ସିଲେଇ କରି ଲୋଡ କରୁଥିବା ବିହାର ରାଜ୍ୟର ୪ଜଣ ଶ୍ରମିକ ବିଦ୍ୟୁତ ସର୍ଟସର୍କିଟରେ ଆହତ ହୋଇଥିଲେ । ପ୍ରାଥମିକ ଭାବରେ ସେମାନଙ୍କୁ ବନ୍ଦର କର୍ତୁପକ୍ଷ ନିଜ ମେଡିକାଲରେ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ରାଜାରାମ(୨୮) ଏବଂ ଜୟିରାମ(୩୦) କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । କଟକରେ ରାଜାରାମର ଚିକିସିାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିବାର ଜଣାପଡିଛି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ ସେମାନେ ବିଦ୍ୟୁତ ଆଘାତ ପାଇବା ପରେ ବନ୍ଦରର ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କୌଣସି ଟେକନିସିଆନ ସେଠାରେ ପହଂଚି ନଥିଲେ । ଫଳରେ ୨ଜଣ ଶ୍ରମିକ ବିଦ୍ୟୁତ ଆଘାତ ପାଇ ବହୁ ସମୟ ଧରି ଛଟପଟ ହେଉଥିବାର ଦେଖାଯାଇଥିଲା । ପରେ ଏହି ଖବର ପ୍ରଶାସନ ପାଇବା ପରେ ବିଦ୍ୟୁତ ଲାଇନ କଟାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ୨ଶ୍ରମିକଙ୍କ ହାତରେ ଆଘାତ ଲାଗି ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣା ଯାଇଛି ।ଅନ୍ୟ ୨ଜଣ ଶ୍ରମିକ ବୁଲବୁଲ(୩୫) ଏବଂ ହାଫିଜ(୩୨) ରାଜାରାମ ଏବଂ ଜୟିରାମକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତ ପାଇଥିଲେ ବୋଲି ଉକ୍ତ ସଂସ୍ଥାରେ କାର୍ଯ୍ୟକରୁଥିବା ଅନ୍ୟ ଶ୍ରମିକମାନଙ୍କ ବୟାନରୁ ଜଣାପଡିଛି । ଏହି ଘଟଣା ବାହାରେ ପ୍ରଚାର ହୋଇଯିବା ପରେ ବନ୍ଦର କର୍ତୁପକ୍ଷ ଉକ୍ତ ସଂସ୍ଥାର କାର୍ଯ୍ୟରତ ସମସ୍ତ ଶ୍ରମିକ ମାନଙ୍କୁ ସାର ଗୋଦାମରେ ଚାବି ପକାଇ ରଖିଥିଲେ । ପରେ ବିଏମଏସର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଜେନାଙ୍କ ହସ୍ତକ୍ଷେପ ପରେ ବନ୍ଦର କର୍ତୁପକ୍ଷ ସେମାନଙ୍କୁ ଛାଡିଥିଲେ । ଏହି ଘଟଣା ବାହାରେ ପ୍ରଚାର ହେବା ପରେ ଶ୍ରମିକ ମାନଙ୍କୁ ମଧ୍ୟରେ ଅଶାନ୍ତି ଦେଖା ଦେବା ସହ ବହୁ ଶ୍ରମିକ ବନ୍ଦର ମଧ୍ୟରେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ପରେ ଧାମରା ବିଏମଏସର ହସ୍ତକ୍ଷେପ ପରେ ଶ୍ରମିକ ମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ବନ୍ଦର କର୍ତୁପକ୍ଷ ସମସ୍ତ ସ୍ଥାନରେ ବିଦ୍ୟୁତ ସରଞ୍ଜାମ ଗୁଡିକୁ ଠିକ ଭାବରେ ତଦାରଖ କରୁ ନାହାନ୍ତି ବୋଲି ଭାରତୀୟ ମଜଦୁର ସଂଘର ଭଦ୍ରକ ଜିଲ୍ଲା ସହସଭାପତି ମନୋଜ ବସନ୍ତ ରାୟ ଅଭିଯୋଗ କରିଥିବାବେଳେ ଇନସ୍ପେକଟର ଅଫ ବ୍ରୟେଲର ଏବଂ ଫ୍ୟାକଟ୍ରିଜ ଏହି ସମସ୍ତ କାର୍ଯ୍ୟ ତଦାରଖ କରିବା ଜରୁରୀ ବୋଲି ବିଏମଏସର କାର୍ଯ୍ୟକାରୀ ସଭାପତି ଚନ୍ଦଶେଖର ଜେନା କହିଛନ୍ତି । ଆସନ୍ତା ଦିନରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ନିରାପତ୍ତାକୁ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିଏମଏସ ଏଭଳି ସମ୍ବେଦନଶୀଳ ଘଟଣାକୁ ଶ୍ରମ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଧାମରା ବନ୍ଦର ଗେଟ ଆଗରେ ପ୍ରତୀକ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସସିବି ମେଡିସିନ ୱାର୍ଡ ୩ ମହଲାରୁ ଡେଇଁ ବୃଦ୍ଧ ମୃତ

ଏସସିବି ମେଡିସିନ ୱାର୍ଡ ୩ ମହଲାରୁ ଡେଇଁ ବୃଦ୍ଧ ମୃତ

Read More...

 ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page