ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

October 12, 2019, ଓଡ଼ିଶା, , Anupambharat News Bureau


ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ
Anupambharat News Bureau
October 12, 2019

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଆଜି ଭୋର୍‌ରେ ଜଣେ ମହିଳା ତାଙ୍କର ଦୁଇ ଝିଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ମହିଳା ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।
ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମାଛକଟା ଗ୍ରାମର ଉତ୍ସବ ଭଞ୍ଜ ସହ ତାଙ୍କ ସ୍ତ୍ରୀ ରମାଙ୍କ ଗତ ୧୨ ବର୍ଷ ତଳେ ବିବାହ ହୋଇଥିବା ଏବଂ ଏ ମଧ୍ୟରେ ୧୧ ଓ ୮ ବର୍ଷର ଦୁଇ ଝିଅ ବେଳେ ଘରେ ପ୍ରାୟତଃ କଳହ ଲାଗି ରହୁଥଲା । ଏ ନେଇ ବଡ଼ଗଡ଼ ଥାନାରେ ଏ ସମ୍ପର୍କିତ ଅଭିଯୋଗ ନେଇ ଏକ ଘରୋଇ ହିଂସା ମାମଲା ରୁଜୁ କରାଯାଇଛି । ପାରିବାରିକ କଳହରୁ ଲାଗି ରହିଥିବା ସର୍ବଦା ଅଶାନ୍ତିକୁ ଦୂର କରିବାକୁ ରମା ଯୋଜନା କରି ବ୍ରହ୍ମପୁର ଚାଲି ଆସିଥିଲେ । ଏହାପରେ ଏଭଳି ଚରମକାଣ୍ଡ ଘଟାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏ ପରିପ୍ରେକ୍ଷୀରେ ଉତ୍ସବଙ୍କ ସ୍ତ୍ରୀ ରମା (୩୬) ଗତକାଲି ନିଜ ଦୁଇ ଝିଅ ପି୍ରୟା (୧୧), ରିୟା (୮)କୁ ଧରି ଗୋସାଇଁନୂଆଗାଁ ଓଭର୍‌ବ୍ରିଜ୍‌ ଦେଇ ଷ୍ଟେସନ୍‌ ଭିତରକୁ ଯାଇଥଲେ । ରାତି୍ର ପ୍ରାୟ ୩ଟାରେ ମହିଳା ଜଣକ ଦୁଇ ଝିଅଙ୍କୁ ଧରି ଏକ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ । ଏଥିରେ ରମାଙ୍କ ମୃତୁ୍ୟ ଘଟିଥିବାବେଳେ ଦୁଇ ଝିଅ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ । ଏ ନେଇ ଖବର ପାଇ ବ୍ରହ୍ମପୁର ଷ୍ଟେସନ୍‌ରେ ଥିବା ଚାଇଲïଲାଇନ୍‌ ହେଲ¬ ଡେସ୍କ ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତ ଝିଅଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଷ୍ଟେସନ୍‌ ମ୍ୟାନେଜରଙ୍କ ମାର୍ଫତ୍‌ରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଇଥିଲେ ।
ଏ ନେଇ ଖବର ପାଇ ବ୍ରହ୍ମପୁର ଜିଆର୍‌ପି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତଦନ୍ତ ଚଳାଇବା ସହ ଘଟଣା ସମ୍ପର୍କରେ ବଡ଼ଗଡ଼ ଥାନାକୁ ସୂଚନା ଦିଆଯାଇଛି । ବଡ଼ଗଡ଼ ଥାନା ପୋଲିସ ଏ ସମ୍ପର୍କିତ ସୂଚନା ପାଇ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ପ୍ରକାଶ । ତେବେ ପାରିବାରିକ କଳହକୁ ନେଇ ଏହି ଘଟଣା ଆଜି ଆଲୋଚ୍ୟର ବିଷୟ ହେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

Read More...

ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

ଇଥିଓପିଆ ପ୍ରଧାନମମନ୍ତ୍ରୀଙ୍କୁ ଶାନ୍ତି ପାଇଁ ନୋବେଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page