ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌

October 11, 2019, ଦେଶ, , Anupambharat News Bureau


ଜିନପିଙ୍ଗଙ୍କୁ ବିରୋଧ କରୁଥିବା ତି³ତୀୟଙ୍କୁ ହେପାଜତକୁ ନେଲା ପୁଲିସ୍‌
Anupambharat News Bureau
October 11, 2019

ଚେନ୍ନାଇ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଭାରତ ଗସ୍ତରେ ଆସି ଚେନ୍ନାଇ ଠାରେ ପହଞ୍ଚିଛନ୍ତି । ସେ ଆଇଟିସି ଗ୍ରାଣ୍ଡ ଛୋଲା ହୋଟେଲରେ ରହିଛନ୍ତି । ତେବେ ଚେନ୍ନାଇର ଏହି ହୋଟେଲ ସାମ୍ନାରେ ଜିନପିଙ୍ଗକୁ ବିରୋଧ କରାଯାଇଛି । ୍ର
ଜିନପିଙ୍ଗଙ୍କୁ ବିରୋଧ କରୁଥିବା ୫ ଜଣ ତି³ତୀୟ ନାଗରିକଙ୍କୁ ଚେନ୍ନାଇ ପୁଲିସ ନିଜ ହେଫାଜତକୁ ନେଇଛି । ସେହିପରି ବିରୋଧ ପ୍ରଦର୍ଶନ କରିବାକୁ ବେଙ୍ଗାଲୁରୁରୁ ଚେନ୍ନାଇ ଆସିଥିବା ଅନ୍ୟ ଜଣ ତି³ତୀୟ ନାଗରିକଙ୍କୁ ଏୟାରପୋର୍ଟରେ ହିଁ ଅଟକ ରଖାଯାଇଛି । ତି³ତକୁ ନେଇ ସର୍ବାଦା ଚାଇନା ବ୍ୟାକଫୁଟରେ ରହି ଆସିଛି ।
ଏଠାରେ ରହୁଥିବା ଅଧିବାସୀମାନେ ନିଜକୁ ଚାଇନାର ନାଗରିକ ବୋଲି ମାନୁନାହାନ୍ତି । ଏହାକୁ ନେଇ ଚାଇନା ଶାସକ ଓ ତି³ତର ନାଗରିକମାନେ ମୁହାଁମୁହିଁ ହେବାର ନଜିର ରହିଛି । ଏହି କାରଣରୁ ଭାରତରେ ଥିବା ତି³ତୀୟମାନେ ମଧ୍ୟ ଆଜି ଚେନ୍ନାଇରେ ଜିନପିଙ୍ଗଙ୍କୁ ବିରୋଧ କରିଛନ୍ତି । ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆଜି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚେନ୍ନାଇରେ ପହଞ୍ଚିଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନଔପଚାରିକ ଆଲୋଚନା କରିବେ । ସ୍ୱତନ୍ତ୍ର ବିମାନରେ ଜିନିପଙ୍ଗ ଆଜି ଚେନ୍ନାଇରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା ।
ସନ୍ଧ୍ୟା ବେଳେ ମୋଦି ଓ ଜିନପିଙ୍ଗ ମାଲାପୁରମର ଐତିହ୍ୟ ବୁଲି ଦେଖିବେ । ତେବେ ଦୁଇ ଦିନର ଅନଔପଚାରିକ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ମିଳିତ ଭାବେ ବିବୃତି ଜାରି କରିବେ ନାହିଁ । ପୃଥକ ପୃଥକ ଭାବେ ପ୍ରେସ ରିଲିଜ ଜରିଆରେ ଦୁଇ ଦେଶ ବୈଠକ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଓ ଜିନପିଙ୍ଗ ମଧ୍ୟରେ କୌଣସି ପ୍ରକାରର ଏମଓୟୁ ସ୍ୱାକ୍ଷର ହେବନାହିଁ ।
କେବଳ ଅନଔପଚାରିକ ଆଲୋଚନା ସମ୍ପର୍କରେ ଆସନ୍ତାକାଲି ପ୍ରେସ ରିଲିଜ ଜରିଆରେ ସମସ୍ତଙ୍କୁ ଅବଗତ କରାଯିବ । ଦେଶର ରାଜଧାନୀ ଦିଲ୍ଲୀ, ଆର୍ଥିକ ରାଜଧାନୀ ମୁମ୍ବାଇ ଭଳି ସ୍ଥାନ ଥିବା ସେ‰ ଭାରତ-ଚାଇନା ମଧ୍ୟରେ ଅନୌପଚାରିକ ଆର୍ଥନୀତିକ ସମ୍ମିଳନୀ ପାଇଁ ଚେନ୍ନାଇର ମମଲ୍ଲପୁରମ (ମହାବଳୀପୁରମ)କୁ କାହିଁକି ବାଛିଛନ୍ତି କେନ୍ଦ୍ର ସରକାର ।
କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସ୍ୱାର୍ଥକୁ ଚାଇନା ଅଧିକ ଗୁରୁତ୍ୱ ଦେଉଥିବା ବେଳେ ମମଲ୍ଲପୁରକୁ ଜିନ¬ିଙ୍ଗ ଆସୁଛନ୍ତି ବୋଲି ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ଖର୍ଚ୍ଚ କରିଛନ୍ତି । ତେବେ କେନ୍ଦ୍ର ସରକାର ଦୁଇ ଦେଶର ମୁଖିଆଙ୍କ ଭେଟଘାଟକୁ ମହାବଳୀପୁରମ ବାଛିବା ପଛରେ ଅନେକ ରୋଚକ କାହାଣୀ ରହିଛି । ଉଭୟ ଦେଶର ସମ୍ପର୍କର ମୂଳଦୁଆ ଏହିଠାରେ ପଡ଼ିଥିବାରୁ ଅର୍ଥନୀତିକ ସମ୍ମିଳନୀ ପାଇଁ ଏହି ସ୍ଥାନ ବଛାଯାଇଛି ବୋଲି ଜଣାପଡ଼ିଛି ।
ଚେନ୍ନାଇଠୁ ୫୦ କିଲୋମିଟର ଦୂର ଏହି ମହାବଳୀପୁରମକୁ ପ୍ରଥମ ନରସିଂହ ବର୍ମନଙ୍କ ଦ୍ୱାରା ସପ୍ତଦଶ ଶତାବ୍ଦୀରେ ପ୍ରତିଷ୍ଠା କରାଯାଇଥିଲା । ସେ ପଲ୍ଲବଙ୍କ ବଂଶଜ ଥିଲେ । ନରସିଂହ ବର୍ମନ ଯୁଦ୍ଧ କରିବା ବେଳେ ତାଙ୍କର ଦକ୍ଷତାକୁ ନଜରରେ ରଖି ‘ମାମଲ୍ଲନ’ ବୋଲି ସେତେବେଳେ ଡକାଯାଉଥିଲା । ତେଣୁ ତାଙ୍କ ପରେ ଏହି ସ୍ଥାନକୁ ମାମଲ୍ଲପୁରମ ବା ମହାବଳୀପୁରମ ବୋଲି ନାମକରଣ କରାଯାଇଛି ।
ସେତେବେଳେ ଚାଇନା ସହ ଭଲ ସମ୍ପର୍କ ରଖିବା ପାଇଁ ପଲ୍ଲବମାନେ ତାଙ୍କ ଦୂତ ଚାଇନାକୁ ପଠାଇଥିଲେ । ଚାଇନା ଏବଂ ପଲ୍ଲବ ରାଜବଂଶ ସୁରକ୍ଷା ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ସେତେବେଳେ ରହିଥିଲା । ଏହି ସ୍ଥାନରେ ପୂର୍ବରୁ ଭାରତ ଓ ଚାଇନା ମଧ୍ୟରେ ବ୍ୟାବସାୟିକ ଚୁକ୍ତି ହୋଇଥିଲା । ଐତିହାସିକଙ୍କ ମତରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ୨ ହଜାର ବର୍ଷ ପୂର୍ବର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ପାଇଁ ବିରାଟ ଦିନ

ଭାରତ ପାଇଁ ବିରାଟ ଦିନ

Read More...

ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ

ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ତାପସୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page