ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ

October 11, 2019, ଓଡ଼ିଶା, , Anupambharat News Bureau


ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ
Anupambharat News Bureau
October 11, 2019

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ଆଜି ଅଚାନକ ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚି ବିଭିନ୍ନ କାର୍ଯ୍ୟଧାରା ନେଇ ତଦାରଖ କରିଥିବା ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କ ୫-T କୁ ସଫଳତା ପାଇଁ ମୋ ସରକାର ଯୋଜନାରେ ପୋଲିସ, ସ୍ୱାସ୍ଥ୍ୟ ବିଭାଗକୁ ପ୍ରଥମେ ପ୍ରାଥମିକତା ଦିଆଯାଇଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଗତ କିଛି ଦିନ ଧରି ପୋଲିସ ବିଭାଗକୁ ସଜାଡ଼ିବା ପାଇଁ ଯୋଜନା କରିବା ପରେ ଆଜି ଅଚାନକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ହସ୍ପିଟାଲ୍‌ ତଥା ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ସେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସେ ଅଚାନକ ପହଞ୍ଚିଥିଲେ । ତାଙ୍କ ସହ ଅତିରିକ୍ତ ଏସ୍‌ପି ପିକେ ମିଶ୍ର, ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓ ବିଷ୍ଣìପ୍ରସାଦ ପତି, ଡିଏସ୍‌ପି ଜୟ କୁମାର ପଟ୍ଟନାୟକ, ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାସ ପ୍ରମୁଖ ପହଞ୍ଚି ବଡ଼ଡାକ୍ତରଖାନା ପରିସରରେ ବିତରଣ କରୁଥିବା ବିିଭିନ୍ନ ସନ୍ଦିU ଦଲାଲଙ୍କ ପ୍ରତି ନଜର ରଖିବା ସହ ସାଧାରଣ ଜନତାଙ୍କ ଚିକିତ୍ସା, ନିରାମୟ, ନିଦାନ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଚାନକ ଏସ୍‌ପିଙ୍କ ନେତୃତ୍ୱରେ ବହୁ ଅଧିକାରୀ ପହଞ୍ଚି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ସେବା, ଆଭିମୁଖ୍ୟ, ଚିକିତ୍ସା ସମ୍ପର୍କରେ ବୁଝିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି

ତୈଳ ଜାହାଜକୁ ରେକଟ ମାଡ଼ କଲା ସାଉଦି

Read More...

କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ  ଶବ ଉଦ୍ଧାର

କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page