ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ

October 11, 2019, କ୍ୟାରିୟର ନିଯୁକ୍ତି, , Anupambharat News Bureau


ବିରଜା ମନ୍ଦିରରେ ଭିନ୍ନକ୍ଷମଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ବିକଳାଙ୍ଗ ମଞ୍ଚ
Anupambharat News Bureau
October 11, 2019

ବିରଜାକ୍ଷେତ୍ର,୧୧ା୧୦(ଅନୁପମ ମିଡିଆ): ଗତ ମହାଷ୍ଟମୀ ଦିନ ବିରଜାମନ୍ଦିର ପରିସରରେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣେ ଭିନ୍ନକ୍ଷମ ବ୍ୟକ୍ତି କରୁଣାକର ସାହୁଙ୍କୁ କେତେକ ଆକ୍ରମଣ କରିଥିଲେ । ଘଟଣା ନେଇ ଶ୍ରୀ ସାହୁ ଯାଜପୁର ଥାନାରେ ଏତଲା ଦେବାର ୪ ଦିନ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱ ସହକାରେ ନେଇଛି ଓଡିଶା ବିକଳାଙ୍ଗ ମଞ୍ଚ । ମଞ୍ଚର ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ ଓ ସଭାପତି ଏନ. ବେହେରାଙ୍କ ନେତୃତ୍ୱରେ ପୁରୀ, ଗଞ୍ଜାମ, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ବରଗଡ, କୋରାପୁଟ, କଳାହାଣ୍ଡି, ସୋନପୁର, ରାୟଗଡା, ନୟାଗଡ, ଜଗତସିଂହପୁର, ବାଲେଶ୍ୱର ପ୍ରଭୃତି ଜିଲ୍ଲାରୁ ବହୁ ଭିନ୍ନକ୍ଷମ ବ୍ୟକ୍ତି ଓ ଜିଲ୍ଲା କର୍ମକର୍ତ୍ତା ମାନେ ବୁଧବାର ଦିନ ବିରଜାମନ୍ଦିର ଟ୍ରଷ୍ଟୀ ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଭେଟି ଏହି ଘଟଣାର ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଏଥିସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ଆଇନକୁ ପାଳନ କରାଯାଉନଥିବାରୁ ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପୂର୍ବକ ଏକ ୪ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ ମନ୍ଦିର ପରିସରରେ ସେବାୟତ କୁହାଯାଉଥିବା କିଛି ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା କରୁଣାକର ୭୫ ପ୍ରତିଶତ ଭିନ୍ନକ୍ଷମ ସାଂଗକୁ ଜଣେ ବରିଷ୍ଠ ନାଗରିକ ହୋଇଥିଲେ ମଧ୍ୟ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡ ପ୍ରଦାନ କରାଯାଉ । ସେହିଭଳି ଆରପିଡି-ଆକଫ-୨୦୧୬ ଅନୁସାରେ ଏଭଳି ଅଭାବନୀୟ ଘଟଣା ନଘଟିବା ପାଇଁ ବିରଜା ମନ୍ଦିର ସହିତ ଅନ୍ୟ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ କିଭଳି ଭିନ୍ନକ୍ଷମ ବ୍ୟବହାର ଉପଯୋଗୀ ହୋଇପାରିବ ସେଦିଗରେ ବ୍ୟବସ୍ଥା କରାଯିବାକୁ ମଞ୍ଚ ଦାବୀ କରିଛି । ପୁନଶ୍ଚ ଜିଲ୍ଲା ଏକ ଧାର୍ମିକ ଓ ସାଂସ୍କୃତିକ ପୀଠ ହୋଇଥିବାରୁ ଏଠାରେ ବିଭିନ୍ନ ଦେବାଦେବୀ ପୀଠ ରହିଛି ଏବଂ ବାରମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସବୁ ଉତ୍ସବ ଓ ପର୍ବପାଳନ ନିମନ୍ତେ ପ୍ରସ୍ତୁତି ବୈଠକରେ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଲୋଚନା ପୂର୍ବକ ସେମାନଙ୍କ ସହଜ ଦର୍ଶନ ଓ ଆରଧାନା ସଂପର୍କରେ ବ୍ୟବସ୍ଥା କରାଯିବାକୁ ଦାବୀ ହୋଇଛି । ମଞ୍ଚ ଯୁକ୍ତି ରଖିଛି ଯେ ଗତ ସାଧାରଣ ନିର୍ବାଚନ ବେଳେ ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହ୍ୱିଲ ଚେୟାର ଠାରୁ ଆରମ୍ଭ କରି ସହାୟତାକାରୀ ମାନଙ୍କର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । କି;ୁ ଜିଲ୍ଲା ସମେତ ରାଜ୍ୟର ସମସ୍ତ ସାଂସ୍କୃତି ଓ ଧାର୍ମିକ ପୀଠ ଗୁଡିକରେ କି;ୁ ଭିନ୍ନକ୍ଷମ ମାନଙ୍କ ପାଇଁ ସେଭଳି ବ୍ୟବସ୍ଥା କରାଯାଉନାହିଁ । ଏ ଦିଗରେ ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବୀ କରାଯାଇଛି । କାରଣ ଭଗବାନଙ୍କୁ ଆରଧାନା କରିବା ପାଇଁ ଭିନ୍ନକ୍ଷମ ବା ବିକଳାଙ୍ଗ ମାନଙ୍କର ବି ଅଧିକାର ରହିଛି । ପ୍ରତ୍ୟେକ ଧାର୍ମିକ ଓ ସାଂସ୍କୃତିକ ପୀଠ ଗୁଡିକ ଭିନ୍ନକ୍ଷମ ଉପଯୋଗୀ ହୋଇପାରିବ ସେଦିଗରେ ଧ୍ୟାନ ଦେବାକୁ ଦାବୀ କରାଯାଇଛି । ଏତଦଭିନ୍ନ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶୌଚାଳୟ ଓ ପାନୀୟଜଳ ବ୍ୟବସ୍ଥା ଥିବା ସ୍ଥାନ ମାନଙ୍କରେ ଭିନ୍ନକ୍ଷମ ମାନଙ୍କ ପାଇଁ ର୍ୟାମ୍ପ ବା ଅନ୍ୟାନ୍ୟ ସୁବିଧା କରାଯିବା ନିମନ୍ତେ ମଞ୍ଚ ପକ୍ଷରୁ ପ୍ରଦତ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ଦଳରେ ଆଦିତ୍ୟ ପଣ୍ଡା, ମଦନ ଚୌଧୁରୀ, ଭୋଳାନାଥ ଜେନା, ରାକେଶ ହିମିରିକା, ଦାମୋଦର କର, ସୁବାଷିନୀ ଦଣ୍ଡସେନା, ପ୍ରଭାତୀ ସ୍ୱାଇଁ, ସଂଗ୍ରାମ ବେହୁରିଆ, ବୈଜୟନ୍ତୀ ପଣ୍ଡା, ଅନ୍ତର୍ଯ୍ୟାମୀ ସାହୁ, ଆର.ଏନ ବେହେରା, ଅଭିଳାଷ ସାମଲ, ହାଡିବନ୍ଧୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ

ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ

Read More...

କାଠଯୋଡିକୁ ଡେଇଁପଡିବା ଘଟଣା:୩ ଦିନ  ଉଦ୍ଧାର କାର୍ଯ୍ୟ ଜାରି ଦେବବ୍ରତଙ୍କର ପତ୍ତା ମିଳୁନି

କାଠଯୋଡିକୁ ଡେଇଁପଡିବା ଘଟଣା:୩ ଦିନ ଉଦ୍ଧାର କାର୍ଯ୍ୟ ଜାରି ଦେବବ୍ରତଙ୍କର ପତ୍ତା ମିଳୁନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page