ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

October 10, 2019, ଦେଶ, , Anupambharat News Bureau


ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା
Anupambharat News Bureau
October 10, 2019

ଭୋପାଲ: ବିବାହ ପୂର୍ବରୁ ବର କନ୍ୟା ମୋଟା ଅଙ୍କର ଖର୍ଚ୍ଚ କରି ଏବେ ପ୍ରି-େୱଡିଂ ଫଟୋ ଶୁଟ୍‌ କରୁଛନ୍ତି । ବିଭିନ୍ନ ମନୋରମ ସ୍ଥାନରେ ଭାବି ଦମ୍ପତ୍ତି ଭିଡିଓ ସାଙ୍ଗକୁ ଫଟୋ ଶୁଟ କରି ବାହାଘର ପୂର୍ବରୁ ବିବାହପୂର୍ବ ଉତ୍ସବକୁ ଆହୁରି ସ୍ମରଣୀୟ କରୁଛନ୍ତି । ଏବେ ଏହି ପ୍ରି େୱଡିଂ ଶୁଟିଂ ଶୌଚାଳୟ ଉପରେ କଲେ ଟଙ୍କା ମିଳିବ ବୋଲି ଭୋପାଳ ମହାନଗର ନିଗମ କହିଛି । ଯେଉଁ ଭାବି ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି ଉଠାଇବେ ସେମାନଙ୍କୁ ୫୧ ହଜାର ଟଙ୍କା ଉପହାର ମିଳିବ ବୋଲି ଘୋଷଣା କରାଯାଇଛି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଯାୟୀ ମିଳିବ ବୋଲି ଭୋପାଳ ମହାନଗର ପାଳିକା କହିଛି ।
ପ୍ରତି ଘରେ ଶୌଚାଳୟ ରହିଛି କି ନାହିଁ ବିଏମସି ଅଧିକାରୀ ଯାଇ ଦେଖିବା ପରିବର୍ତ୍ତେ ଏପରି ନୂଆ ସର୍ତ୍ତ ରଖିଛନ୍ତି । ଏହି ନିୟମ କେବଳ ଭୋପାଲ ନଗରପାଳିକା ପାଇଁ ନୁହେଁ ବରଂ ଗାଁଗୁଡ଼ିକ ପାଇଁ ମଧ୍ୟ ଏହି ସର୍ତ୍ତ ଲାଗୁ ବୋଲି ମହାନଗର ନିଗମ କହିଛି ।
ବିଏମସିର ପ୍ରଭାରୀ ସିବି ମିଶ୍ରା କହିଛନ୍ତି, ପୂର୍ବରୁ ବିବାହର ୩୦ ଦିନ ପରେ ଶୌଚାଳୟ ନିର୍ମାଣ କଲେ ଏହି ଟଙ୍କା ଦିଆଯାଉଥିଲା । ଏବେ କି;ୁ ବିବାହ ପୂର୍ବରୁ ଶୌଚାଳୟ ଉପରେ ଭାବି ଦମ୍ପତ୍ତି ଫଟୋ ଉଠାଇ ବିଏମସିକୁ ଦେବା ପାଇଁ ପଡ଼ିବ ବୋଲି ସେ କହିଛନ୍ତି । ଏପରି କରିବା କିଛି ଖରାପ ନୁହେଁ ବୋଲି ବିଏମସି ଅଧିକାରୀ କହିଛନ୍ତି । ସ୍ଥାନୀୟ କଂଗ୍ରେସ ନେତା ରଫିକ କୁରେସୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଶୌଚାଳୟ ଆସୁଛି । ଏପରି କଲେ ଏହି ଅଭିଯାନକୁ ଆହୁରି ଆଗକୁ ନେଇ ହେବ ।
ସୂଚନାଯୋଗ୍ୟ, ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭୀନିତ ‘ଟଏଲଟ, ଏକ ପ୍ରେମ କଥା’ ଫିଲ୍ମ ରିଲିଜ୍‌ ହୋଇଥିଲା । ଯେଉଁଥିରେ ଅକ୍ଷୟ କୁମାର ମଧ୍ୟ ଫିଲ୍ମରେ ବିବାହ ପରେ ସ୍ତ୍ରୀଙ୍କ ସହ ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆର୍ଥିକ ଭାବରେ ଦୁର୍ବଳ ଶ୍ରେଣୀ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ହୋଇଛି । ଗତବର୍ଷ ଡିସେମ୍ୱର ୧୮ରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାର ରାଶି ୨୮ ହଜାରକୁ ବୃଦ୍ଧି କରି ୫୧ ହଜାର ଟଙ୍କା କରିଥିଲେ । ଏହାପରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଥିଲା । ପ୍ରତି ଘରକୁ ଯାଇ ବିଏମସି ଅଧିକାରୀ ଶୌଚାଳୟ ଅଛି କି ନାହିଁ ତଦନ୍ତ କରିବା ଅସମ୍ଭବ ହୋଇ ପଡ଼ିବାରୁ ଭୋପାଲ ମହାନଗର ପାଳିକା ଏପରି ସର୍ତ୍ତ ରଖିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା  n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା

ନିର୍ବାଚନ ପୂର୍ବରୁ ଶିବସେନା-ବିଜେପି ମେଣ୍ଟକୁ ଝଟ୍‌କା n ୨୬ କର୍ପୋରେଟର ଓ ୩୦୦ କର୍ମୀଙ୍କ ଇସ୍ତଫା

Read More...

ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ

ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page