ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ, ୪ ଗୁରୁତର ୩ ଆହତ

October 10, 2019, ଓଡ଼ିଶା, , Anupambharat News Bureau


ଅଧୁରା ରହିଲା ଆଖଣ୍ଡଳମଣିଙ୍କ ଦର୍ଶନ  ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ, ୪ ଗୁରୁତର ୩ ଆହତ
Anupambharat News Bureau
October 10, 2019

ଭଦ୍ରକ, ୧୦ା୧୦ - ଆଜି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରୁ ଏକ ନାଲି ଟାଟାମ୍ୟାଜିକ ଗାଡିରେ ୧୦/୧୨ଜଣ ଶ୍ରଦ୍ଧାଳୁ ଆସୁଥିବା ସମୟରେ ପୀଠର ବାଇପାସ ରାସ୍ତା ନିକଟରେ ଏକ ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ବଡଗଛରେ ପିଟି ହୋଇଥିଲା ଉକ୍ତ ଗାଡି । ଫଳରେ ଗାଡି ମଧ୍ୟରେ ଥିବା ୩ ମହିଳା ଭକ୍ତଙ୍କ ସହ ୩ଜଣ ପୁରୁଷ ଓ ୭ବର୍ଷର ପିଲା ଗୁରୁତର ଆହତ ଭାବେ ଗାଡି ଭିତରେ ଫସି ରହିଥିବାରୁ ସ୍ଥାନୀୟ ଲୋକଙ୍କ ଉଦ୍ୟମକ୍ରମେ ବାହାର କରାଯାଇ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଶାନ୍ତିଲତା ବେହେରା(୩୯), ମିତାରାଣି ରାଉତ(୨୩), ଶାନ୍ତିଲତା ରାଉତ(୩୬), ଜ୍ୟୋତିପ୍ରକାଶ ନାୟକ(୧୨) ୪ଜଣ ଗୁରୁତ୍ୱର ଆହତ ହୋଇଥିବାରୁ ପ୍ରାଥମିକ ଚିକିସିା କରାଯାଇ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିସିାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତାହାସହ ସାମନ୍ୟ ଆହତ ହୋଇଥିବା ୩ଜଣଙ୍କୁ ପ୍ରାଥମିକ ଚିକିସିା କରାଯାଇ ଛଡାଯାଇଥିଲା । ଏପରି ଘଟଣା ଘଟିବା ପରେ ସମସ୍ତ ଶ୍ରଦ୍ଧାଳୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ନକରି ଫେରିଯାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଟଖା ପାଇଁ ଗୁଳି

ଗୁଟଖା ପାଇଁ ଗୁଳି

Read More...

ବ୍ରହ୍ମଣୀ ନଦୀରେ କୁମ୍ଭିର ଆତଙ୍କ

ବ୍ରହ୍ମଣୀ ନଦୀରେ କୁମ୍ଭିର ଆତଙ୍କ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page