ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ

May 14, 2019, ଦେଶ, , Anupambharat News Bureau


ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ
Anupambharat News Bureau
May 14, 2019

ନୂଆଦିଲ୍ଲୀ,୧୩ା୫: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବା ନାହିଁ । ଆଜି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ୨୦୧୯ରେ ଆର୍ଥିକ ପଛୁଆ ଶ୍ରେଣୀ ପରୀକ୍ଷାର୍ଥିୀ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରେ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାୟର ହୋଇଥିଲା । ସୁପ୍ରିମକୋର୍ଟର ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି ଯେ, ଯେକୌଣସି ଶ୍ରେଣୀ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା କେବେଳ ନାଁଲେଖା କ୍ଷେତ୍ରରେ ଲାଗୁ ହେବ । ତେବେ ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟ ପରୀକ୍ଷାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ନାହିଁ । ଆସନ୍ତା ଜୁଲାଇ ୭ରେ ହେବାକୁଥିବା ସିଟିଇଟି ଲାଗି ବିଜ୍ଞପ୍ତିରେ ଏନେଇ କିଛି ଉଲ୍ଳେଖନଥିବା ଆବେଦନକାରୀ ଦର୍ଶାଇଥିଲେ । ଏହାକୁ ନେଇ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଖଣ୍ଡପୀଠ ଆଗରେ ଉଠାଇଥିଲେ । ତେବେ ଏଥିରେ ଖଣ୍ଡପୀଠ ବିରକ୍ତି ପ୍ରକାଶ ସହ ବିଜ୍ଞପ୍ତିରେ ଏସ୍‌ସି ଓ ଏସ୍‌ଟ ପାଇଁ ସଂରକ୍ଷଣ ବିଷୟ ସ୍ଥାନ ପାଇନି ବେଲି ଉଲ୍ଳେଖ କରିଥିଲେ । ଏଥିସହିତ ଆସନ୍ତା ୧୬ରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି । ଗତ ଜାନୁୟାରୀ ୨୩ରେ କେନ୍ଦ୍ର ସରକାର ସିଟିଇଟି ଲାଗି ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ବିଜ୍ଞପ୍ତିରେ ଆର୍ଥିକ ପଛୁଆଙ୍କ ପାଇଁ କିଛି ସଂରକ୍ଷଣ ବ୍ୟବସ୍ଥା ନଥିବା ଦର୍ଶାଇ ଆବେଦନକାରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସମ୍ବିଧାନ ଅନୁଯାୟୀ ଅଧିକାର ସୁନିଶ୍ଚିତକୁ ସରକାରଙ୍କ ବିଜ୍ଞପ୍ତି ଉଲ୍ଳଂଘନ କରିଥିବା ମଧ୍ୟ ଅବାଦେନକାରୀ ଦର୍ଶାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର

ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର

Read More...

କମଲ ହାସନଙ୍କ ବିରୋଧରେ ଏତଲା

କମଲ ହାସନଙ୍କ ବିରୋଧରେ ଏତଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page